ସମ୍ବଲପୁର, ୧୬/୦୯ : ଖୋଲିଲା ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍। ଏବେ ମୋଟ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଉପରମୁଣ୍ଡରେ ବର୍ଷା ପାଇଁ ବଢ଼ୁଛି ହୀରାକୁଦ ଜଳସ୍ତର। ବାମ ପଟୁ ୧୬ଟି ଓ ଡାହାଣ ପଟର ୧୦ଟି ଗେଟ୍ ଖୋଲିଛି।
ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୭.୯୫ ଫୁଟ ଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୪ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ସେହି ଅନୁପାତରେ ୩ ଲକ୍ଷ ୮୯ ହଜାର ୧୭୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି।