ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଦ୍ୱିତୀୟ ଥର ପାଇଁ ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ କଲା ଇସ୍ରୋ, ଆଗକୁ ଚନ୍ଦ୍ରକୁ ଯିବ ମଣିଷ !

ବେଙ୍ଗଲୁରୁ, ୦୪/୦୯: ଚନ୍ଦ୍ରଯାନ-୩ର ଜହ୍ନରେ ସଫଳ ସଫ୍ଟ ଲ୍ୟାଣ୍ଡିଂ ପରେ ଇସ୍ରୋ ଆଉ ଏକ ସଫଳତା ପାଇଛି । ଲକ୍ଷ୍ୟ ଠାରୁ ଅଧିକ କିଛି ହାସଲ କରିଛି ଇସ୍ରୋ । ଯଦିଓ ଏନେଇ ଇସ୍ରୋ ବୈଜ୍ଞାନିକ କିଛି ସୂଚନା ଦେଇ ନଥିଲେ ଏବେ ପରୀକ୍ଷଣ ସଫଳ ହୋଇଛି । 




ଏବେ ଚନ୍ଦ୍ରରେ ସଞ୍ଜ ହୋଇଥିବା ବେଳେ ତାପମାତ୍ରା ଖସି ଖସି ଆସୁଛି । ଆଉ ଏହି ସମୟରେ ଇସ୍ରୋ ବୈଜ୍ଞାନିକ ଲ୍ୟାଣ୍ଡର ବିକ୍ରମର ପୁଣି ଥରେ ସଫ୍ଟ ଲ୍ୟାଣ୍ଡିଂ କରାଇବାରେ ସଫଳ ହୋଇଛନ୍ତି । ଲ୍ୟାଣ୍ଡର ୪୦ ସେଣ୍ଟିମିଟର ଉଚ୍ଚତାକୁ ଉଠିବା ସହ ସେହି ସ୍ଥାନରୁ ୩୦ରୁ ୪୦ ସେଣ୍ଟିମିଟର ଦୂରରେ ପୁଣି ଥରେ ଅବତରଣ କରିଛି । ଟ୍ୱିଟ୍ କରି ଏ ସୂଚନା ଦେଇଛି ଇସ୍ରୋ ।

ଚନ୍ଦ୍ରପୃଷ୍ଠରେ ବିଯୁକ୍ତ ୨୩୮ ଡିଗ୍ରୀ ତାପମାତ୍ରା କେମିତି ସହିବ ରୋଭର ‘ପ୍ରଜ୍ଞାନ’ ?

ଇସ୍ରୋ ବୈଜ୍ଞାନିକଙ୍କ କମାଣ୍ଡ ପରେ ଲ୍ୟାଣ୍ଡର ବିକ୍ରମର ଇଞ୍ଜିନ୍ ଅନ୍ ହୋଇଥିଲା । ଏହା ପରେ ଲ୍ୟାଣ୍ଡର ଉପରକୁ ୪୦ ସେଣ୍ଟିମିଟର ଉଠିଥିଲା । ସେହି ସ୍ଥାନରୁ ୩୦ରୁ ୪୦ ସେଣ୍ଟିମିଟର ମିଟର ଦୂରରେ ନରମ ଅବତରଣ କରିଥିଲା । ଇସ୍ରୋର ଏହି ପ୍ରଚେଷ୍ଟା ଆଗକୁ ଚନ୍ଦ୍ରପୃଷ୍ଠରୁ ସଫଳ ମିଶନ ଫେରିବାରେ ସହାୟକ ହେବ । ଏହାଦ୍ୱାରା ସେଠାରୁ ନମୁନା ସଂଗ୍ରହ କରାଯାଇ ଅଣାଯାଇ ପାରିବ ।

ଏବେ ଲ୍ୟାଣ୍ଡର ବିକ୍ରମ ଠିକ୍ ଭାବେ କାର୍ଯ୍ୟକ୍ଷମ ରହିଛି । ପୁଣି ଥର ଅବତରଣ ପୂର୍ବରୁ ଲ୍ୟାଣ୍ଡରର ରାମ୍ପ ସହ ପେଲୋଡ୍ସକୁ ବନ୍ଦ କରି ଦିଆ ଯାଇଥିଲା । ଦ୍ୱିତୀୟ ଥର ନରମ ଅବତରଣ ପରେ ଖୋଲି ଦିଆ ଯାଇଛି । ଏହା ପୂର୍ବରୁ ଚନ୍ଦ୍ରଯାନ-୩ର ପ୍ରଜ୍ଞାନ ରୋଭରକୁ ଚନ୍ଦ୍ରପୃଷ୍ଠର ଏଭଳି ସ୍ଥାନରେ ସ୍ଲିପ୍ ମୋଡରେ ରଖା ଯାଇଛି, ଯେଉଁଠି ସୂର୍ଯ୍ୟ କିରଣ ପଡ଼ିବା ମାତ୍ରେ ପ୍ରଜ୍ଞାନ ସକ୍ରିୟ ହୋଇ ଉଠିବ ।

ଚନ୍ଦ୍ରରେ ଆସିଲା ‘ଭୂମିକମ୍ପ’ ! ଲ୍ୟାଣ୍ଡର ବିକ୍ରମ୍ ରେକର୍ଡ କଲା ହଲଚଲ୍

ଚନ୍ଦ୍ରରେ ରାତି ହୋଇ ଆସୁଥିବା ବେଳେ ୧୪ରୁ ୧୫ ଦିନ ସୂର୍ଯ୍ୟ ଉଇଁବ ନାହିଁ । ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ସେତେବେଳେ ସେଠି ସୂର୍ଯ୍ୟୋଦୟ ହେଉଥିଲା । ପୃଥିବୀର ୧୪ ଦିନ ଚନ୍ଦ୍ରର ଗୋଟିଏ ଦିନ ସମାନ ହେଉଥିବାରୁ ଇସ୍ରୋ ଲ୍ୟାଣ୍ଡର ଓ ରୋଭର ମାଧ୍ୟମରେ ତଥ୍ୟ ସଂଗ୍ରହ ଆରମ୍ଭ କରିଥିଲା । ଏବେ ସେଠାରେ ରାତି ହେବାରୁ ରୋଭରକୁ ସ୍ଲିପିଂ ମୋଡରେ ରଖା ଯାଇଛି । 

  • Chandrayaan-3
  • Moon
  • Vikram Lander
  • Copyright © 2022 - Summa Real Media Private Limited. All Rights Reserved.