ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ହ୍ୱାଟ୍ସଆପ୍‌ରେ କେହି ବି ଜାଣିପାରେ ଆପଣଙ୍କ ଲୋକେସନ , ଏବେ ବଦଳାଇ ଦିଅନ୍ତୁ ଏହି ସେଟିଂ

ନୂଆଦିଲ୍ଲୀ : ଇଣ୍ଟରନେଟ୍‌ ବ୍ୟବହାର କରିବା ସମୟରେ ଆପଣଙ୍କର ଆଇପି ଆଡ୍ରେସ ହିଁ ଆପଣଙ୍କର ପରିଚୟ ପରି କାମ କରିଥାଏ ଏବଂ ଏହା ମାଧ୍ୟମରେ ଆପଣଙ୍କ ଡିଭାଇସରୁ ନେଇ ଲୋକେସନ ଯାଏ ତଥ୍ୟ ସଂଗ୍ରହ କରାଯାଇ ପାରେ। ହ୍ୱାଟ୍ସଆପ୍‌ର ସାହାଯ୍ୟରେ ଏମିତି କରାନଯିବାକୁ ନେଇ ମେସେଜିଂ ଆପ୍‌ ଗତ ଦିନରେ ଆଇପି ପ୍ରୋଟେକ୍ଟ ଫିଚରକୁ ଆପ୍‌ର ପାର୍ଟ କରିଛି। ଏହି ଫିଚର ହ୍ୱାଟ୍ସଆପ୍‌ କଲ୍‌ ଠାରୁ ନେଇ ଅନ୍ୟ କାମ ଯାଏ ଆଇପି ଆଡ୍ରେସ୍ ଜଣାଇବ ନାହିଁ , ଯେଉଁଥିରେ ଭଲ ପ୍ରାଇଭେସି ସୁରକ୍ଷା ମିଳିଥାଏ। 

ହ୍ୱାଟ୍ସଆପ୍‌ ଭଏସ୍‌ ଓ ଭିଡ଼ିଓ କଲ୍ସ ବେଳେ ୟୁଜରଙ୍କର ଇଣ୍ଟରନେଟ୍‌ ପ୍ରୋଟୋକଲ୍ (ଆଇପି) ଆଡ୍ରେସ୍ ଲିକ୍‌ ହେବାର ସମ୍ଭାବନା ରହିଛି। ଯେଉଁଥିରେ ତାଙ୍କର ଲୋକେସନ କାହାକୁ ବି ଜଣା ପଡ଼ିପାରେ। ଏହି ସମସ୍ୟାକୁ ଦେଖି ମେଟାର ଓନରସିପ୍‌ ଥିବା ଆପ୍‌ ନୂଆ ଫିଚର ରିଲିଜ୍‌ କରିଛି। ଖୁବ୍‌ ଜରୁରୀ କି ଆପଣ ଏବେ ଆଇପି ଆଡ୍ରେସ୍‌ ସହ ଜଡ଼ିତ ଏହି ଫିଚରକୁ ପରିବର୍ତ୍ତନ କରି ନିଅନ୍ତୁ , ଯେଉଁଥିରେ ଭଲ ପ୍ରାଇଭେସି ସୁରକ୍ଷା ମିଳିବ। ଆସନ୍ତୁ ଜାଣିବା ଏହି ଫିଚର କେମିତି କାମ କରିଥାଏ ଏବଂ କେମିତି ବ୍ୟବହାର କରାଯାଇ ପାରେ।

କେମିତି ଇନେବଲ କରିବେ ଆଇପି ପ୍ରୋଟେକ୍ସ ? 

-ସର୍ବ ପ୍ରଥମେ ହ୍ୱାଟ୍ସଆପ୍‌କୁ ଲାଟେଷ୍ଟ ଭର୍ସନରେ ଅପଡେଟ୍‌ କରନ୍ତୁ ଏବଂ ଓପେନ କରନ୍ତୁ।

-ଏବେ ଆପଣଙ୍କୁ ସେଟିଂସ ମେନ୍ୟୁ ଓପେନ କରି ପ୍ରାଇଭେସି ସେକ୍ସନରେ ଯିବାକୁ ହେବ।

-   ପ୍ରାଇଭେସି ପେଜ୍‌ରେ ସବୁଠୁ ତଳକୁ ସ୍କ୍ରଲ୍‌ କଲେ ଆପଣଙ୍କୁ ଆଡଭାନ୍ସଡ୍‌ ଅପସନ ଦେଖାଯିବ , ଏହା ଉପରେ ଟ୍ୟାପ୍‌ କରନ୍ତୁ । 

- ଏହାପରେ ପ୍ରୋଟେକ୍ଟ ଆଇପି ଆଡ୍ରେସ୍‌ ଇନ୍‌ କଲ୍ସର ସାମନାରେ ଦେଖାଯାଉଥିବା ଟଗଲକୁ ଇନେବଲ କରି ଦିଅନ୍ତୁ ଏବଂ ଫିଚର କାମ କରିବାକୁ ଲାଗିବ। 

ଫିଚର ଏନେବଲ ହେବା ପରେ ଆପଣଙ୍କୁ ଲୋକେସନ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରହିବ ଏବଂ ଆଇପି ଆଡ୍ରେସ୍‌ ମଧ୍ୟ ହ୍ୱାଟ୍ସଆପ୍‌ ମାଧ୍ୟମରେ କାହାକୁ ଜଣାପଡ଼ିବ ନାହିଁ । 

 

 

 

Copyright © 2022 - Summa Real Media Private Limited. All Rights Reserved.