ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ରୋଚକ ମୋଡ଼ରେ ଗୋପାଳପୁର ରାଜନୀତି: ପ୍ରଦୀପ ପାଣିଗ୍ରାହୀଙ୍କ ବିଜେପିରେ ସାମିଲ ପ୍ରସଙ୍ଗ, ବିଭୂତିଙ୍କ ଦିଲ୍ଲୀ ଗସ୍ତ ନେଇ ଚର୍ଚ୍ଚା

ବ୍ରହ୍ମପୁର,୧୪/୧୧: ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ଚର୍ଚ୍ଚା ଜୋର୍‌ ହୋଇଛି । ଶୁଣାଯାଉଥିଲା ଯେ, ଦିଲ୍ଲୀରେ ଗତ ଶୁକ୍ରବାର ମିଶ୍ରଣ ପର୍ବ ଆୟୋଜନ ହୋଇଥିଲା । ପରେ ତାରିଖ ପରିବର୍ତ୍ତନ ହୋଇ ରବିବାର ଧାର୍ଯ୍ୟ ହୋଇଥିଲା । କିନ୍ତୁ ତାହା ମଧ୍ୟ ହୋଇନାହିଁ ।  ସେପଟେ ଗତ ସପ୍ତାହରେ ପ୍ରଦୀପଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବିଭୂତି ଜେନାଙ୍କ ଦିଲ୍ଲୀ ଗସ୍ତ ଏହାର ପ୍ରଭାବ କି ବୋଲି ମଧ୍ୟ ଆଲୋଚନା ହେଉଛି ।  

ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ନିର୍ବାଚନମଣ୍ଡଳୀର ବହୁ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ଆସିବା ପରେ ସେ ଗତ ୨୦୨୦ ନଭେମ୍ବର ୨୯ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ତା’ରେ ତାଙ୍କୁ କ୍ରାଇମ୍‌ବ୍ରାଞ୍ଚ ୪ ଡିସେମ୍ବରରେ ଗିରଫ କରିଥିଲା । ସେ ୨୦୨୧ ଜାନୁଆରୀ ୧୨ରେ ଝାରପଡ଼ା ଜେଲରୁ ମୁକୁଳିଥିଲେ । ସେବେଠାରୁ ସେ ବିଜେପିରେ ସାମିଲ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇ ଆସୁଥିଲା । ଶନିବାର ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଉପସ୍ଥିତିରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ସାମ୍ବାଦିକ ସମ୍ମିଳନୀ ମିଶ୍ରଣ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି । ବିଧାୟକ ପଣ୍ଡା ସାମ୍ବାଦିକ ସମ୍ମିଳନୀ ଡକାଇ ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡି ତଡ଼ିଥିବା ନେତାଙ୍କୁ ବିଜେପି କୋଳେଇ ନେବାକୁ ଆଗଭର ହେଉଥିବା କହିଥିଲେ । 

ବିଜେଡିର ସାମ୍ବାଦିକ ସମ୍ମିଳନୀ ପରେ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବା ଆହୁରି ସ୍ପଷ୍ଟ ହୋଇଥିଲା । ଦୀପାବଳି ପରେ ରବିବାର ମିଶ୍ରଣ ପର୍ବ ହେବ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଗତ ସପ୍ତାହରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ତଥା ଗୋପାଳପୁର ବିଧାୟକ ପ୍ରାର୍ଥୀ ବିଭୂତି ଜେନା ଦିଲ୍ଲୀ ଯାଇ ଫେରିଥିବା ଜଣାଯାଇଛି । ତେବେ ଏହି ଗସ୍ତ ସମୟରେ ସେ ଦଳୀୟ ନେତାଙ୍କୁ ସାକ୍ଷାତ କରିଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ବିଭୂତି କିନ୍ତୁ ବ୍ୟକ୍ତିଗତ କାମରେ ଯାଇଥିବା ପ୍ରମେୟକୁ କହିଛନ୍ତି । 

ସୂଚନାଯୋଗ୍ୟ ଯେ, ପ୍ରଦୀପ ଗୋପାଳପୁର ଆସନରୁ ବିଜେଡି ଟିକେଟ୍‌ରେ ଲଗାତାର ତିନି ଥର ନିର୍ବାଚିତ ହୋଇଛନ୍ତି । ସବୁଥର ପ୍ରତିଦ୍ୱନ୍ଦ୍ୱୀ ଥିଲେ ବିଜେପିର ବିଭୂତି । ୨୦୧୯ରେ ସେ ବହୁତ କମ୍‌ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି ।  

Copyright © 2022 - Summa Real Media Private Limited. All Rights Reserved.