ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତୀୟ ବାୟୁସେନା ପାଇଁ ତିଆରି ହେବ ୧୦୦୦ କେଜିର MK- 84 ସିରିଜ୍ ବମ୍, ଜାଣନ୍ତୁ ଏହାର ଶକ୍ତି

ନୂଆଦିଲ୍ଲୀ,୧।୧୨:  ଭାରତୀୟ ବାୟୁସେନା ପାଇଁ ଜବଲପୁର ଖମାରିୟା ଆୟୁଦ୍ଧ ଫ୍ୟାକ୍ଟ୍ରିରେ ଖୁବ୍ ଶୀଘ୍ର ୧୦୦୦ କିଲୋଗ୍ରାମ୍‌ ଓଜନର ଜେନେରାଲ ପରପଜ ବମ୍‌ ତିଆରି କରାଯିବ। ଏହି ବମ୍‌କୁ ନାଟୋର ମାର୍କ ୮୪ ବମ୍‌ ଶ୍ରେଣୀରେ ରଖାଯିବ। ଆସନ୍ତୁ ଜାଣିବା ମାର୍କ ୮୪ ବମ୍‌ର ଶକ୍ତି କ’ଣ ? କାରଣ ଯଦି ଏଭଳି ଷ୍ଟାଣ୍ଡାର୍ଡରେ ଭାରତୀୟ ବମ୍ ତିଆରି କରାଯିବ ତେବେ ଶତ୍ରୁର ସ୍ଥିତି ଖରାପ ହେବା ସୁନିଶ୍ଚିତ।

Mark 84   ବମ୍ ଯାହାକୁ BLU-117 ମଧ୍ୟ କୁହନ୍ତି, ଯାହାର ଓଜନ ପ୍ରାୟ ୯୦୭ କିଲୋଗ୍ରାମ୍। ଏହାକୁ ଆମେରିକାରେ ତିଆରି କରାଯଏ। ଏହା ଏକ ଜେନେରାଲ ପରପୋଜ୍ ବମ୍। ଅର୍ଥାତ ଏହା ବିସ୍ଫୋରଣ କରି ବଙ୍କର ଉଡାଇପାରେ। ବିଲ୍ଡିଂ ମଧ୍ୟ ଭୁଶୁଡାଇ ପାରିବ। କୌଣସି ସାମରିକ ବସ୍ତକୁ ବହୁ ଖଣ୍ଡରେ ଭାଙ୍ଗିପାରେ। ଭୟଙ୍କର ବିସ୍ଫୋରଣ ସହିତ ବଡ ଧରଣ ଧ୍ବଂସ କରିପାରେ।

Mark 84 ବମ୍‌ର ବର୍ତ୍ତମାନ ଦୁନିଆରେ ୪ଟି ଭାରିଆଣ୍ଟ ରହିଛି।  BU-10 Paveway 1, GBU-15, GBU-24 Paveway 3 ଓ GBU-31 JDM । ଏହାର ଆଭରେଜ୍ ଓଜନ ୮୯୪ ରୁ ୧୦୦୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ, କିନ୍ତୁ ଆମେରିକା ଏହି ବମ୍‌ ୧୪ ହଜାର କେଜି ଓଜନ ପର୍ଯ୍ୟନ୍ତ ତିଆରି କରିଛି। ତାହା ବଡ ବିଲ୍ଡିଂ ହତିଆର କିମ୍ବା ଡିପୋକୁ ନଷ୍ଟ କରିବା ପାଇଁ ବ୍ୟବହାର ହୋଇଥାଏ।

୧୨.୭ ଫୁଟ ଲମ୍ବା ଏହି ବମ୍‌ର ବ୍ୟାସ ୧୮ ଇଞ୍ଚ ହୋଇଥାଏ। ଏହା ଭିତରେ ଟ୍ରାଇଟୋନଲ, ଏଚ୍‌-୬ ଓ PBXN-109 ଭଳି ମିଲିଟାରୀ ଗ୍ରେଡ୍‌ କେମିକାଲ୍ସର ଫିଲିଂ ହୋଇଥାଏ। ବମ୍‌ର ଓଜନରୁ ଅଧା ଭରାଯାଇଥାଏ। ଏହାପରେ ଏଭଳି ବମ୍ ସାଉଦି କୋଲିଶନ୍‌ର ୟେମେନ୍ ବଜାରରେ ପକାଯାଇଥିଲା। ଏହି କଥା ମାର୍ଚ୍ଚ ୨୦୧୬ର, ସେଠାରେ ବମ୍ ବିସ୍ଫୋରଣ କାରଣରୁ ୯୭ ଜଣଙ୍କର ମୃତ୍ୟୁ ହୋଇଥିଲା।

ଏହି ବମ୍‌ ବିଶେଷ ଭାବରେ ବୋମାବର୍ଷକରେ ଲଗାଯାଇଥାଏ। ନଚେତ ଆଟାକ ଫାଇଟର ଜେଟ୍‌ରେ, କାରଣ ଏହା ବହୁ ପ୍ରକାରରେ ବ୍ୟବହାର କରାଯାଇପାରେ। ଏହା ବାକି ବମ୍‌ ତୁଳନାରେ ଶସ୍ତା ହୋଇଥାଏ। ସବୁବେଳେ ଏହି ବମ୍‌ ପଛ ପଟେ ରିଟାଡର୍ସ, ପାରାସୁଟ୍‌ କିମ୍ବା ପମ୍ପ ଆଉଟ ଫିନ୍ସ ହୋଇଥାଏ, ଯାହାକି ଆକାଶରୁ ପଡିବା ସମୟରେ ବମ୍‌ର ଗତିକୁ ଧିମା କରିଥାଏ। ଯାହାଫଳରେ ଏହାକୁ ପକାଇଥିବା ଫାଇଟର ଜେଟ୍‌ କିମ୍ବା ବିମାନକୁ ବମ୍‌ର ରେଞ୍ଜ ଦ୍ବାରା ଦୂରକୁ ଯିବାର ସୁଯୋଗ ମିଳିଯିବ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.