ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଅଲିବାବା ପରେ ଧୂମ୍ ମଚାଉଛି ଚାଇନିଜ୍ ସପିଂ ଆପ୍ ‘ଟେମୁ’, ଏକାଧିକ ଦେଶରେ ପଛରେ ପଡ଼ିଲା ଆମାଜନ୍

ନୂଆଦିଲ୍ଲୀ୦୬/୦୯: ଜ୍ୟାକ୍ ମାଙ୍କ ଅଲିବାବା ପରେ ଆଉ ଏକ ଚାଇନିଜ୍ ସପିଂ ଆପ୍ ଅନଲାଇନ୍ ମାର୍କେଟରେ ଚହଳ ପକାଇଛି । ଆମେରିକାର ସପିଂ ଆପ୍ ଆମାଜନକୁ ଏକାଧିକ ଦେଶରେ ଟକ୍କର ଦେଉଛି ଏହି ଚାଇନିଜ୍ ଆପ୍। ଅନଲାଇନ୍ ସପିଂରେ ଅଧିକ ରୁଚି ରଖୁଥିବା ଲୋକଙ୍କ ପାଇଁ ଆମାଜନଠୁ ଅଧିକ ପସନ୍ଦ ପାଲଟିଛି ଟେମୁ । ଯାହାର ଟ୍ୟାଗଲାଇନ୍ ରହିଛି, ‘ସପିଂ ଲାଇକ୍ ଏ ବିଲିୟନାରି’ ।

ଶାଂଘାଇର କମ୍ପାନୀ ପିଡିଡି ଗତବର୍ଷ ଅନଲାଇନ୍ ସପିଂ ଆପ୍ ଟେମୁର ଆରମ୍ଭ ପ୍ରଥମ ପର୍ଯ୍ୟାୟରେ ଆମେରିକାର କରିଥିଲା । ଟେମୁରେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ସହ ପୋଷାକ, କଣ୍ଢେଇ, ଘରକରଣା ସାମଗ୍ରୀ ବହୁତ କମ୍ ମୂଲ୍ୟରେ ମିଳୁଛି ।

କ’ଣ ମୋବାଇଲ୍ ଫୋନ୍ ପାଇଁ ଅଧିକ ବ୍ୟାପିଥିଲା କୋଭିଡ୍ ? ଜାଣନ୍ତୁ କ’ଣ କହୁଛି ରିପୋର୍ଟ…

ଆମେରିକାରୁ ବ୍ୟବସାୟ ଆରମ୍ଭ କରିଥିବା ଟେମୁ ଏବେ ଆକାଶ ଛୁଇଁଛି । ଗତବର୍ଷ ସେପ୍ଟେମ୍ବରରେ ଟେମୁ ୩ ମିଲିୟନ୍ ଡଲାର ସାମଗ୍ରୀ ବିକ୍ରି କରିଥିବା ବେଳେ ୨୦୨୩ ଏପ୍ରିଲରେ ଏହା ୪୦୦ ମିଲିୟନ୍ ଡଲାରକୁ ବୃଦ୍ଧି ପାଇଛି । ଆଜିର ଦିନରେ ଟେମୁ ଆଇଫୋନରେ ମାଗଣାରେ ଉପଲବ୍ଧ ଆପ୍ଲିକେସନ୍ ମଧ୍ୟରେ ଆମେରିକା, ୟୁକେ, ଅଷ୍ଟ୍ରେଲିଆ ଓ ଜର୍ମାନୀରେ ଟପରେ ରହିଛି ।

ତେବେ ଅଳ୍ପ ଦିନରେ କେମିତି ଟେମୁ ପାଇଲା ଏତେ ସଫଳତା ? କୁହାଯାଉଛି ଟେମୁରେ ବିକ୍ରି ହେଉଥିବା ସାମଗ୍ରୀର ଦର କମ୍ ରହିଥିବା ବେଳେ ଗୁଣବତ୍ତା ରହିଛି । କମ୍ପାନୀ ଅନୁସାରେ, ଟେମୁ ସିଧାସଳଖ ସାମଗ୍ରୀକୁ ଉତ୍ପାଦନକାରୀଙ୍କ ପାଖରୁ ଆଣି ବିକ୍ରି କରୁଛି । ତେଣୁ ଦାମ କମ୍ ରହୁଛି । 

ଚାଇନାରେ ସରକାରୀ ଅଧିକାରୀ ବ୍ୟବହାର କରିପାରିବେନି ଆଇଫୋନ୍, ଜାରି ହେଲା ନୂଆ ନିୟମ

ଲୋକଙ୍କ ଆବଶ୍ୟକତା ଦେଖି କମ୍ପାନୀ ଅଫର୍ ପ୍ରଦାନ କରୁଛି । ବିଶ୍ୱରେ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ହେଉଥିବା ବେଳେ ଟେମୁ ବଜାରରେ ପ୍ରବେଶ କରିଥିଲା । ଆମେରିକାରେ ବଜାର ପ୍ରବେଶର ପ୍ରଥମ ମାସରେ ଟେମୁ ୨୦୦ ମିଲିୟନ୍ ଡଲାର କେବଳ ବିଜ୍ଞାପନ ପାଇଁ ଖର୍ଚ୍ଚ କରିବା ସହ ବର୍ଷକରେ ୨ ବିଲିୟନ୍ ଡଲାର ଖର୍ଚ୍ଚ ଯୋଜନା ରଖିଛି ।

ଟେମୁରୁ କିଣିଥିବା ସାମଗ୍ରୀ ପସନ୍ଦ ନ ଆସିଲେ ୯୦ ଦିନ ମଧ୍ୟରେ ଫେରସ୍ତ କରି ପାରିବାର ସୁବିଧା ରହିଛି । ଏହାଛଡ଼ା କମ୍ପାନୀ ସବୁ ଯୋଗାଣକୁ ଦେୟମୁକ୍ତ ରଖିଛି । 

G୨୦ରେ ଭାରତର ଅଧ୍ୟକ୍ଷତାକୁ ଚୀନର ସମର୍ଥନ, କହିଲା ‘ସମ୍ପର୍କ ମଜଭୁତ୍ ପାଇଁ କାମ କରିବୁ’

  • China
  • E Commerce
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.