ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ବିଳମ୍ୱିତ ରାତି ଯାଏ ମୋବାଇଲ, ଟିଭି ଦେଖୁଥିଲେ... ଏଭଳି ମାରାତ୍ମକ ରୋଗର ହୋଇପାରନ୍ତି ଶିକାର

ଭୁବନେଶ୍ୱର, ୧୭।୬: ଆଜିକାଲି ଲୋକଙ୍କ ଶୋଇବା ସମୟ ଧିରେ ଧିରେ କମି ଗଲାଣି । ସହରବାସୀଙ୍କର ତ ଶୋଉ ଶୋଉ ୧୨ଟା ପାର୍ । କିଏ ମୋବାଇଲ୍, ଟିଭି ଦେଖି ବିଳମ୍ୱରେ ଶୋଉଛି, ତ ଆଉ କିଏ ଅଫିସ୍ କାମ ସାରି । ତେବେ ବିଳମ୍ୱରେ ଶୋଇବା ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ । ନିୟମିତ ବିଳମ୍ୱିତ ରାତି ଯାଏ ଉଜାଗର ରହିବା ଯୋଗୁଁ ଧିରେ ଧିରେ ଅନେକ ରୋଗ ମାଡ଼ିବସେ । ସୁସ୍ଥ ରହିବା ପାଇଁ ଜଣେ ଅତି କମ୍‌ରେ ୭ରୁ ୮ ଘଣ୍ଟା ଶୋଇବା ନିହାତି ଜରୁରୀ । ଏହାଠାରୁ କମ୍ ସମୟ ଶୋଉଥିବା ଲୋକଙ୍କୁ ଅକାଳରେ ଅନେକ ରୋଗ ମାଡ଼ିବସେ । ତେବେ ୮ ଘଣ୍ଟା ଶୋଇବା ପାଇଁ ସକାଳେ ଅଧିକ ସମୟ ଶୋଇ ରହିବା ମଧ୍ୟ ଠିକ୍ ନୁହେଁ । ଏଥିଯୋଗୁଁ ମଧ୍ୟ ସ୍ୱାସ୍ଥ୍ୟ ବିଗିଡ଼ିପାରେ । 

ଯେପରି ରାତିରେ ଅଧିକ ସମୟ ଉଜାଗର ରହିଲେ ମେଟାବଲିଜିମ୍ ସ୍ଲୋ ହୋଇଯାଏ, ସେହିଭଳି ସକାଳେ ଅଧିକ ସମୟ ଶୋଇରହିଲେ ଏହି ସମସ୍ୟା ଦେଖାଦେଇଥାଏ । କେବଳ ସେତିକି ନୁହେଁ, ରାତିରେ ଅଧିକ ସମୟ ଚେଇଁଲେ ଜଣେ ମେଦବହୁଳତାରେ ଆକ୍ରାନ୍ତ ହୋଇପାରନ୍ତି । ରାତିରେ ଅଧିକ ସମୟ ଅନିଦ୍ରା ରହୁଥିବା ଲୋକେ ସକାଳେ ଶୋଇ ରହିଥାନ୍ତି । ଫଳରେ ଏହାର ପ୍ରଭାବ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼ିଥାଏ । ଏଥିଯୋଗୁଁ ଜଣେ ଚିଡ଼ଚିଡ଼ାପଣ ଓ ବିରକ୍ତଭାବ ବଢ଼ିଥାଏ ଓ କଥା କଥାରେ ଏମାନେ ରାଗିଯାନ୍ତି । ଏଥିଯୋଗୁଁ କାମ ମଧ୍ୟ ପ୍ରଭାବିତ ହୋଇଥାଏ । ସେହିଭଳି ରାତିରେ ଅଧିକ ସମୟ ଉଜାଗର ରହିବାରୁ ପାଚନ ସମ୍ପର୍କୀୟ ସମସ୍ୟା ଦେଖାଦେଇଥାଏ । ଏଥିଯୋଗୁଁ ଏସିଡିଟି, ବଦହଜମୀ, ଅର୍ଶ ଆଦି ସମସ୍ୟା ଦେଖାଯାଇଥାଏ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.