ନୂଆଦିଲ୍ଲୀ,୧୧।୯: ସନାତନ ଧର୍ମ ଉପରେ ଉଦୟନିଧି ଷ୍ଟାଲିନଙ୍କ ସହିତ ବହୁ ନେତା ବିବାଦୀୟ ମନ୍ତବ୍ୟ ଦେଇସାରିଛନ୍ତି। ଏହା ଭିତରେ ଏବେ ଆଇଆଇଟି ଦିଲ୍ଲୀର ଜଣେ ପ୍ରଫେସର ମଧ୍ୟ ହିନ୍ଦୁତ୍ବକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଆଇଆଇଟି ଦିଲ୍ଲୀର ପ୍ରଫେସର ଏକ ବିଦେଶୀ ନ୍ୟୁଜ ଚ୍ୟାନେଲ ସହିତ ଆଲୋଚନା କରି କହିଛନ୍ତି, ଭବିଷ୍ୟତର ଭାରତର ହିନ୍ଦୁତ୍ବ ବିହୀନ ହେବ। ପ୍ରଫେସରଙ୍କ ଭିଡିଓ ଭାଇରାଲ ହେବାପରେ ଏହି ବିବାଦ ବଢି ଯାଇଛି। ଏ ହେଉଛନ୍ତି ସେହି ପ୍ରଫେସର ଯିଏକି ୨୦୧୯ ରେ ଏହା କହି ବିବାବ ସୃଷ୍ଟି କରିଥିଲେ ଯେ, ହିନ୍ଦୁ ଧର୍ମ ବିଶ୍ବ ଶବ୍ଦାତୀରେ ଆସିଛି।
ଆଇଆଇଟି ଦିଲ୍ଲୀରେ ସୋସିଆଲ ସାଇନ୍ସ ଡିପାର୍ଟମେଣ୍ଟର ଆସୋସିଏଟ୍ ପ୍ରଫେସର ଦିବ୍ୟା ତ୍ରିବେଦୀ ଜି-୨୦ ସମ୍ପର୍କିତ ଏକ ନୂତନ ଚର୍ଚ୍ଚା ବେଳେ ଏହି ବିବାଦୀୟ କଥା କହିଛନ୍ତି। ସେ ଫ୍ରାନ୍ସ-୨୪ କୁ କହିଛନ୍ତି, ଦୁଇଟି ଭାରତ ରହିଛି, ଗୋଟିଏ ଭାରତ ପୁରୁଣା, ଯେଉଁଥିରେ ବହୁ ସଂଖ୍ୟକ ଜନସଂଖ୍ୟାକୁ ଦବାଇବାକୁ ଥିବା ଜାତିବାଦ ବ୍ୟବସ୍ଥା ରହିଛି। ଏହାପରେ ଏକ ଭବିଷ୍ୟତର ଭାରତ ରହିଛି, ଯେଉଁଥିରେ ତାଜିବାଦ ଶୋଷଣ ଓ ହିନ୍ଦୁତ୍ବ ରହିବନି। ଏହା ହେଉଛି ସେହି ଭାରତ ଯାହାକୁ ଏପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଇ ନାହିଁ, କିନ୍ତୁ ଅପେକ୍ଷା କରୁଛୁ, ଦୁନିଆକୁ ନିଜର ରୂପ ଦେଖାଇବାର ଇଛା ରହିଛି।
ଫ୍ରାନ୍ସ-୨୪ର ସାମ୍ବାଦିକ ଯେତେବେଳେ ଭାରତର ଆର୍ଥିକ ପ୍ରଗତିର କଥା ହୋଇଛନ୍ତି ଓ କହିଛନ୍ତି ଜଣେ ରିକ୍ସାଚାଳକକୁ ମଧ୍ୟ ଟେକ୍ନୋଲୋଜି ବିକାଶ ଲାଭ ମିଳିଥାଏ, ତେବେ ଦ୍ବିବେଦୀ କହିଛନ୍ତି, ଏଭଳି କଥା ମିଡିଆ ଗଢିଛି। ସେ କହିଛନ୍ତି, ଭାରତ ୩୦୦୦ ବର୍ଷର ଜାତିଗତ ବ୍ୟବସ୍ଥାରେ ତିଆରି ହୋଇଛି, ସେଠାରେ ଉଚ୍ଚଜାତିର ୧୦% ଲୋକ ୯୦% ଶକ୍ତିଶାଳୀ ପଦରେ ଅଛନ୍ତି ଓ ଏହା ଆଜି ବି ଜାରି ରହିଛି।’