ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାହୁଲ ଗାନ୍ଧିଙ୍କ ବିମାନକୁ ନେଭି ଏୟାରପୋର୍ଟରେ ଓହ୍ଲାଇବାକୁ ମିଳିଲାନି ଅନୁମତି, କେନ୍ଦ୍ରକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୧।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କୋଚି ସ୍ଥିତ ନେଭି ଏୟାରପୋର୍ଟରେ ଓହ୍ଲାଇବାକୁ ଦିଆଗଲାନି ଅନୁମତି। କଂଗ୍ରେସର ଅଭିଯୋଗ କରିଛି ଏଥିପାଇଁ ପରମିସନ୍ ମାଗିଥିଲୁ, କିନ୍ତୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାକୁ ମନା କରିଦେଇଛି। ଏର୍ନାକୁଲମ୍‌ ଜିଲ୍ଲାର କଂଗ୍ରେସ ଅଧ୍ୟକ୍ଷ ମହମ୍ମଦ ଶିୟାସ୍‌ ଅଭିଯୋଗ କରିଛନ୍ତି ଯେ,ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପୂର୍ବରୁ ଏହି ଅଞ୍ଚଳ ପାଇଁ ପରମିସନ୍ ଦିଆଯାଇଥିଲା, କିନ୍ତୁ ପରେ ଫେରାଇ ନିଆଯାଇଥିଲା। ରାହୁଲ ଗାନ୍ଧି କନ୍ନୁରରୁ କୋଚି ଆସୁଥିଲେ ଓ ତାଙ୍କ ବିମାନର ଲ୍ୟାଣ୍ଡିଂ ନେଭି ଏୟାରପୋର୍ଟରେ ହେବାର ଥିଲା।

ସେଭଳି ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ନେଭି ଷ୍ଟେସନ୍‌ରେ ପ୍ରାଇଭେଟ୍ ଜେଟ୍‌ ଓହ୍ଲାଇବାର ପରମିସନ୍ ପ୍ରତିରକ୍ଷା ମନ୍ତ୍ରଣାଳୟଠାରୁ ମିଳିଥିଲା। ତେବେ ସେ ଏ ବିଷୟରେ ବିସ୍ତାରିତ ଭାବରେ କୌଣସି ସୂଚନା ଦେବାକୁ ମନା କରିଦେଇଛନ୍ତି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ବର୍ତ୍ତମାନ କେରଳ ଗସ୍ତରେ ଅଛନ୍ତି ଓ ଶୁକ୍ରବାର ସେ କୋଚିରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେବେ। କଂଗ୍ରେସର ଅଭିଯୋଗ ଉପରେ ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟ କିମ୍ବା ବିଜେପି ପକ୍ଷରୁ କୌଣସି ଜବାବ ଆସିନାହିଁ। ଏହା ଭିତରେ ରାହୁଲ ଗାନ୍ଧି କୋଚିରେ ଏକ କାର୍ଯ୍ୟକ୍ରମରେ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ନନେଇ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, ଦିଲ୍ଲୀରେ ନେତୃତ୍ବ ନେଉଥିବା ସମସ୍ତେ ଲାଉଡ ସ୍ପିକର ଓ କ୍ୟାମେରାକୁ ନିଜ ଆଡକୁ ମୋଡିବାକୁ ପସନ୍ଦ କରନ୍ତି, କିନ୍ତୁ ସେ ମାଇକ୍‌ର ମୁହଁ ଜନତାଙ୍କ ଆଡକୁ ମୋଡିବାକୁ ପସନ୍ଦ କରନ୍ତି। ଏଠାରେ ପ୍ରସିଦ୍ଧ ଲେଖକ ଟି ପଦ୍ମନାଭମଙ୍କୁ କେରଳ ପ୍ରଦେଶ କଂଗ୍ରେସ କମିଟି(କେପିସିସି) ଦ୍ବାରା ପ୍ରଥମ ପ୍ରିୟଦର୍ଶୀନି ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବା ପରେ ଏକ ସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି,ନେତା ବଡ଼ ମଜାଦାର କିସମର ଲୋକ ହୋଇଥାନ୍ତି। ଲାଉଡ ସ୍ପିକର ସବୁବେଳେ ତାଙ୍କ ଆଗରେ ରହିଥାଏ। ଏହା ଜନତାଙ୍କ ଆଡକୁ ନଥାଏ କାରଣ ଆମେ ନିଜକୁ କହୁଥିବାର ପସନ୍ଦ କରୁ। ମୋତେ ଲାଗୁଛି ଆଜିର ଭାରତରେ ଏହା ଖୁବ୍ ଗୁରୁତ୍ବପୂର୍ଣ୍ଣ ଯେ, ଲାଉଡ୍‌ ସ୍ପିକରର ମୁହଁ ଅନ୍ୟ ଆଡକୁ କରାଯାଉ। ଯଦି ଆପଣ ଦିଲ୍ଲୀରେ ନେତାଙ୍କୁ ଦେଖନ୍ତି ତେବେ ସବୁ ଲାଉଡସ୍ପିକର ଓ କ୍ୟାମେରା ତାଙ୍କୁ ଦିଗରେ ଲଗାଯାଇଥାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.