ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଭାରତରେ ଖୁବ୍ ଜୋରରେ ବଢି ଚାଲିଛି ମସ୍ତିଷ୍କ ଓ ଗଳା କର୍କଟ, କାହିଁକି ଜାଣନ୍ତୁ

Published By : Prameya | July 27, 2024 10:31 PM

ନୂଆଦିଲ୍ଲୀ : ଭାରତରେ ମସ୍ତିଷ୍କ ଓ ଗଳା କ୍ୟାନସର ମାମଲା ଖୁବ୍‌ ଜୋରରେ ବ୍ୟାପିବାରେ ଲାଗିଛି। ସଦ୍ୟ ଏକ ଅଧ୍ୟୟନରୁ ଏହା ଜଣାପଡିଛି। ଏହା ଦେଖିବାକୁ ମିଳିଛି ଯେ, ଏହି କ୍ୟାନସର ମାମଲାର ସଂଖ୍ୟା ମୋଟ କ୍ୟାନସର ମାମଲାର ପାଖାପାଖି ୨୬ ପ୍ରତିଶତ। ବିଶେଷଜ୍ଞଙ୍କ ଅନୁସାରେ, ଏହି ବୃଦ୍ଧି ପଛରେ ତମାଖୁ ଓ ନିଶାପାନର ଅତ୍ୟଧିକ ସେବନ ଓ ଖରାପ ଜୀବନଶୈଳୀ ପ୍ରମୁଖ କାରଣ।

ସାରା ଦେଶରେ ୧,୮୬୯ଜଣ କ୍ୟାନସର ରୋଗୀଙ୍କ ଉପରେ କରାଯାଇ ଥିବା ଅଧ୍ୟୟନର ନିଷ୍କର୍ଷ ଶନିବାର ପାଳନ ହୋଇଥିବା ‘ ବିଶ୍ୱ ମସ୍ତିଷ୍କ ଓ ଗଳା କର୍କଟ ଦିବସ ’ ଉପରେ ଜାରି କରାଯାଇଛି। 

ଏହି ମୁତାବିକ, ଭାରତରେ ପାଖାପାଖି ୨୬ ପ୍ରତିଶତ କ୍ୟାନସର ରୋଗୀଙ୍କ ମସ୍ତିଷ୍କ ଓ ଗଳାରେ ଟ୍ୟୁମର ହୋଇଛି ଏବଂ ଦେଶରେ ଏମିତି ମାମଲା ବୃଦ୍ଧିର ଟ୍ରେଣ୍ଡ ହୋଇଛି। ଦିଲ୍ଲୀସ୍ଥିତ ଅଣ-ଲାଭକାରୀ ସଂଗଠନ କ୍ୟାନସର ମୁକ୍ତ ଭାରତ ଫାଉଣ୍ଡେସନ ୧ମାର୍ଚ୍ଚରୁ ୩୦ ଜୁନ ଯାଏ ନିଜର ହେଲ୍ପଲାଇନ୍‌ ନମ୍ୱରରେ ପ୍ରାପ୍ତ କଲ୍‌ରୁ ଡାଟା ଏକାଠି କରି ଏହି ଅଧ୍ୟୟନ କରିଛି।

ଭାରତରେ କ୍ୟାନସର ମୁକ୍ତ ଭାରତ ଅଭିଯାନର ନେତୃତ୍ୱ ନେଇଥିବା ବରିଷ୍ଠ ଆଙ୍କୋଲଜିଷ୍ଟ ଡା. ଆଶୀଷ ଗୁପ୍ତା କହିଛନ୍ତି କି, ଭାରତରେ ମସ୍ତିଷ୍କ ଓ ଗଳା କ୍ୟାନସର ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ବିଶେଷକରି ଯୁବ ପୁରୁଷଙ୍କ ମଧ୍ୟରେ। ଏହା ଅଧିକ ତମାଖୁର ସେବନ ଓ ହ୍ୟୁମାନ ପେପିଲୋମାଭାଇରସ (ଏଚପିଭି) ସଂକ୍ରମଣର କାରଣ। ସେ କହିଛନ୍ତି, ପାଖାପାଖି ୮୦-୯୦ ପ୍ରତିଶତ ମୁଖ କ୍ୟାନସରର ରୋଗୀ କୌଣସି ନା କୌଣସି ଭାବେ ତମାଖୁର ସେବନ କରିବାର ଜଣାପଡ଼ିଛି। ତାହା ଧ୍ରୁମପାନ ହେଉ ବା ଚୋବାଇବା। ମସ୍ତିଷ୍କ ଓ ଗଳାର କ୍ୟାନସରର ଅଧିକାଂଶ ମାମଲାକୁ ରୋକା ଯାଇ ପାରେ, ଯାହାକି ଅନ୍ୟ ସବୁ କ୍ୟାନସର ମାମଲାର କାରଣ ଅଜ୍ଞାତ। ଏହା ଏକ ରୋକାଯାଇ ପାରିବା ଯୋଗ୍ୟ କ୍ୟାନସର , ଯାହାକୁ ଜୀବନଶୈଳୀରେ ପରିବର୍ତ୍ତନ କରି ରୋକା ଯାଇ ପାରିବ। 

ଗୁପ୍ତା କହିଛନ୍ତି , ତମାଖୁ ଛାଡ଼ିବା ପାଇଁ ସଚେତନତା ବୃଦ୍ଧି କରିବା ଓ ରୋଗକୁ ଶୀଘ୍ର ଚିହ୍ନଟ କରିବାକୁ ସଠିକ୍‌ ସମୟରେ ଯାଞ୍ଚ କରାଇବା ଜରୁରୀ। ସେ କହିଛନ୍ତି କି ଭାରତରେ କ୍ୟାନସରର ପାଖାପାଖି ଦୁଇ ତୃତୀୟାଂଶ ମାମଲାର ଚିହ୍ନଟ ବିଳମ୍ୱରେ ହୋଇଥାଏ। ଏହା ପଛରେ ସମ୍ଭବତଃ  ଏହି କାରଣ କି ସଠିକ୍‌ ଯାଞ୍ଚ କରାଯାଏ ନାହିଁ ।

ଗଳା ଓ ମସ୍ତିଷ୍କ କ୍ୟାନସରର ଚିକିତ୍ସା ପାଇଁ ସର୍ଜରୀ , ରେଡିଏସନ ଥେରେପି , କେମୋଥେରେପି , ଟାର୍ଗେଟେଡ୍‌ ଥେରେପି ଓ ଇମ୍ୟୁନୋଥେରେପିର ସଂଯୋଜନର ବ୍ୟବହାର କରାଯାଇ ପାରେ ବୋଲି ବରିଷ୍ଠ ଆଙ୍କୋଲଜିଷ୍ଟ ଡା. ଆଶୀଷ ଗୁପ୍ତା ସୂଚନା ଦେଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.