ପ୍ରମୂଖ ଖବର
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ଚାଲିଗଲା ଚାକିରି ଦେଇପାରିଲେନି ଘରଭଡ଼ା; ଏବେ ରହୁଛନ୍ତି ବସ୍‌ରେ, ଏଥିରେ ରହିଛି ରୋଷେଇ ଘରଠୁ ଶୌଚାଳୟର ସୁବିଧା

ନୂଆଦିଲ୍ଲୀ, ୪।୭: ବର୍ତ୍ତମାନ ସବୁଥିରେ ମହଙ୍ଗା ମାଡ଼ । ଦିନକୁ ଦିନ ଯେଭଳି ଦରଦାମ୍ ବୃଦ୍ଧି ପାଉଛି, ସେଥିରେ ଭଡ଼ାରେ ରହିବା ଲୋକଙ୍କୁ ବେଶ୍ ବାଧୁଛି । ବିଶେଷ କରି ମେଟ୍ରୋ ସହରଗୁଡ଼ିକରେ ଘର ଭଡ଼ା ପାଇଁ ଲୋକେ ବେଶ୍ ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି । ଏହି କ୍ରମରେ ଜାପାନର ମ୍ୟାଣ୍ଡି ଓ ରିଟୋମୋ ଘରଭଡ଼ାରୁ ମୁକ୍ତି ପାଇବା ପାଇଁ ଏକ ନିଆରା ଉପାୟ ଆପଣାଇଛନ୍ତି । ସେ ୧୫ ହଜାର ଟଙ୍କା ଦେଇ ଏକ ସ୍କୁଲ୍ ବସ୍‌ କିଣିଛନ୍ତି । ଯାହାକୁ ପରେ ଏକ ଆରାମଦାୟକ ଘରରେ ପରିଣତ କରିଛନ୍ତି । ଏହି ୩୨ ବର୍ଷୀୟ ଦମ୍ପତ୍ତି ଜାପାନୀ ଶିକ୍ଷକ ହୋଇଥିବା ବେଳେ ଏବେ କାନାଡ଼ାରେ ରହୁଛନ୍ତି । ସେମାନେ ଏକ ପୁରୁଣା ସ୍କୁଲ୍‌ ବସ୍‌କୁ ନିଜ ଘରରେ ପରିଣତ କରିଛନ୍ତି । ଏମାନେ ୩ ବର୍ଷ ଧରି ବସ୍‌ରେ ରହୁଥିଲେ । 

କରୋନା ମହାମାରୀ ସମୟରେ ଉଭୟଙ୍କର ଚାକିରି ଚାଲିଯାଇଥିଲା । ସେହି ସମୟରେ ଘରଭଡ଼ା ବାବଦରେ ସେମାନଙ୍କୁ ୧.୮ ଲକ୍ଷ ଟଙ୍କା ଦେବାକୁ ପଡ଼ୁଥିଲା । ଘରଭଡ଼ା ଦେବାକୁ ସକ୍ଷମ ନ ହେବାରୁ ଏଥିରୁ ମୁକ୍ତି ପାଇବା ପାଇଁ ସେମାନେ ଏକ ପୁରୁଣା ସ୍କୁଲ୍ ବସ୍‌କୁ କିଣି ତାକୁ ନିଜ ମନମୁତାବକ ଡିଜାଇନ୍ କରିଥିଲେ । ଏହାକୁ ଶେଷ କରିବାକୁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥିବା ବେଳେ ବସ୍‌କୁ ଘର ରୂପ ଦେବା ପାଇଁ ଦମ୍ପତ୍ତିଙ୍କୁ ଲାଗିଥିଲା ୨ ବର୍ଷର ସମୟ । ଏହାକୁ ନିର୍ମାଣ କରିବା ଲାଗି ସେମାନେ ନିଜ ବନ୍ଧୁ ପରିଜନଙ୍କ ସାହାଯ୍ୟ ମଧ୍ୟ ନେଇଥିଲେ । ବସ୍‌ଟିକୁ ଘରରେ ପରିଣତ କରିବା ଲାଗି ସେମାନେ ଖର୍ଚ୍ଚ କରିଥିଲେ ୧୫ ଲକ୍ଷ ଟଙ୍କା । ତେବେ ବସ୍‌ଟିରେ ରୋଷେଇ ଘର, ବେଡ୍, ଶୌଚାଳୟ ଆଦି ସବୁ ସୁବିଧା ରହିଛି । ଏଥିସହ ବିଦ୍ୟୁତ୍ ସରବରାହ ପାଇଁ ବସ୍ ଉପରେ ସୋଲାର ପ୍ୟାନେଲ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ବସ୍‌ଟିରେ ଅଧିକାଂଶ ଇଣ୍ଟେରିୟର ଡିଜାଇନ୍ ଉଭୟଙ୍କର ଥିଲା । 

ତେବେ କେବଳ ସେମାନେ ବସ୍‌ରେ ଗାଧୋଇପାରନ୍ତି ନାହିଁ । କାରଣ ଏଥିରେ ଗଧୋଇବା ଲାଗି ସୁବିଧା କରାଯାଇନାହିଁ । ଏହା ପଛରେ କାରଣ ହେଉଛି କାନାଡ଼ାରେ ଅଧିକ ଥଣ୍ଡା ଅନୁଭୂତ ହୁଏ । ଯେଉଁଥିପାଇଁ ସେ ବସ୍ ଉପରେ ପାଣି ଟାଙ୍କି ଲଗାଇପାରିବେ ନାହିଁ । ଥଣ୍ଡା ଯୋଗୁଁ ଟାଙ୍କି ପାଣି ବରଫ ହୋଇଯିବ । ସେଥିପାଇଁ ସେ ୱାଟର ହିଟରର ବ୍ୟବହାର କରିବା ସହ ଜଙ୍ଗଲିଆ ଅଞ୍ଚଳରେ ଗାଡ଼ି ପାର୍କିଂ କରି ଗାଧୋଇଥାନ୍ତି । ଏତେ ଦିନ ଧରି ବସ୍‌ରେ ରହିବା ପରେ ଏହି ଦମ୍ପତ୍ତି ଏବେ ଏକ ଭ୍ୟାନ୍ କିଣିଛନ୍ତି । ଏହାକୁ ସେମାନେ ଏକ ଘର ଭଳି ଡିଜାଇନ୍ କରିବେ । ଏବେ ଏହି ଦମ୍ପତ୍ତି ଆମେରିକା ବୁଲିଯିବାକୁ ଚାହୁଁଛନ୍ତି । ପର୍ଯ୍ୟଟନୀସ୍ଥଳଗୁଡ଼ିକରେ ଏତେ ବଡ଼ ବସ୍‌ଟିକୁ ପାର୍କିଂ କରିବାକୁ ଅସୁବିଧା ହେବ । ସେଥିପାଇଁ ସେମାନେ ଏହି ଭ୍ୟାନ୍‌ଟିକୁ କିଣିଛନ୍ତି । ଅନ୍ୟପଟେ ସେମାନେ ଘର କରିଥିବା ବସ୍‌କୁ ୪୦ ଲକ୍ଷରେ ବିକ୍ରି କରିବା ଲାଗି ସୋସିଆଲ ମିଡିଆରେ ଏଥିପାଇଁ ବିଜ୍ଞାପନ ମଧ୍ୟ ଦେଇଛନ୍ତି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.