ନୂଆଦିଲ୍ଲୀ : କ୍ରିକେଟ ବିଶ୍ୱକପ୍କୁ ନେଇ ମାହୋଲ ଏବେ ସରଗରମ୍। ଚାରିଆଡ଼େ ଖାଲି ଏହାକୁ ନେଇ ଚର୍ଚ୍ଚା ଜୋର। କିଏ ଜିତିବ କିଏ ହାରିବ ଏହାକୁ ନେଇ ଅନେକ କଳ୍ପନାଜଳ୍ପନା। ଛୋଟ ଠାରୁ ବଡ଼ ସବୁ ବର୍ଗର ଲୋକଙ୍କ ମନରେ ନିଆରା ଉତ୍ସାହ। ଗତକାଲି (ରବିବାର) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ପ୍ରତୀକ୍ଷିତ ଫାଇନାଲ ମ୍ୟାଚ୍ ରବିବାର ଖେଳା ଯିବ। ଏହି ମଧ୍ୟରେ ଅନେକ ପ୍ରକାରର ଦାବି ପ୍ରତିଦାବି ସାମନାକୁ ଆସୁଛି। ଅନେକ ଲୋକ ଅଛନ୍ତି , ଯେଉଁମାନେ ଭାରତର ବିଜୟକୁ ନେଇ ଅନେକ ପ୍ରକାରର ଘୋଷଣା କରିବାରେ ଲାଗି ପଡ଼ିଛନ୍ତି। କିଛି ଏମିତି ହିଁ ଘୋଷଣା କରିଛନ୍ତି ଆଷ୍ଟ୍ରୋଟକ୍ର ସିଇଓ ପୁନିତ୍ ଗୁପ୍ତା। ସେ ଘୋଷଣା କରିଛନ୍ତି , ଯଦି ଭାରତ ବିଶ୍ୱକପ୍ ଟ୍ରଫି ଜିତିବାରେ ସଫଳ ହୁଏ ତ ସେ ଆଷ୍ଟ୍ରୋଟକ୍ ୟୁଜରଙ୍କ ମଧ୍ୟରେ ୧୦୦ କୋଟି ଟଙ୍କା ବାଣ୍ଟିବେ।
ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ଟିମ୍ ଇଣ୍ଡିଆ, ଫାଇନାଲ୍ ମ୍ୟାଚ ପୂର୍ବରୁ ଏଭଳି କହିଲେ ରୋହିତ ଶର୍ମା
ଆଷ୍ଟ୍ରୋଟକ୍ ୟୁଜରଙ୍କୁ ମିଳିବ ଉପହାର –
ପୁନିତ ଗୁପ୍ତା ଆହୁରି ଲେଖିଛନ୍ତି - ଗତ ଥର ତ ମୋ ସହ କେବଳ କିଛି ବନ୍ଧୁମାନେ ଥିଲେ ,ଯେଉଁମାନଙ୍କ ସହ ମୁଁ ବିଶ୍ୱକପ୍ ଜିତିବାର ଖୁସି ବାଣ୍ଟି ଥିଲି। କିନ୍ତୁ ଏହି ଥର ମୋ ସହ ବହୁ ସଂଖ୍ୟାରେ ଆଷ୍ଟ୍ରୋଟକ୍ର ୟୁଜର ଅଛନ୍ତି, ଯେଉଁମାନେ ବନ୍ଧୁ ଭଳି। ତାଙ୍କ ସହ ନିଜର ଖୁସି ବାଣ୍ଟିବା ପାଇଁ ମୁଁ କିଛି କରିବାକୁ ଚାହୁଁଛି। ସେ ଆହୁରି ଲେଖିଛନ୍ତି , ଆଜି ସକାଳେ ମୁଁ ମୋର ଫାଇନାନ୍ସ ଟିମ୍ ସହ କଥା ହୋଇଛି , ନିଜର ୟୁଜରଙ୍କୁ ୧୦୦ କୋଟି ଟଙ୍କା ଦେବାକୁ ଶପଥ ନେଇଛି।
ଯଦି ଭାରତ ଏହି ବିଶ୍ୱକପ୍ରେ ଜିତେ ତ ୟୁଜରଙ୍କ ୱାଲେଟ୍ରେ ଟଙ୍କା ପହଞ୍ଚିବ। ଏହାସହ ପୁନିତ୍ ଲୋକଙ୍କୁ ଭାରତର ସମର୍ଥନ କରିବାକୁ ଆହ୍ୱାନ କରିଛନ୍ତି।
୨୦୧୧ର ସ୍ମୃତିକୁ ତାଜା କଲେ –
ଏହି ସମୟରେ ପୁନିତ ଗୁପ୍ତା ୨୦୧୧ ମସିହାରେ ବିଶ୍ୱକପ୍ରେ ଭାରତର ଟାଇଟଲ ବିଜୟ କଥାକୁ ବି ମନେପକାଇଛନ୍ତି। ଲିଙ୍କଡଇନ୍ରେ ଏକ ପୋଷ୍ଟରେ ପୁନିଟ ଗୁପ୍ତା ଲେଖିଛନ୍ତି ଯେ, ଗତଥର ଭାରତ ୨୦୧୧ ମସିହାରେ ବିଶ୍ୱକପ୍ ଜିତି ଥିଲା। ଏହି ସମୟରେ କଲେଜରେ ପଢୁଥିଲେ ଏବଂ ଏହା ମୋ ଜୀବନର ଖୁସି ଦିନ ଗୁଡ଼ିକ ମଧ୍ୟରୁ ଗୋଟିଏ ।
ଆଷ୍ଟ୍ରୋଟକ୍ର ସିଇଓ ଲେଖିଛନ୍ତି ,ଭାରତର ଏହି ବିଜୟ ପରେ ସେ ବନ୍ଧୁଙ୍କ ସହ ସେଲିବ୍ରେସନରେ ମାତି ଥିଲେ। ଏଥିରେ ସୃଷ୍ଟି ହୋଇଥିବା ରୋମାଞ୍ଚ ଦୀର୍ଘ ଦିନ ଧରି ଆମ ସାଥିରେ ରହିଥିଲା ।