ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ: ଭ୍ରମଣକାରୀ ଟିମ୍‌କୁ ଝଟକା, ଆହତ ଲିଚ୍‌ ବାକି ମ୍ୟାଚ୍‌ରୁ ବାଦ୍

ନୂଆଦିଲ୍ଲୀ,୧୨/୦୨: ଘରୋଇ ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଆହତ ହୋଇଥିବା ଇଂଲଣ୍ଡର ପ୍ରମୁଖ ସ୍ପିନର ଜ୍ୟାକ୍‌ ଲିଚ୍‌ ଶେଷ ୩ଟି ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି । ତାଙ୍କ ସ୍ଥାନରେ କୌଣସି ବଦଳ ଖେଳାଳି ସାମିଲ୍‌ କରାଯିବନି ବୋଲି ରବିବାର ଇଂଲଣ୍ଡ ଆଣ୍ଡ୍‌ ୱେଲ୍ସ କ୍ରିକେଟ୍‌ ବୋର୍ଡ଼ (ଇସିବି) ସ୍ପଷ୍ଟ କରିଛି ।  ପ୍ରଥମ ଟେଷ୍ଟର ପ୍ରଥମ ଦିବସରେ  ଫିଲ୍ଡିଂ କରୁଥିବାବେଳେ ଲିଚ୍‌ଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଥିଲା । ଫଳରେ  ସେ ବୋଲିଂରୁ ଦୂରେଇ ରହିଥିଲେ ଏବଂ ଦ୍ୱିତୀୟ ଟେଷ୍ଟ ଖେଳିନଥିଲେ । 

ଇଂଲଣ୍ଡ ଦଳ ଦ୍ୱିତୀୟ ଟେଷ୍ଟ ଶେଷ ହେବା ପରେ ଆବୁଧାବି ଯାତ୍ରା କରିଥିଲା । ସେଠାରେ ଦଳ ତୃତୀୟ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଜାରି ରଖିଛି । ଦଳ ସହ ଯାତ୍ରା କରିଥିବା ଲିଚ୍‌ ଆବୁଧାବିରୁ  ସିଧାସଳଖ ସ୍ୱଦେଶ ଫେରିବେ ବୋଲି  ଇସିବି ପକ୍ଷରୁ କୁହାଯାଇଛି । ଇଂଲଣ୍ଡ  ଦଳ ସୋମବାର ରାଜକୋଟରେ  ପହଞ୍ଚିବ ଏବଂ ମଙ୍ଗଳବାର ନିରଞ୍ଜନ  ଶାହ ଷ୍ଟାଡିୟମରେ ଅଭ୍ୟାସ କରିବାର  କାର୍ଯ୍ୟକ୍ରମ ରହିଛି । ଲିଚ୍‌ଙ୍କ ଓହରିଯିବା  ଫଳରେ ଏବେ ଅନଭିଜ୍ଞ ରେହାନ  ଅହମ୍ମଦ, ଟମ୍‌ ହାର୍ଟଲି ଓ ସୋଏବ  ବସିର ସ୍ପିନ ବିଭାଗ ସମ୍ଭାଳିବେ । ଅଭିଜ୍ଞ  ବ୍ୟାଟର ଜୋ ରୁଟ ଚତୁର୍ଥ ସ୍ପିନର  ଦାୟିତ୍ୱ ତୁଲାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.