ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଏସିଆ କପ୍ ଫାଇନାଲ୍: ଟସ୍ ଜିତି ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତ୍ତି, ଚୂଡ଼ାନ୍ତ ଏକାଦଶରେ ୬ ପରିବର୍ତ୍ତନ କଲା ଭାରତ

କଲମ୍ବୋ, ୧୭/୦୯: ଶ୍ରୀଲଙ୍କାର ପି. ପ୍ରେମାଦାସ ଷ୍ଟାଡିୟମରେ ଶ୍ରୀଲଙ୍କା-ଭାରତ ମଧ୍ୟରେ ଏସିଆ କପର ଫାଇନାଲ୍ ମ୍ୟାଚ୍ ଖେଳା ଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଘରୋଇ ଦଳ । ଚୂଡ଼ାନ୍ତ ଏକାଦେଶର ଭାରତ ୱାଂଶିଟନ ସୁନ୍ଦର, ବିରାଟ କୋହଲି, କୁଲଦୀପ ଯାଦବ, ବୁମରା, ପାଣ୍ଡ୍ୟା ଓ ସିରଜଙ୍କୁ ସାମିଲ୍ କରିଛି । 

ଭାରତ ୭ଥର ଏସିଆ କପ୍ ଚାମ୍ପିଅନ୍‌ ହୋଇଥିବା ବେଳେ ଅଷ୍ଟମ ଥର ଟ୍ରଫି ହାତେଇବାକୁ ଲକ୍ଷ୍ୟ ରଖିଛି । ସ୍ପିନ୍‌ରଙ୍କ ପାଇଁ ପ୍ରସ୍ତୁତ ପିଚ୍‌ରେ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଶ୍ରୀଲଙ୍କା ବଦ୍ଧ ପରିକର ରହିଛି । ରୋହିତ ବାହିନୀ ମଧ୍ୟ ୫ ବର୍ଷ ପରେ ଏସିଆ କପ୍‌ ଟ୍ରଫି ସହ ସ୍ୱଦେଶ ଫେରିବାକୁ ପଡ଼ିଆକୁ ଓହ୍ଲାଇଛି ।




ସୁପର-୪ ରାଉଣ୍ଡରେ ଭାରତ, ଶ୍ରୀଲଙ୍କାକୁ ହରାଇ ଥିଲା । ଏଥର ଶ୍ରୀଲଙ୍କା ଜବାବ ଦେବାକୁ ଲକ୍ଷ୍ୟ ରଖିଛି । ମାତ୍ର  ଭାରତକୁ ହରାଇବା ସହଜ ହେବ ନାହିଁ । ସବୁ ପ୍ରକାର ପିଚ୍‌ରେ ଘାତକ ସାବ୍ୟସ୍ତ ହେବା ଭଳି ବୋଲିଂ ବାହିନୀ ଭାରତ ନିକଟରେ ରହିଛି ।

ଭାରତର ପଲା ଭାରି ଜଣା ପଡ଼ୁଥିଲେ ହେଁ ରବିବାର ଶ୍ରୀଲଙ୍କା ବିପର୍ଯ୍ୟୟ ଘଟାଇବାକୁ ପ୍ରୟାସ କରିବ । ଫାଇନାଲ୍‌ ଜିତିଲେ ଶ୍ରୀଲଙ୍କା ମଧ୍ୟ ସର୍ବାଧିକ ୭ଥର ଏସିଆ କପ୍‌ ଚାମ୍ପିଅନ ହୋଇ ଭାରତ ସହ ସମକକ୍ଷ ହେବ । ପାକିସ୍ତାନ ବିପକ୍ଷରେ ବିଜୟ ପରେ ଶ୍ରୀଲଙ୍କା ଦଳର ମନୋବଳ ବୃଦ୍ଧି ପାଇଛି । ଏସିଆ କପ୍‌ ଇତିହାସରେ ଶ୍ରୀଲଙ୍କା ସର୍ବାଧିକ ୧୨ଥର ଫାଇନାଲ୍‌ରେ ପ୍ରବେଶ କରିଛି । ଭାରତ ଦଶମ ଥର ଲାଗି ଫାଇନାଲ୍‌ ଖେଳୁଛି ।

ଏସିଆ କପ୍‌ ୨୦୨୩: ସୁପର୍ ସଣ୍ଡେରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ଟକ୍କର, ବର୍ଷା ସାଜିପାରେ ବାଧକ

  • cricket
  • Copyright © 2022 - Summa Real Media Private Limited. All Rights Reserved.