ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ସୋନାକ୍ଷୀଙ୍କ ବିବାହକୁ ନିଶ୍ଚିତ କଲେ ବନ୍ଧୁ ହନି ସିଂ

ନୂଆଦିଲ୍ଲୀ: ବର୍ତ୍ତମାନ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କ ଚର୍ଚ୍ଚାର ରହିଛି ବିବାହ। ଏହାରି ମଧ୍ୟରେ  ରାପର ହନି ସିଂ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ସେୟାର କରି  ଦୁଇ ଜଣଙ୍କ ବିବାହକୁ ନିଶ୍ଚିତ କରିଛନ୍ତି। । ସେ ପୋଷ୍ଟରେ ଲଖିଛନ୍ତି ଯେ, ସେ ନିଜ ପ୍ରିୟ ବନ୍ଧୁଙ୍କ ବିବାହରେ ନିଶ୍ଚିତ ଯୋଗ ଦେବେ। ତେବେ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ ଜୁନ୍ ୨୩ ତାରିଖରେ ବିବାହ କରିବେ ବୋଲି ଜଣାଯାଇଛି। ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ହନି ସିଂ ଲେଖିଛନ୍ତି, ''ମୁଁ ଲଣ୍ଡନରେ ସୁଟିଂ କାମ ଶେଷ କରିବାକୁ ଯାଉଛି। ମୁଁ ନିଶ୍ଚିତ କରୁଛି ଯେ ମୁଁ ମୋର ସର୍ବୋତ୍ତମ ବନ୍ଧୁ ସୋନାକ୍ଷୀଙ୍କ ବିବାହରେ ଯୋଗଦେବି। ମୋ କ୍ୟାରିୟରରେ ସେ ଏକ ବଡ଼ ସମର୍ଥନ। ମୋତେ ଅନେକ ଥର ସାହାଯ୍ୟ କରିଛନ୍ତି। ପାୱାର୍‌ କପଲ୍‌ ସୋନା ଓ ଇକବାଲ୍‌ଙ୍କୁ ଶୁଭେଚ୍ଛା। ଭୋଲେନାଥ ଆଶୀର୍ବାଦ କରନ୍ତୁ।''

ସୋନାକ୍ଷୀ ସିହ୍ନା ଏବଂ ହନି ସିଂ ନିକଟରେ କାଲାଷ୍ଟାର ଟ୍ରାକରେ ଏକାଠି କାମ କରିଥିଲେ, ଯାହାକି ସୋନାକ୍ଷୀ ଏବଂ ହନି ସିଂଙ୍କ ପୂର୍ବ ଗୀତ ଦେଶୀ କାଲାକାରର ଏକ ସମ୍ପ୍ରସାରଣ ସଂସ୍କରଣ। ସୋନାକ୍ଷୀ ସିହ୍ନା ଜୁନ୍ ୨୩ ରେ ମୁମ୍ବାଇରେ ଜହିର ଇକବାଲଙ୍କୁ ବିବାହ କରିବେ ବୋଲି ଆନୁଷ୍ଠାନିକ ଘୋଷଣା ବି କରିସାରିଛନ୍ତି। ‌ସେ ପତ୍ରିକା ପରି ନିଜର ବିବାହ ନିମନ୍ତ୍ରଣ କାର୍ଡ ଛାପି ସେଥିରେ ଲେଖିଛନ୍ତି, ''ଗୁଜବ ସତ ହୋଇଛି। ଆମେ ୨୩ ଜୁନ୍‌ରେ ବିବାହ କରିବାକୁ ଯାଉଛୁ। ଆପଣମାନେ ଆମକୁ ଆଶୀର୍ବାଦ କରନ୍ତୁ।'' ଏହାଛଡ଼ା ଡ୍ରେସ୍‌କୋଡ ଭାବେ ଫର୍ମାଲ ଓ ଫେଷ୍ଟିଭ୍‌ ପିନ୍ଧିବାକୁ ଲେଖିଥିବା ବେଳେ ନାଲି ପୋଷାକକୁ ନା କହିଛନ୍ତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.