ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହାରାଷ୍ଟ୍ରରେ ହେବ ଖେଳ! କଂଗ୍ରେସର ଦାବି- ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାରଙ୍କ ୪୦ ବିଧାୟକ ପୁରୁଣା ସ୍ଥାନକୁ ଫେରିବାକୁ ଚାହାଁନ୍ତି

ନୂଆଦିଲ୍ଲୀ,୧୧।୬: ଲୋକସଭା ନିର୍ବାଚନର ଫଳାଫଳ ପରେ ମହାରାଷ୍ଟ୍ର ରାଜନୀତିରେ ହଲଚଲ। କୁହାଯାଉଛି ଯେ, ଖରାପ ଫଳାଫଳ ପରେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ଶିବସେନା ଓ ଅଜିତ ପାଓ୍ବାରଙ୍କ ଏନ୍‌ସିପି ର ସବୁ ବିଧାୟକ ଏବେ  ଅଲଗା ହୋଇପାରନ୍ତି। ଏହା ଭିତରେ ବିଧାନସଭାରେ କଂଗ୍ରେସ ନେତା ସଦନ ବିଜୟ ଭଡେଟ୍ଟିଓ୍ବାର ଦାବି କରିଛନ୍ତି ଯେ, ସିନ୍ଦେଙ୍କ ଶିବସେନା ଓ ପାଓ୍ବାରଙ୍କ ଏନ୍‌ସିପିର ୪୦ ବିଧାୟକ ତାଙ୍କ ଯୋଗଯୋଗରେ ଅଛନ୍ତି। ଏହି ବିଧାୟକ ନିଜର ନିଜର ପୂର୍ବ ସ୍ଥାନକୁ ଫେରିବାକୁ ଚାହାନ୍ତି। ଭଡେଟ୍ଟିଓ୍ବାର କହିଛନ୍ତି, ଲୋକସଭା ନିର୍ବାଚନର ଫଳାଫଳ କହୁଛି ଯେ, ପବନ କେଉଁ ଆଡକୁ ଅଛି। ତେଣୁ ବିଧାୟକମାନେ ମଧ୍ୟ ସ୍ଥିତିକୁ ଦେଖି ପୁରୁଣା ସ୍ଥାନକୁ ଫେରିଯିବାକୁ ଚାହାନ୍ତି।

କଂଗ୍ରେସ ନେତା କହିଛନ୍ତି, ନିର୍ବାଚନ ଫଳାଫଳର ପ୍ରଭାବ ବିଧାନସଭା ନିର୍ବାଚନକୁ ଦେଖିବାକୁ ମିଳିବ। ସେ କହିଛନ୍ତି, ଆମକୁ ଭରସା ରହିଛି ରାଜ୍ୟରେ ଶରଦ ପାଓ୍ବାରଙ୍କ ଏନ୍‌ସିପି, ଉଦ୍ଧବଙ୍କ ଶିବସେନା ଓ କଂଗ୍ରେସ ସରକାର ଫେରିବେ।’ କଂଗ୍ରେସ ଲିଡର କହିଛନ୍ତି, ନିର୍ବାଚନ ଫଳାଫଳ ଟ୍ରେଣ୍ଡ କରୁଛି ଯେ, ମହାବିକାଶ ଅଘାଡି ରାଜ୍ୟର ମୋଟ ୧୫୦ ବିଧାନସଭା ଆସନରେ ଜିତିବ। ସେଭଳି ମହାମେଣ୍ଟ ୧୩୦ ଆସନରେ ଆଗକୁ ବଢିପାରିବ। ଉଲ୍ଲେଖନୀୟ ଯେ, ମହାରାଷ୍ଟ୍ରରେ ମୋଟ ୨୮୮ ବିଧାନସଭା ଆସନ ରହିଛି। ଲୋକସଭା ନିର୍ବାଚନର ଫଳାଫଳକୁ ଦେଖି କଂଗ୍ରେସ, ଶରଦ ପାଓ୍ବାର ଓ ଉଦ୍ଧବ ଠାକରେଙ୍କ ବଢି ଯାଇଛି। 

ଭଡେଟ୍ଟିଓ୍ବାର କହିଛନ୍ତି, ଶିବସେନା ଓ ଏନ୍‌ସିପିରୁ ଅଲଗା ହୋଇଥିବା ୪୦ ବିଧାୟକଙ୍କୁ ଲାଗୁଛି ଏବେ ମହାବିକାଶ ଅଘାଡିର ସରକାର ଆସିବ। ତେଣୁ ସେମାନେ ନିଜ ମୂଳ ଦଳକୁ ଫେରିବାକୁ ଚାହାନ୍ତି। ଶରଦ ପାଓ୍ବାରଙ୍କ ଏନ୍‌ସିପି ପ୍ରଦେଶ ଅଧ୍ୟକ୍ଷ ଜୟନ୍ତ ପାଟିଲ କହିଛନ୍ତି ‌ଯେ, କିଛି ବିଧାୟକଙ୍କ ଯୋଗାଯୋଗରେ ଅଛନ୍ତି। କେବଳ ସେତିକି ନୁହେଁ ଏଭଳି କିଛି ବିଧାୟକ ଲୋକସଭାରେ ନିର୍ବାଚନରେ ମଧ୍ୟ ସାହାଯ୍ୟ କରିଥିଲେ। ଏପରିକି ଅଜିତ ପାଓ୍ବାର ସୋମବାର ଏନ୍‌ସିପିର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦାଦା ଶରଦ ପାଓ୍ବାରଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ସେ କହିଥିଲେ, ଶରଦ ପାଓ୍ବାରଙ୍କ ପାଇଁ ଦଳ ଗଠନ ହୋଇଛି। ସେଥିପାଇଁ ସେ ଆଜି ବି ଏନ୍‌ସିପିର ମୁଖ୍ୟ ଓ ମାର୍ଗ ଦର୍ଶକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.