ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

‘India ନାଁ ପରିବର୍ତ୍ତନ କରି ଭାରତ ରଖାଯିବ, ବିରୋଧ କରୁଥିବା ଲୋକେ ଦେଶ ଛାଡ଼’

Image Courtesy: TheWall

କୋଲକାତା,୧୦/୦୯: ଦେଶର ନାମ ପରିବର୍ତ୍ତନକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ଦିଲ୍ଲୀପ ଘୋଷ । ଇଣ୍ଡିଆର ନାମ ପରିବର୍ତ୍ତନ ହୋଇ ଭାରତ ହେବ ବୋଲି ସେ କହିଛନ୍ତି । ଏହାସହ ପଶ୍ଚିମବଙ୍ଗରେ ବିଦେଶୀଙ୍କ ମୂର୍ତ୍ତୀ ହଟାଇଦିଆଯିବ ବୋଲି ଦିଲ୍ଲୀପ ଘୋଷ କହିବା ପରେ ବିବାଦ ଉପୁଜିଛି । ଦେଶର ନାମ ପରିବର୍ତ୍ତନକୁ ବିରୋଧ କରୁଥିବା ଲୋକେ ଦେଶ ଛାଡ଼ିଦିଅନ୍ତୁ ବୋଲି ମେଦିନୀପୁର ସାଂସଦ କହିଛନ୍ତି । 

ଭାରତ କରିବ ଭର୍ଚୁଆଲ ଜି-୨୦ ସମ୍ମିଳନୀ, ସମାପନର ଘୋଷଣା ସହ ପ୍ରଧାନମନ୍ତ୍ରୀ ମୋଦି ରଖିଲେ ପ୍ରସ୍ତାବ

ଖଡ଼ଗପୁରରେ ଆୟୋଜିତ ‘ଚାୟ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଦିଲ୍ଲୀପ ଘୋଷ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ବିଜେପି ସରକାର ଆସିଲେ ଏଠାରେ ଥିବା ସମସ୍ତ ବିଦେଶୀଙ୍କ ମୂର୍ତ୍ତୀ ହଟାଇଦିଆଯିବ । ଇଣ୍ଡିଆର ନାମ ବଦଳାଇ ଭାରତ କରିଦିଆଯିବ । ଯେଉଁମାନଙ୍କୁ ଏହା ପସନ୍ଦ ନୁହେଁ ସେମାନେ ଦେଶ ଛାଡ଼ି ଯାଇପାରିବେ ବୋଲି କହିଛନ୍ତି ଦିଲ୍ଲୀପ ଘୋଷ । 

ରାଜ୍ୟର ଆଉ ଜଣେ ବରିଷ୍ଠ ବିଜେପି ନେତା ରାହୁଲ ସିହ୍ନା କହିଛନ୍ତି, ଗୋଟିଏ ଦେଶର ଦୁଇଟି ନାଁ ରହିପାରିବ ନାହିଁ । ସାରା ବିଶ୍ବର ଜି-୨୦ରେ ସାମିଲ ହେବା ପାଇଁ ଦିଲ୍ଲୀ ଆସିଥିବାରୁ ଦେଶର ନାମ ପରିବର୍ତ୍ତନ ପାଇଁ ଏହା ଭଲ ସମୟ । ସେପଟେ ବିଜେପି ପ୍ରକୃତ ସମସ୍ୟାରୁ ନଜର ହଟାଇବା ଲାଗି ପ୍ରଚେଷ୍ଟା କରୁଛି । କାରଣ ମହାମେଣ୍ଟ ଇଣ୍ଡିଆକୁ ବିଜେପି ଭୟ କରୁଛି ବୋଲି କହିଛନ୍ତି ଟିଏମସି ମୁଖପାତ୍ର ଶାନ୍ତନୁ ସେନ । ତେବେ ଆସନ୍ତା ନିର୍ବାଚନରେ ବିଜେପିକୁ ମାତ ଦେବା ଲାଗି କଂଗ୍ରେସ ନେତୃତ୍ବରେ ବିରୋଧୀ ଦଳମାନେ ଏକାଠୀ ହୋଇ I.N.D.I.A ମେଣ୍ଟ ଗଠନ କରିଛନ୍ତି । 

You can also read: ରାସ୍ତାରୁ ଉଠାଇ ନେଇ ମହିଳାଙ୍କୁ ଗଣଦୁଷ୍କର୍ମ, ଜୀବନ ବଞ୍ଚାଇବାକୁ ନିର୍ବସ୍ତ୍ର ହୋଇ ଦୌଡ଼ିଲେ ପୀଡ଼ିତା

  • BJP
  • India Vs Bharat
  • Copyright © 2022 - Summa Real Media Private Limited. All Rights Reserved.