ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୬ ଗ୍ରହବିଶିଷ୍ଟ ବିରଳ ସୌରମଣ୍ଡଳ ଆବିଷ୍କାର କଲେ ମହାକାଶବିଜ୍ଞାନୀ, ପୃଥିବୀଠାରୁ ୧୦୦ ଆଲୋକ ବର୍ଷ ଦୂରରେ ଅବସ୍ଥିତ

ନୂଆଦିଲ୍ଲୀ ୦୧/୧୨ : ବ୍ରହ୍ମାଣ୍ଡର ଏକ ରହସ୍ୟର ସମାଧାନ ଲାଗି ମହାକାଶବିଜ୍ଞାନୀମାନେ ଦୁଇଟି ଭିନ୍ନ ବାହ୍ୟଗ୍ରହ ଚହ୍ନଟକାରୀ ଉପଗ୍ରହ ଜରିଆରେ ୬ ଗ୍ରହବିଶିଷ୍ଟ ଏକ ବିରଳ ସୌରମଣ୍ଡଳ ଆବିଷ୍କାର କରିଛନ୍ତି । ଏହା ପୃଥିବୀଠାରୁ ୧୦୦ ଆଲୋକ ବର୍ଷ ଦୂରରେ ଅବସ୍ଥାନ କରିଛି । ଏହି ଆବିଷ୍କାର ଗ୍ରହ ଉତ୍ପତ୍ତିର ରହସ୍ୟ ଉନ୍ମୋଚନ କରିବାରେ ବୈଜ୍ଞାନିକଙ୍କୁ ସାହାଯ୍ୟ କରିବ । ଏହି ୬ ବାହ୍ୟଗ୍ରହ ସୂର୍ଯ୍ୟ ଭଳି ଏକ ଉଜ୍ଜ୍ୱଳ ନକ୍ଷତ୍ର ଚତୁପାଶ୍ୱର୍ରେ ପରିକ୍ରମା କରୁଛନ୍ତି । ଏହି ନକ୍ଷତ୍ରର ନାମ ‘ଏଚ୍‌ଡି୧୧୦୦୬୭’ । ଉତ୍ତର ଆକାଶରେ କୋମା ବେରେନିସେସ୍‌ ନକ୍ଷତ୍ରମଣ୍ଡଳରେ ଏହା ଅବସ୍ଥିତ । ଏହାକୁ ପରିକ୍ରମା କରୁଥିବା ୬ ଗ୍ରହ ପୃଥିବୀଠାରୁ ବଡ଼ କିନ୍ତୁ ନେପ୍‌ଚୁନ୍‌ଠାରୁ ଛୋଟ । ଏମାନେ ସମସ୍ତେ ନୃତ୍ୟାୟିତ ଭଙ୍ଗୀରେ ‘ଏଚ୍‌ଡି୧୧୦୦୬୭’ ନକ୍ଷତ୍ର ଚତୁପାଶ୍ୱର୍ରେ ପରିକ୍ରମା କରୁଛନ୍ତି । 

ବୈଜ୍ଞାନିକମାନେ କହିଛନ୍ତି, ଏହି ଗ୍ରହଗୁଡ଼ିକ ୪୦୦ କୋଟି ବର୍ଷ ପୂର୍ବେ ସୃଷ୍ଟି ହୋଇଥିଲେ । ସେବେଠାରୁ ସେଗୁଡ଼ିକର କୌଣସି ପରିବର୍ତ୍ତନ ହୋଇନାହିଁ । ପୃଥିବୀ ଭଳି ଅନ୍ୟ ବାସଯୋଗ୍ୟ ଗ୍ରହ ଅନ୍ୱେଷଣ ମିଶନ୍‌ ଅନ୍ତର୍ଗତ ବୈଜ୍ଞାନିକମାନେ ଏହି ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରିଛନ୍ତି । ତେବେ ଏହି ଗ୍ରହଗୁଡ଼ିକ ଉତ୍ତପ୍ତ ଓ ଗ୍ୟାସୀୟ ବୋଲି ଅଧ୍ୟୟନ କହିଛି । ଅଧ୍ୟୟନ ଅନୁସାରେ, ଏହି ସୌରମଣ୍ଡଳରେ ଗୋଟିଏ ଗ୍ରହ ୩ ପରିକ୍ରମା କରୁଥିବାବେଳେ ନିକଟବର୍ତ୍ତୀ ଗ୍ରହ ଦୁଇଟି ପରିକ୍ରମା କରୁଛି । ଏହି ଘୂର୍ଣ୍ଣନ ଶୃଙ୍ଖଳା ଅତ୍ୟନ୍ତ ବିରଳ ବୋଲି ଅଧ୍ୟୟନର ମୁଖ୍ୟ ଲେଖକ ଚିକାଗୋ ବିଶ୍ୱବିଦ୍ୟାଳୟର ରାଫେଲ ଲୁକ୍ୟୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.