ନୂଆଦିଲ୍ଲୀ, ୧୧/୦୯: ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନ ଜି-୨୦ରେ ସାମିଲ ହୋଇଥିଲେ । କ୍ରାଉନ ପ୍ରିନ୍ସ ସଲମାନଙ୍କୁ ଏବେ ବିଶ୍ବ ଶୁଣୁଛି । ତାଙ୍କର ପ୍ରତିଟି ପ୍ରତିକ୍ରିୟା ଉପରେ ଆମେରିକା, ରୁଷିଆ ଭଳି ଦେଶ ନଜର ରଖୁଛନ୍ତି । ୩୧ ଅଗଷ୍ଟ ୧୯୮୫ରେ ଜନ୍ମଗ୍ରହଣ କରିଥିବା ସଲମାନ ଅନ୍ତର୍ଜାତୀୟ ରାଜନୀତିରେ ପ୍ରଭାବ ବିସ୍ତାର କରିଛନ୍ତି । ବିଶ୍ବରେ ଜଣେ ପ୍ରଭାବଶାଳୀ ନେତା ହୋଇଥିବା ସତ୍ତ୍ବେ ନିଜ ପତ୍ନୀଙ୍କୁ ଭୟ କରନ୍ତି ବିନ୍ ସଲମାନ । ତାଙ୍କ ପ୍ରେମ କାହାଣୀକୁ ନେଇ ଅନେକ ସମୟରେ ଚର୍ଚ୍ଚା ମଧ୍ୟ ହୋଇଥାଏ ।
ମହମ୍ମଦ ବିନ୍ ସଲମାନଙ୍କୁ ଏମବିଏସ ବୋଲି ମଧ୍ୟ କୁହାଯାଏ । ୨୦୦୮ରେ ରାଜକୁମାରୀ ସାରା ବିନ୍ତ ମଶୁର ବିନ୍ ଅବଦୁଲଅଜିଜ ଅଲ୍ ସାଉଦ୍ଙ୍କୁ ବିବାହ କରିଥିଲେ ଏମବିଏସ୍ । ରାଜକୁମାରୀ ସାରା ସଲମାନଙ୍କ କାକା ଝିଅ ଭଉଣୀ ଏବଂ ସେ ସଲମାନଙ୍କୁ ଦ୍ବିତୀୟ ବିବାହ କରିଛନ୍ତି । ସଲମାନଙ୍କ ଠାରୁ ବୟସରେ ବଡ଼ ରାଜକୁମାରୀ ସାରା । ସୁନ୍ଦରତା ଲାଗି ତାଙ୍କୁ ‘ଲିଟିଲ୍ ବାର୍ବି’ ଭାବେ ନାମକରଣ କରାଯାଇଥିଲା । ସେ ପ୍ରତିଷ୍ଠିତ କିଙ୍ଗ ସାଉଦି ବିଶ୍ବବିଦ୍ୟାଳୟରୁ ଶିକ୍ଷାଲାଭ କରିଛନ୍ତି । ଖବୁ କମ ବୟସରେ ପ୍ରଥମ ବିବାହ କରିଥିଲେ ରାଜକୁମାରୀ ସାରା । ହେଲେ ୨୦ ବର୍ଷ ବୟସରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା ।
ଏହା ପରେ ସେ ଚାରିଟିରେ କାର୍ଯ୍ୟ କରୁଥିଲେ । ଏପରିକି ଜୀବନ ପ୍ରତି ବିପଦ ଥିବାରୁ ସେ ୟୁକେରେ ଶରଣ ନେଇଥିଲେ । ରାଜକୁମାରୀ ସାରା ୩୨୫ ମିଲିୟନ ପାଉଣ୍ଡ ମୂଲ୍ୟର ସଂପତ୍ତି ଲାଗି ବିବାଦରେ ଥିଲେ । ଅନ୍ୟପଟେ ମହମ୍ମଦ ବିନ ସଲମାନ ହଲିଉଡ ଅଭିନେତ୍ରୀ ଲିଂଡସେ ଲୋହାନଙ୍କ ପ୍ରେମରେ ପଡ଼ିଥିଲେ ବୋଲି ଚର୍ଚ୍ଚା ହୁଏ । ହେଲେ ରାଜକୁମାରୀ ସାରାଙ୍କ ସହ ତାଙ୍କର ବିବାହ ହୋଇଥିବା ଖବର ପ୍ରାୟ ତାଙ୍କ ବିବାହର ୩ ବର୍ଷ ପରେ ଜଣାପଡ଼ିଥିଲା । ସାରା, କ୍ରାଉନ ପ୍ରିନ୍ସଙ୍କ ସହ କୌଣସି ସ୍ଥାନକ ବି ଯାଉନାହାନ୍ତି । ଏମବିଏସଙ୍କ ସହ ତାଙ୍କର କୌଣସି ଫଟୋଗ୍ରାଫ ମଧ୍ୟ ମିଳେନାହିଁ ।
ଏମବିଏସ ଏବଂ ସାରା ପିଲାମାନଙ୍କ ସହ ସଲାମ ଶାହୀ ମହଲରେ ରହୁଛନ୍ତି । ତେବେ ୨୦୧୮ରେ ଫ୍ରାନ୍ସ ଗସ୍ତ ସମୟରେ ସଲମାନ ବିବାହ କରିଥିବା ନେଇ ଜଣାଇଥିଲେ । ନିଜ ପତ୍ନୀ କିମ୍ବା ପିଲାଙ୍କ ଜୀବନ ପ୍ରଭାବିତ ନହେଉ ବୋଲି ଚାହୁଁଛନ୍ତି । ରାଜନୀତିଠୁ ଦୂରରେ ରହି ସେମାନେ କେମିତି ସାଧାରଣ ଜୀବନଯାପନ କରିବେ ତା ଉପରେ ଧ୍ୟାନ ଦିଅନ୍ତି ବୋଲି ସଲମାନ କହିଥିଲେ । ତେଣୁ ବିଦେଶ ଯାତ୍ରାରେ ଗଲା ବେଳେ ସେ ନିଜ ପତ୍ନୀ ସାରା ଏବଂ ୪ ପିଲାଙ୍କୁ ନିଅନ୍ତି ନାହିଁ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଜବାବ ଦେଇ ଏକଥା କହିଥିଲେ ମହମ୍ମଦ ବିନ୍ ସଲମାନ ।
You can also read: ବୈଦେଶିକ ମନ୍ତ୍ରୀଙ୍କ ପରେ ପ୍ରତିରକ୍ଷା ମନ୍ତ୍ରୀ ଗାଏବ, ସନ୍ଦେହ ଘେରରେ ଚୀନ୍ ରାଷ୍ଟ୍ରପତି