ନୂଆଦିଲ୍ଲୀ,୧୯।୬: ଝିଅଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ସରକାର ଚଳାଇଛନ୍ତି ବିଭିନ୍ନ ଯୋଜନା। ହେଲେ ଏହି ଯୋଜନାର ସ୍ଲୋଗାନ ଭୁଲରେ ଲେଖି ଏବେ ଚର୍ଚ୍ଚାରେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ନିକଟରେ ସ୍ଥାନ ପାଇଥିବା କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର। ତାଙ୍କର ଭୁଲ ସ୍ଲୋଗାନ ଲେଖାକୁ ନେଇ ଘେରିଛନ୍ତି ବିରୋଧି।
This is Union Minister of State for Women and Child Development Savitri Thakur.
— Swati Dixit ಸ್ವಾತಿ (@vibewidyou) June 19, 2024
She had to write the slogan 'Beti Bachao Beti Padhao' on the education awareness chariot in the district.
But, the minister wrote - "Bedhi Padao Bacchav"
According to the election affidavit, she… pic.twitter.com/qF4agEtwYX
ମଙ୍ଗଳବାର ସାବିତ୍ରୀ ମଧ୍ୟ ପ୍ରଦେଶର ଏକ ସରକାରୀ ସ୍କୁଲର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ‘ସ୍କୁଲ ଚଲେ ହମ୍’ ଅଭିଯାନ ଅନୁଯାୟୀ ସେ ଏହି କାର୍ଯ୍ୟକ୍ରମରେ ଝିଅଙ୍କ ଶିକ୍ଷାଦାନ ନେଇ ଏକ ସ୍ଲୋଗାନ ଲେଖିଥିଲେ। ତାଙ୍କୁ ‘ବେଟି ବଚାଓ, ବେଟି ପଢାଓ’ ସ୍ଲୋଗାନ ଲେଖିବାର ଥିଲା, କିନ୍ତୁ ସେତକ ମଧ୍ୟ ଭଲରେ ଲେଖିପାରିନଥିଲେ। ସେ ଲେଖିଥିଲେ ‘ବେଢି ପଡାଓ ବଚାଓ’। ତାଙ୍କୁ ପଛରୁ କେହି ଭୁଲ ଲେଖା ହୋଇଥିବା ନେଇ କହିଥିଲେ ମଧ୍ୟ ସେ ଏହାକୁ ଅଣ ଦେଖା କରିଥିଲେ। ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି।
ମଧ୍ୟ ପ୍ରଦେଶର ଧାର ଲୋକସଭା ଆସନରୁ ସାଂସଦ ହେବାପରେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ନିକଟରେ ସ୍ଥାନ ପାଇଛନ୍ତି ସାବିତ୍ରୀ। ହେଲେ ତାଙ୍କର ଏହି ସ୍ଲୋଗାନକୁ ନେଇ ବିରୋଧି କରିଛନ୍ତି କଟାକ୍ଷ। ନିର୍ବାଚନୀ ସତ୍ୟପାଠରେ ସେ ନିଜର ଶିକ୍ଷାଗତ ଯୋଗ୍ୟତା ଦ୍ବାଦଶ ଶ୍ରେଣୀ ପାସ୍ ଲେଖିଥିଲେ। ହେଲେ ଭୁଲରେ ସ୍ଲୋଗାନ ଲେଖିବାକୁ ନେଇ ଲୋକଙ୍କ ଟାର୍ଗେଟରେ ଆସିଛନ୍ତି। ସାବିତ୍ରୀ ଏକ ସାଧାରଣ ପରିବାରରୁ ଆସନ୍ତି। ତାଙ୍କର ସ୍ବାମୀ ଜଣେ କୃଷକ, ବାପା ସରକାରୀ କର୍ମଚାରୀ। ତାଙ୍କ ପରିବାରର ରାଜନୀତି ସହ ଦୂର ଦୂରର ସମ୍ପର୍କ ନାହିଁ। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ କିଛି ଲୋକ ତାଙ୍କୁ କଟାକ୍ଷ କରିଥିବା ବେଳେ ଆଉ କିଛି ସମର୍ଥନ କରିଛନ୍ତି। କିଛି ଲୋକ କହିଛନ୍ତି ଏକ ସାଧାରଣ ପରିବାରରୁ ଆସି ଏଠାରେ ପହଁଞ୍ଚିବା ବଡ଼ ଉପଲବ୍ଧି। ଏହା କେବଳ ସାବିତ୍ରୀ ନୁହେଁ, ଦେଶର ମଧ୍ୟ, କାରଣ ଜଣେ ମହିଳା ଆଜି ଏହି ସ୍ଥାନରେ ନିଜ ଦମ୍ରେ ପହଁଞ୍ଚି ପାରିଛନ୍ତି।