ପ୍ରମୂଖ ଖବର

ମାଛ ଖାଇବା ପରେ କାଟିବାକୁ ପଡ଼ିଲା ମହିଳାଙ୍କ ହାତ ଓ ଗୋଡ଼, କାହିଁକି ଏଭଳି ନିଷ୍ପତ୍ତି ନେଲେ ଡାକ୍ତର ?

ନୂଆଦିଲ୍ଲୀ୧୮/୦୯: ଆମିଷ ଖାଦ୍ୟ ମଧ୍ୟରେ ମାଛ ଅନେକଙ୍କ ପ୍ରିୟ । କିଏ ଚୂନା ମାଛ ତ ଆଉ କିଏ ବଡ଼ ମାଛ ଖାଇବାକୁ ଭଲ ପାଏ । ଏହାଛଡ଼ା ମାଛକୁ ଶରୀର ପାଇଁ ଉପକାରୀ କୁହାଯାଏ । କିନ୍ତୁ ଏହି ମାଛ ବି ନେଇପାରେ ଆପଣଙ୍କ ଜୀବନ । ଆମେରିକାର କାଲିଫର୍ଣ୍ଣିଆରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା ।

କାଲିଫର୍ଣ୍ଣିଆରେ ମାଛ ଖାଇବା ଯୋଗୁଁ ଜଣେ ମହିଳାଙ୍କୁ ହାତ ଓ ଗୋଡ଼ ହରାଇବାକୁ ପଡ଼ିଛି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ମହିଳାଙ୍କ ଦୁଇ ହାତ ଓ ଦୁଇ ଗୋଡ଼ କାଟି ଅଲଗା କରିବାକୁ ପଡ଼ିଛି । ହାତଗୋଡ଼ କାଟିବା ପରେ ବଞ୍ଚି ଯାଇଛନ୍ତି ମହିଳା ଜଣଙ୍କ ।

ତାଇୱାନରେ ଅନୁପ୍ରବେଶ ପାଇଁ ୧୦୩ଟି ଚୀନ ଯୁଦ୍ଧ ବିମାନର ଉଦ୍ୟମ, ଘେରିଲାଣି ୯ ଯୁଦ୍ଧ ଜାହାଜ

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ, ଏହି ଘଟଣା ଦୂଷିତ ମାଛ ପାଇଁ ଘଟିଛି । ତିଲାପିଆ ମାଛ ଖାଇବା ଯୋଗୁଁ କାଲିଫର୍ଣ୍ଣିଆର ୪୦ ବର୍ଷୀୟ ଲୌରା ବାରାଜସ ସଂକ୍ରମଣର ଶିକାର ହୋଇଥିଲେ । ଏହି ସଂକ୍ରମଣ ସମ୍ପୂର୍ଣ୍ଣ ଶରୀରରକୁ ବ୍ୟାପିଯିବା ପରେ ମହିଳାଙ୍କ ଅବସ୍ଥା ଉଦବେଗଜନକ ହୋଇ ପଡ଼ିଥିଲା । ମହିଳା ଜଣଙ୍କ କୋମାକୁ ଚାଲି ଯାଇଥିଲେ ।

ମହିଳା ଜଣଙ୍କ ତିଲାପିଆ ମାଛକୁ ରୋଷେଇ କରି ଖାଇଥିଲେ । ମାଛଟି ବିବ୍ରିୟୋ ୱିଲନିଫିକସ ନାମକ ବ୍ୟାକ୍ଟେରିଆରେ ସଂକ୍ରମିତ ଥିଲା । ଯାହାକି ମୁଖ୍ୟତଃ ସି ଫୁଡରେ ଦେଖିବାକୁ ମିଳେ । ଉକ୍ତ ମାଛକୁ ଖାଇବା ପରେ ମହିଳାଙ୍କ ଦେହରେ ସଂକ୍ରମଣ ବ୍ୟାପିଥିଲା । ମେଡିକାଲରେ ଗୋଟିଏ ମାସ ରହିବା ଓ ହାତ, ଗୋଡ଼ କାଟିବା ପରେ ତାଙ୍କ ଜୀବନ ବଞ୍ଚି ଯାଇଛି ।

ଗୋଟିଏ ପରିବାରର ୩ ଜଣଙ୍କ ସନ୍ଦେହଜନକ ମୃତ୍ୟୁ, କାରଣ ଅସ୍ପଷ୍ଟ

ବିଶେଷଜ୍ଞଙ୍କ ଅନୁସାରେ, ପ୍ରତିବର୍ଷ ଏଭଳି ଶହେରୁ ୨୦୦ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ସଂକ୍ରମିତ ୫ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେଉଥିବା ଜଣାପଡ଼ିଛି । 

  • PrameyaOdia
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.