ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

୧୪ ଘଣ୍ଟାର ଉପବାସ ସ୍ୱାସ୍ଥ୍ୟ ପାଇଁ ବରଦାନ, ଅଧ୍ୟୟନରୁ ଖୁଲାସା

ନୂଆଦିଲ୍ଲୀ ୧୬/୧୨: ଦୈନନ୍ଦିନ ଉପବାସ କେବଳ ଶରୀରରେ ଉର୍ଜା ବଢ଼ାଏ ଓ ମୁଡ୍‌ ସୁଧାରେ ତାହା ନୁହେଁ, ସ୍ୱାସ୍ଥ୍ୟ ଉପରେ ମଧ୍ୟ ଅନେକ ହିତକର ପ୍ରଭାବ ପକାଏ । ବ୍ରିଟିଶ ଅନୁସନ୍ଧାନକାରୀମାନଙ୍କର ଏକ ସଦ୍ୟ ଅଧ୍ୟୟନ ଏହା ସ୍ପଷ୍ଟ କରିଛି । କିଙ୍ଗ୍‌ସ କଲେଜ ଲଣ୍ଡନରେ ହୋଇଥିବା ଏହି ଅଧ୍ୟୟନର ଫଳ ୟୁରୋପୀୟ ପୋଷଣ ସମ୍ମିଳନୀରେ ଉପସ୍ଥାପନ କରାଯାଇଛି । ୩୭,୫୪୫ ପ୍ରତିଯୋଗୀଙ୍କ ଉପରେ ଅଧ୍ୟୟନ କରାଯାଇଥିଲା । 

ଅଧ୍ୟୟନରେ ସାମିଲ ସାରା ବେରି କହିଛନ୍ତି, ପ୍ରତିଦିନ ନିର୍ଦ୍ଦିଷ୍ଟ ଅବଧିର ଉପବାସ ଉତ୍ତମ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ସକାରାତ୍ମକ ଫଳାଫଳ ପାଇବା ପାଇଁ କଠୋର ପ୍ରତିବନ୍ଧକ ପାଳନ କରିବା ଆବଶ୍ୟକ ନାହିଁ ବୋଲି ଅଧ୍ୟୟନ ଦର୍ଶାଇଛି । ଅଧିକାଂଶ ଲୋକ ଦିନରେ କେବଳ ୧୦ ଘଣ୍ଟାର ଖାଦ୍ୟ ଅବଧି ଏବଂ ବଳକା ୧୪ ଘଣ୍ଟା ଉପବାସ ନିୟମ ସହଜରେ ପାଳନ କରିପାରନ୍ତି । ଏହି ଉପବାସ ଯୋଗୁ ମୁଡ୍‌ ଓ କ୍ଷୁଧାରେ ଉଲ୍ଲେଖନୀୟ ସୁଧାର ଦେଖିବାକୁ ମିଳିଥିବା ସେ କହିଛନ୍ତି । ଅଧ୍ୟୟନରେ ସାମିଲ ମୁଖ୍ୟତଃ ହାରାହାରି ୬୦ ବର୍ଷୀୟା ଓ ହାରାହାରି ୨୫.୬ ବଡି ମାସ୍‌ ଇଣ୍ଡେକ୍ସ (ବିଏମ୍‌ଆଇ)ବିଶିଷ୍ଟ ମହିଳା ଜୋ ହେଲ୍‌ଥ ଆପ୍‌ ଜରିଆରେ ଏହି ପରିବର୍ତ୍ତନକାରୀ ଯାତ୍ରା ଆରମ୍ଭ କରିଥିଲେ । ଗୋଟିଏ ସପ୍ତାହ ପାଇଁ ସେମାନଙ୍କର ସାଧାରଣ ଭୋଜନ ଅଭ୍ୟାସକୁ ବଜାୟ ରଖିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଗଲା । ତା’ପରେ ଦୁଇ ସପ୍ତାହ ଭୋଜନରେ କଟକଣା କରାଯାଇ ୧୦ ଘଣ୍ଟା ଅବଧିରେ ଖାଇବାକୁ କୁହାଗଲା । 

ଏହି ସମୟରେ ପ୍ରତିଯୋଗୀଙ୍କ ଭୋଜନ ଅବଧି, ମୁଡ୍‌ ଓ ଦୈନନ୍ଦିନ କ୍ଷୁଧାକୁ ଯାଞ୍ଚ୍‌ କରାଗଲା । ଯେଉଁମାନେ ୧୦ ଘଣ୍ଟାର ଭୋଜନ ଅବଧି ପରେ ବାକି ୧୪ ଘଣ୍ଟା ଉପବାସ ନିୟମ ନିରନ୍ତର ପାଳନ କଲେ, ସେମାନଙ୍କଠାରେ ଭଲ ଫଳାଫଳ ଦେଖିବାକୁ ମିଳିଲା । ଦିନରେ ନିର୍ଦ୍ଦିଷ୍ଟ ଅବଧିର ଉପବାସ ପୂର୍ବରୁ ଯେଉଁମାନଙ୍କ ଭୋଜନ ଅବଧି ଅଧିକ ଥିଲା, ସେମାନେ ଆହୁରି ଭଲ ଫଳାଫଳ ପାଇଲେ । ୨-୧୬ ସପ୍ତାହ ମଧ୍ୟରେ ୫୧ ପ୍ରତିଶତ ମହିଳାଙ୍କ ଓଜନରେ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହୋଇଥିଲା । ଅଧ୍ୟୟନକର୍ତ୍ତା କେଟ୍‌ ବର୍ମିଂଘମ୍‌ କହିଛନ୍ତି, ଆମେ କ’ଣ ଖାଉଛୁ କେବଳ ତାହା ନୁହେଁ, କେତେବେଳେ ଖାଉଛୁ, ତାହା ଗୁରୁତ୍ୱପୂର୍ଣ୍ଣ । ଆମ ଖାଦ୍ୟପେୟ ବ୍ୟବହାର ମୋଟାମୋଟି ଆମ ସ୍ୱାସ୍ଥ୍ୟର ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ।

Copyright © 2022 - Summa Real Media Private Limited. All Rights Reserved.