ପ୍ରମୂଖ ଖବର
  • ରବିବାରଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଶ୍ରୀବଳଦେବଜିଉ ମନ୍ଦିରରେ କରିବେ ପୂଜାର୍ଚ୍ଚନା
  • ||
  • ଓଟିଇଟି-୨୦୨୪ ପାଇଁ ବିଜ୍ଞପ୍ତି ପ୍ରକାଶ: ଅଗଷ୍ଟ ୯ରେ ପରୀକ୍ଷା, ଜୁନ୍ ୨୪ରୁ ଆବେଦନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍ ସୁପର ୮ ବାଂଲାଦେଶକୁ ଭେଟିବ ଭାରତ, ରୋହିତ, କୋହଲିଙ୍କ ପାଇଁ ସ୍ପିନ୍‌ ପରୀକ୍ଷା
  • ||
  • ରାଜ୍ୟର ୩୦ ଜିଲ୍ଲାକୁ ଛୁଇଁଲା ମୌସୁମୀ: ଆଜି କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷିପାରେ, ୨୭ରେ ଲଘୁଚାପ
  • ||
  • ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ର​‌ରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା. ୬୮ ଫ୍ଲାଟୁନ୍ ଫୋର୍ସ ମୁତୟନ
  • ||
  • ପୁରୀ: ଆଜି ପବିତ୍ର ସ୍ନାନଯାତ୍ରା , ରତ୍ନସିଂହାନରୁ ସ୍ନାନବେଦୀକୁ ଧାଡି ପହଣ୍ଡିରେ ବିଜେ କରୁଛନ୍ତି ଶ୍ରୀଜିଉ
  • ||

ଆମେରିକା ବନାମ ଆୟରଲାଣ୍ଡ ମ୍ୟାଚ୍‌ ବାତିଲ, ସୁପର-୮ରୁ ବାଦ୍‌ ପଡ଼ିଲା ପାକିସ୍ତାନ

ଫ୍ଲୋରିଡ଼ା: ବର୍ଷା ଯୋଗୁଁ ଆମେରିକା ବନାମ  ଆୟରଲାଣ୍ଡ ମ୍ୟାଚ୍‌ ବାତିଲ  । ଏହା ସହ ପାକିସ୍ତାନର ସୁପର-୮ ଯିବା ଆଶା ଧୂଳିସାତ ହୋଇଛି । ସେପଟେ ପ୍ରଥମ ଥର ଲାଗି ଟି-୨୦ ବିଶ୍ବକପ୍‌ର ସୁପର-୮ରେ ପ୍ରବେଶ କରିଛି ଅନ୍ୟତମ ଆୟୋଜକ ଆମେରିକା । ଫ୍ଲୋରିଡ଼ାରେ ଖେଳା ଯିବାକୁ  ଥିବା ଆମେରିକା ବନାମ ଆୟରଲାଣ୍ଡ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଛି। ଏଥିରେ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଥିବା ବେଳେ ପାକିସ୍ତାନକୁ ବଡ଼ ଝଟକା ଲାଗିଛି। ଆମେରିକା ପାଞ୍ଚ ପଏଣ୍ଟ ସହ ଗ୍ରୁପ ଏ’ରୁ ଦ୍ଵିତୀୟ ଦଳ ଭାବେ ସୁପର-୮ରେ ପ୍ରବେଶ କରିଛି। ମ୍ୟାଚ୍ ବାତିଲ ହେବାର ପରିଣାମ ପାକିସ୍ତାନକୁ ଭୋଗିବାକୁ ପଡ଼ିଛି। 

୨୦୦୯ର ଚାମ୍ପିଅନ ପାକିସ୍ତାନ ସୁପର-୮ ଦୌଡ଼ରୁ ବାଦ୍ ପଡ଼ିଛି । ଏହା ସହ ବାବର ସେନାର ବିଶ୍ଵକପ୍ ଅଭିଯାନ ସମାପ୍ତ  ହୋଇଛି। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ପରି ବଡ଼ ଦଳ ବିଶ୍ଵକପରୁ ବିଦା ହୋଇ ସାରିଛନ୍ତି। ମ୍ୟାଚ୍ ଆୟୋଜନ ପାଇଁ ସାଢେ ତିନି ଘଣ୍ଟା ଅପେକ୍ଷା କରାଯାଇଥିଲା। ପଡ଼ିଆ କର୍ମଚାରୀ ମଧ୍ୟ ପଡ଼ିଆକୁ ଖେଳ ଉପଯୋଗୀ କରିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ଖରାପ ଆଉଟ୍ ଫିଲ୍ଡ ଏବଂ ବର୍ଷା ଯୋଗୁଁ ବିନା ଟସରେ ମ୍ୟାଚ୍ ରଦ୍ଦ ହୋଇଛି।

 ମ୍ୟାଚ୍ ବାତିଲ ହେବାର ଫାଇଦା ଆମେରିକାକୁ ମିଳିଛି। ଟି-୨୦ ବିଶ୍ଵକପ୍ ଇତିହାସରେ ଏମିତି ସପ୍ତମ ଥର ଘଟିଛି, ଯେଉଁଠି ଆସୋସିଏଟ ଦେଶ ଟି-୨୦ ବିଶ୍ଵକପର ସୁପର-୮ରେ ପ୍ରବେଶ କରିଛି। ଏହା ପୂର୍ବରୁ ୨୦୦୯ରେ ଆୟରଲାଣ୍ଡ, ୨୦୧୪ରେ ନେଦରଲ୍ୟାଣ୍ଡ, ୨୦୧୬ରେ ଆଫଗାନିସ୍ତାନ, ୨୦୨୧ରେ ନାମିବ୍ୟା, ୨୦୨୧ରେ ସ୍କଟଲ୍ୟାଣ୍ଡ ଏବଂ ୨୦୨୨ରେ ନେଦରଲ୍ୟାଣ୍ଡ ସୁପର-୮ରେ ପହଞ୍ଚିଥିଲେ। 

ଆମେରିକା ଓ ଆୟରଲାଣ୍ଡ ମ୍ୟାଚ୍ ବାତିଲ ହେବାରୁ ପାକିସ୍ତାନ ସହିତ ଆୟରଲାଣ୍ଡ ଓ କାନାଡ଼ା ବି ସୁପର-୮ ଦୌଡ଼ରୁ ବାଦ୍ ପଡ଼ିଛନ୍ତି। ଗ୍ରୁପ ଏରୁ ଭାରତ ଓ ଆମେରିକା ସୁପର-୮ରେ ପ୍ରବେଶ କରିଛି। ଏ ପର୍ଯ୍ୟନ୍ତ ୬ଟି ଦଳ ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଏଥିରେ ଭାରତ, ଆମେରିକା, ଓ୍ଵେଷ୍ଟଇଣ୍ଡିଜ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସାମିଲ। ଏବେ ଇଂଲଣ୍ଡ ଓ ବାଂଲାଦେଶ ଦୁଇ ଦଳ ସୁପର-୮ରେ ପହଞ୍ଚିବାର ସମ୍ଭାବନା ରହିଛି।

  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.