ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଇମ୍ରାନ ଖାନଙ୍କୁ ଅତି କମ୍‌ରେ ୫ ବର୍ଷ ଜେଲ୍‌ରେ ରଖିବା ଉଚିତ୍‌ : ପାକିସ୍ତାନୀ ମନ୍ତ୍ରୀଙ୍କ ଟିପ୍ପଣୀ

Published By : Prameya | June 18, 2024 11:08 PM

ଇସଲାମାବାଦ : ପାକିସ୍ତାନର ଆର୍ଥିକ ସ୍ଥିତିକୁ ଠିକ୍‌ କରିବାକୁ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲ୍‌ରେ ରଖିବା ଉଚିତ। ଏହା କହିଛନ୍ତି ପାକିସ୍ତାନର ମନ୍ତ୍ରୀ ଏହସାନ ଇକବାଲ। କାରଣ ଆଗାମୀ ୫ ବର୍ଷରେ ପାକିସ୍ତାନର ବର୍ତ୍ତମାନର ସରକାରଙ୍କର କାର୍ଯ୍ୟକାଳ ପୂରା ହେବ। ଏହସାନ କହିଛନ୍ତି କି ଲୋକେ ଆମ ପାଖକୁ ଆସନ୍ତି ଏବଂ କୁହନ୍ତି କି ଯଦି ପାକିସ୍ତାନକୁ ଠିକ୍‌ କରିବାର ଅଛି ତ ଇମ୍ରାନ ଖାନଙ୍କୁ ଜେଲ୍‌ରେ ରଖିବା ଉଚିତ୍‌। 

ଏହସାନଙ୍କର ଏହି ବୟାନ ପିଏମ୍‌ ଶହବାଜ ଶରିଫଙ୍କ ଏହି ବୟାନ ପରେ ଆସିଛି, ଯେଉଁଥିରେ ଦେଶକୁ ଆଇଏମଏଫ୍‌ର ଲୋନ୍‌ରୁ ମୁକ୍ତ କରିବାର କଥା କୁହାଯାଇ ଥିଲା। ଶରିଫ କହିଥିଲେ ଯେ, ପାକିସ୍ତାନର ସରକାର ଆଇଏମଏଫ ପାଖରୁ ଏହି ଶେଷ ଥର ଲୋନ୍‌ ନେବାକୁ ଯାଉଛି, କିନ୍ତୁ ମୁଁ ଜନତାଙ୍କୁ ଏହି ଭରସା ଦେଉଛି କି ଯଦି ଆମେ ମିଶି ପରିଶ୍ରମ କରିବା ତ ଏହା ପାକିସ୍ତାନର ଇତିହାସର ଶେଷ ଲୋନ୍‌ ହେବ। 

ଇକବାଲ କହିଛନ୍ତି, ଯଦି ଇମ୍ରାନ ଜେଲ୍‌ରୁ ବାହାରକୁ ଆସନ୍ତି ତ ଦେଶରେ ପୁଣି ଦଙ୍ଗା ହେବ ଏବଂ ଅସ୍ଥିରତା ଲାଗି ରହିବ , ଦେଶ ଏବେ ଏହି ସ୍ଥିତିରେ ନାହିଁ ଯେ, ଏହି ଅସ୍ଥିରତାରୁ ବର୍ତ୍ତି ପାରିବ। ଲୋକଙ୍କ କହିବାନୁସାରେ , ଇମ୍ରାନଙ୍କୁ ଜେଲ୍‌ରେ ହିଁ ରଖିବା ଉଚିତ। ଇମ୍ରାନ ଖାନଙ୍କୁ ଜଣେ କ୍ରୋଧିତ ବ୍ୟକ୍ତି ଦର୍ଶାଇ ଇକବାଲ କହିଛନ୍ତି , ତାଙ୍କୁ ଏହା ଜଣା ହିଁ ପଡ଼େନାହିଁ ସେ କାହାକୁ କଣ କୁହନ୍ତି ବା କଣ କରୁଛନ୍ତି।

ମନ୍ତ୍ରୀ ଲିଗାଲ ସିଷ୍ଟମ ଉପରେ ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି, ଇମ୍ରାନ ଖାନ ଲଗାତାର ଆଇନ ବ୍ୟବସ୍ଥାର କାନ୍ଧରେ ବସିଥାନ୍ତି , କୋର୍ଟଙ୍କ ଉପରେ ପ୍ରଶ୍ନ ଆଜି ଏଥିପାଇ ଉଠେ , କାରଣ କୋର୍ଟରୁ କିଛି ଏମିତି ନିଷ୍ପତ୍ତି ଆସିଛି , ଯେଉଁଥିରେ ସିଧା ସିଧା ଇମ୍ରାନ ଖାନଙ୍କୁ ଲାଭ ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.