ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଆଫ୍ରିକୀୟ ସଂଘକୁ ଜି-୨୦ରେ ସାମିଲ କରିବାକୁ କଣ କଲା ଭାରତ ? ରାଜି ହେବାକୁ ବାଧ୍ୟ ହେଲା ଚୀନ୍‌

ନୂଆଦିଲ୍ଲୀ, ୦୯/୦୯: ଭାରତର ଅଧ୍ୟକ୍ଷତାରେ ଜି-୨୦ରେ ୨୧ ତମ ସଦସ୍ୟ ଭାବେ ସାମିଲ ହେଲା ଆଫ୍ରିକୀୟ ସଂଘ । ୨୦୨୩ ଜୁନ୍‌ ମାସରୁ ଆଫ୍ରିକୀୟ ସଂଘକୁ ଜି-୨୦ରେ ସାମିଲ କରିବାକୁ ଭାରତ ପ୍ରୟାସ ଆରମ୍ଭ କରିଥିଲା ।  ସଦସ୍ୟ ରାଷ୍ଟ୍ରଙ୍କ ପାଖରୁ ପ୍ରଥମେ ସହମତି ପାଇବା ପରେ ଆଫ୍ରିକୀୟ ସଂଘକୁ ଜି-୨୦ରେ ସାମିଲ କଲା ଭାରତ । ଆଜି ଦିଲ୍ଲୀର ଭାରତ ମଣ୍ଡପମରେ ଶିଖର ସମ୍ମିଳନୀ ଆରମ୍ଭରୁ ହିଁ ପିଏମ ନରେନ୍ଦ୍ର ମୋଦୀ  ଆଫ୍ରିକୀୟ ସଂଘକୁ ଜି-୨୦ର ସ୍ଥାୟୀ ସଦସ୍ୟ ରୂପେ ଘୋଷଣା କରିଥିଲେ । ଏହା ସହ ଆଫ୍ରିକୀୟ ସଂଘର ମୁଖ୍ୟ ଅଜାଲୀ ଅସୌମାନୀଙ୍କୁ ସ୍ଥାୟୀ ସଦସ୍ୟ ଭାବେ ନିଜ ସିଟ୍‌ରେ ବସିବାକୁ ଆମନ୍ତ୍ରଣ କରିଥିଲେ ପିଏମ ମୋଦୀ । ସେପଟେ ଅଜାଲୀ ଅସୌମାନୀ ପିଏମ ମୋଦୀଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି । 

କେହି ଜି-୧୪ ପାଇଁ କହୁଥିଲେ ତ ଆଉ କିଏ ଜି-୮ ଚାହୁଁଥିଲେ, ଏମିତି ଜନ୍ମ ନେଲା ବିଶ୍ବର ସବୁଠାରୁ ବଡ଼ ଆର୍ଥିକ ମଞ୍ଚ ଜି-୨୦

ହେଲେ ଆଫ୍ରିକୀୟ ସଂଘକୁ ଜି-୨୦ରେ ସାମିଲ କରିବାକୁ ଭାରତ କଣ ସବୁ ପଦକ୍ଷେପ ଗ୍ରହଣ କରିଥିଲା ସେନେଇ ଚର୍ଚ୍ଚା ଲାଗିରହିଛି।  ଚଳିତବର୍ଷ ଜୁନ୍‌ ମାସରେ ଅଧ୍ୟକ୍ଷ ଭାବେ ପିଏମ ମୋଦୀ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ପତ୍ର ଲେଖିଥିଲେ । ତେବେ ଏନେଇ ଜାନୁଆରୀ ମାସରେ ଚିନ୍ତା କରିଥିଲା ଭାରତ । ଭଏସ ଅଫ ଦି ଗ୍ଲୋବାଲ୍‌ ସାଉଥ୍‌ ଶିଖର ସମ୍ମିଳନୀ ପରେ ପରେ ଭାରତ ଏହି ଯୋଜନା କରିଥିବା କୁହାଯାଉଛି । ଏହି ଶିଖର ସମ୍ମିଳନୀରେ ୫୫ଟି ଆଫ୍ରିକୀୟ ଦେଶ ଯୋଗ ଦେଇଥିଲେ । 

ତାପରେ ଏହି ଚର୍ଚ୍ଚାକୁ ଭାରତ ଇଥିଓପିଆରେ ଆଗକୁ ବଢ଼ାଇଥିଲା । ତେବେ ଏବେ ଯାଏ ଦକ୍ଷିଣ ଆଫ୍ରିକା ହିଁ ଜି-୨୦ରେ ଏକମାତ୍ର ଆଫ୍ରିକୀୟ ଦେଶ ଭାବେ ସଦସ୍ୟ ଥିଲା । ଭାରତର ପ୍ରସ୍ତାବରେ ପ୍ରଥମେ ଆମେରିକା ଏବଂ ଫ୍ରାନ୍ସ ସମ୍ମତି ଜଣାଇଥିଲେ । ଜି-୨୦ର ସଦସ୍ୟ ଭାବେ ରୁଷ ଏବଂ ଚୀନ୍‌ ଠାରୁ ସମର୍ଥନ ମାଗିଥିଲା ଭାରତ । ଏହା ଉପରେ ରୁଷ ନିରପେକ୍ଷ ଆଭିମୁଖ୍ୟ ଆପଣାଇବା ସହ ଭାରତର ପ୍ରସ୍ତାବରେ ରାଜି ହୋଇଥିଲା । କିନ୍ତୁ ଚୀନ୍‌ କୌଣସି ପ୍ରତିକ୍ରିୟା ଦେଇନଥିଲା । 

‘ଇଣ୍ଡିଆ-ଭାରତ’ ନାମକରଣକୁ ନେଇ ମିଳିଲା ଆଉ ଏକ ସନ୍ଦେଶ, ଜି -20ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମ୍ନାରେ ରହିଲା ‘ଭାରତ’ ଲେଖା ନାମ ଫଳକ…

ଚୀନ ନିରବ ରହିବା ପଛର କାରଣ ଥିଲା ଯେ, ହୁଏତ ଭାରତ ବ୍ରିକ୍ସର ବିସ୍ତାର ପାଇଁ ଚୀନ୍‌ର ଯୋଜନାକୁ ପଣ୍ଡ କରିପାରେ । କିନ୍ତୁ ଭାରତ ବ୍ରିକ୍ସରେ ନୂଆ ରାଷ୍ଟ୍ରଙ୍କ ସାମିଲ ପାଇଁ ମସର୍ଥନ ଜଣାଇଥିଲା  । ଏହାର କିଛି ଦିନ ପରେ ଚୀନର ବୈଦେଶିକ ମନ୍ତ୍ରାଳୟ ଜି-୨୦ର ବିସ୍ତାର ପାଇଁ ନିଜର ସମର୍ଥନ ଜଣାଇଥିଲା । ଆଉ ଏବେ ଜି-୨୦ର ସ୍ଥାୟୀ ସଦସ୍ୟ ହୋଇଛି ଆଫ୍ରିକୀୟ ସଂଘ । 

You can also read: ହିନ୍ଦୁ ହୋଇଥିବାରୁ ନିଜକୁ ଗର୍ବିତ ଅନୁଭବ କରନ୍ତି,ଦିଲ୍ଲୀ ଅକ୍ଷରଧାମ ମନ୍ଦିର ଯିବେ ଋଷି ସୁନକ


  • G20 Summit
  • African Union
  • Copyright © 2022 - Summa Real Media Private Limited. All Rights Reserved.