ପ୍ରମୂଖ ଖବର

ଅନ୍ୟ ମହିଳାଙ୍କୁ ଅନାଇବାରୁ ପ୍ରେମିକ ଆଖିରେ ଛୁଞ୍ଚି କେଞ୍ଚି ଦେଲା ପ୍ରେମିକା

Image Courtesy: 97x

ଫ୍ଲୋରିଡା: ଅନ୍ୟ ମହିଳାଙ୍କୁ ଦେଖିବା ପ୍ରେମିକକୁ ମହଙ୍ଗା ପଡ଼ିଲା । ପ୍ରେମିକା ସାମ୍ନାରେ ଅନ୍ୟ ମହିଳାଙ୍କୁ ଦେଖୁଥିଲା ପ୍ରେମିକ । ଏହା ପରେ ପ୍ରେମିକା ରାଗରେ ପ୍ରେମିକର ଆଖିରେ ଛୁଞ୍ଚି କେଞ୍ଚି ଦେଲା । ପ୍ରେମିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଥିବା ବେଳେ ମହିଳାଙ୍କୁ ପୋଲିସ ଗିରଫ କରିଛି । ତେବେ ପୀଡ଼ିତଙ୍କ ପାଖରୁ ପୋଲିସ ଖବର ପାଇ ୪୪ ବର୍ଷୀୟା ସାନ୍ଦ୍ରା ଜିମେନେଜଙ୍କୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ କରୁଛି । 

ପ୍ରେମିକା ତାଙ୍କ ଆଖିରେ ଛୁଞ୍ଚି କେଞ୍ଚି ଦେଇଥିବା ନେଇ ପୋଲିସକୁ କହିଥିଲେ ପୀଡ଼ିତ ।  ଫକ୍ସ ନ୍ୟୁଜ ଅନୁସାରେ, ଫ୍ଲୋରିଡାର ମିଆମି ଡେଡ୍‌ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଅନ୍ୟ ମହିଳାଙ୍କୁ ଦେଖୁଥିବା ସନ୍ଦେହ କରି ସାନ୍ଦ୍ରା ତାଙ୍କ ପୁରୁଷ ବନ୍ଧୁଙ୍କ ସହ ସର୍ବଦା ଝଗଡ଼ା କରୁଥିଲେ । ହେଲେ ଏହି ଝଗଡ଼ା ଉଗ୍ର ରୂପ ଧାରଣ କରିବା ପରେ ସାନ୍ଦ୍ରା ବେଡରେ ଶୋଇଥିବା ତାଙ୍କ ପୁରୁଷ ବନ୍ଧୁଙ୍କ ଉପରକୁ ଲମ୍ଫ ମାରିବା ସହ ତାଙ୍କର ଡାହାଣ ଆଖିରେ ଛୁଞ୍ଚି କେଞ୍ଚି ଦେଇଥିଲେ । 

ଏହା ପରେ ପୀଡ଼ିତ କାର ନେଇ ସଂଗେସଂଗେ ହସ୍ପିଟାଲ ଯାଇଥିଲେ । ସେପଟେ ଖବର ପାଇ ପୋଲିସ ପହଞ୍ଚିବା ବେଳକୁ ଜିମେନେଜ୍‌ ଘର ବାହାରେ ଥିବା କାର ଭିତରେ ଶୋଇଥିଲେ । ଘଟଣା ସଂପର୍କରେ ପଚାରିବାରୁ ସେ କହିଥିଲେ ତାଙ୍କ ପ୍ରେମିକଙ୍କ ଭୁଲ ପାଇଁ ଏଭଳି ଘଟିଛି । ଅଭିଯୁକ୍ତ ମହିଳା ଏବେ ଜେଲରେ ଅଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.