ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନସରୁଲ୍ଲାଙ୍କୁ ଭାରତ ଡାକିବି, ଆମେ ପିଲାଙ୍କ ସହ ସବୁ କଥା ଆଲୋଚନା କରିବୁ, ତାପରେ ...

ଅଲୱର: ନିଜ ସ୍ୱାମୀ ଓ ପିଲାଙ୍କୁ ଛାଡ଼ି ପାକିସ୍ତାନ ଚାଲି ଯାଇ ଥିବା ଅଞ୍ଜୁ ଭାରତ ଫେରିଛନ୍ତି। ସେ ଗତ ୫ମାସରୁ ନିଜ ପ୍ରେମିକ ନସରୁଲ୍ଲାଙ୍କ ସହ କରାଚୀରେ ଥିଲେ। ଆରମ୍ଭରେ ସେ ଏହା ଦାବି କରିଥିଲେ କି, ସେ ପଡ଼ୋଶୀ ଦେଶରେ ନିଜ ବନ୍ଧୁଙ୍କ ଘରେ ଏକ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିଲେ। ହେଲେ ପରେ ଉଭୟ ତାଙ୍କର ଓ ନସରୁଲ୍ଲାଙ୍କର ଅନେକ ରୋମାଣ୍ଟିକ୍‌ ଫଟୋ ଓ ଭିଡ଼ିଓ ସାମନାକୁ ଆସିଛି। ଭାରତ ଫେରିବା ପରେ ଯାଞ୍ଚ ଏଜେନ୍ସିମାନେ ଅଞ୍ଜୁଙ୍କୁ ପଚରାପଚରି କରିଛନ୍ତି । ଏଥିରେ ଲୋକଙ୍କ ମନରେ ଏବେ ଅନେକ ପ୍ରକାରର ପ୍ରଶ୍ନ ଉଠୁଛି। ସେ ପୁଣି କାହିଁକି ଫେରିଛନ୍ତି ? କେବେ ପୁଣି ପାକିସ୍ତାନ ଯିବେ ? ସେ କଣ ସ୍ୱାମୀ ଓ ଅସନ୍ତୁଷ୍ଟ ପିତାଙ୍କୁ ସାକ୍ଷାତ୍‌ କରିବେ ? ତାଙ୍କର ଅଲଗା ପ୍ଲାନ କଣ ରହିଛି ? ଅଞ୍ଜୁ ନିଜେ ଏହି ସବୁ ପ୍ରଶ୍ନର ଜବାବ ଦେଇଛନ୍ତି। 

ଅଞ୍ଜୁ କାହିଁକି ଭାରତ ଫେରିଛନ୍ତି ?

ରିପବ୍ଲିକ୍‌ ଭାରତ ସହ କଥାବାର୍ତ୍ତା ବେଳେ ଅଞ୍ଜୁ କହିଛନ୍ତି , ମୁଁ ନିଜ ପିଲାଙ୍କ ପାଇଁ ଭାରତ ଫେରିଛି। ମୁଁ ଯେମିତି ଯାଇଥିଲି, ସେମିତି ଫେରି ଆସିଛି। ଯେମିତି ସାଧାରଣ ଲୋକ ଯିବା ଆସିବା କରନ୍ତି। ମୁଁ ନିଜ ଇଚ୍ଛାରେ ଯାଇଥିଲି ଏବଂ ନିଜ ଇଚ୍ଛାରେ ଫେରି ଆସିଛି। ମୁଁ କଣ ଲୁଚିଛପି ଫେରାର ହୋଇ ଯାଇଥିଲି କି ? 

ଅଞ୍ଜୁଙ୍କୁ ଯେବେ ପଚରାଗଲା କି, ସେ ଏଠାରେ ତାଙ୍କ ପିଲା, ସ୍ୱାମୀ ଓ ବାପାଙ୍କୁ ସାକ୍ଷାତ କରିବେ କି ? ସେ କହିଥିଲେ , ହାଁ ...ମୁଁ ନିଜ ପିଲାମାନଙ୍କୁ ଭେଟିବି। ସ୍ୱାମୀଙ୍କ କଥା ତ ଏବେ କିଛି କହି ପାରିବି ନାହିଁ ...ତାଙ୍କୁ କାହିଁକି ଭେଟିବି ? ସେ ତ ପୂର୍ବରୁ ମୋର ହୋଇ ଅଛନ୍ତି ...ଠିକ୍‌ ଅଛି। ଏହା କହି ଅଞ୍ଜୁ କଥା ଏଡେଇ ଦେଲେ। ଅସନ୍ତୁଷ୍ଟ ବାପାଙ୍କୁ ସାକ୍ଷାତ କରିବେ କଥାରେ ଅଞ୍ଜୁ କହିଲେ , ଏବେ ତାଙ୍କୁ ମୁଁ ଭେଟିବି ନାହିଁ । କାହିଁକି ନା ଆପଣ ଜାଣନ୍ତି ମା ବାପା ତ ମାଆ ବାପା ହୋଇ ଥାନ୍ତି , ପିଲା କିଛି ବି କଲେ...ଏତିକି କହି ଅଞ୍ଜୁ ଚୁପ୍‌ ହୋଇଗଲେ। 

ଅଞ୍ଜୁଙ୍କୁ ଏହା ପଚରା ଯାଇଥିଲା କି, ସେ ପାକିସ୍ତାନ ଯିବେ ନା ନାହିଁ ? ସେ କହିଥିଲେ , ଏବେ ତ ମୁଁ ସେଠାରୁ ( ପାକିସ୍ତାନ) ଆସିଛି। ଆଗକୁ କଣ କରିବି...ମୁଁ ଏହି ନିଷ୍ପତ୍ତି ନେଇଛି କି ତାଙ୍କୁ (ନସରୁଲ୍ଲା) ଥରେ ଏଠାକୁ ଡ଼ାକିବି। ପୁଣି ପିଲାଙ୍କୁ ସହ ଆମେ କଥାବାର୍ତ୍ତା ହେବୁ। ଏହା ପରେ ଯାହା ହେବ ପିଲାଙ୍କୁ ନେଇ ଯିବି। 

ଅର୍ଥାତ୍‌ ଅଞ୍ଜୁଙ୍କର ଏହି ପ୍ଲାନ୍‌ କି ସେ ପ୍ରଥମେ ନିଜ ପାକିସ୍ତାନୀ ସ୍ୱାମୀ ନସରୁଲ୍ଲାଙ୍କୁ ଭାରତ ଡ଼ାକିବାକୁ ଚାହାନ୍ତି। ଏହାପରେ ସେ ପିଲାଙ୍କ ସହ କଥାବାର୍ତ୍ତା କରି ତାଙ୍କୁ ପାକିସ୍ତାନ ନେଇ ଯିବାକୁ ମନାଇବେ। ହେଲେ ଏମିତି କରିବାରେ ତାଙ୍କୁ ଅନେକ ଆଇନ୍ ଲଢେଇ ଲଢିବାକୁ ପଢିପାରେ। ଏହାସହ ଅଞ୍ଜୁଙ୍କୁ ଦୁଇ ପିଲା ଅନେକ ଥର କହି ସାରିଛନ୍ତି କି ତାଙ୍କୁ ଏବେ ତାଙ୍କ ସହ କୌଣସି ସଂପର୍କ ନାହିଁ। ଅଞ୍ଜୁଙ୍କ ସ୍ୱାମୀ ତ ଏହା ବି କହି ସାରିଛନ୍ତି କି , ମୁଁ କଣ ତାର ଠିକା ନେଇଛି କି ?  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.