ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଅଞ୍ଜୁଙ୍କ ପିଲାଙ୍କର ଭରଣପୋଷଣ କରିବାକୁ ପ୍ରସ୍ତୁତ , ଭାରତ ନିଶ୍ଚୟ ଯିବି : ନସରୁଲ୍ଲାହ

ନୂଆଦିଲ୍ଲୀ : ଭାରତରୁ ଜୁଲାଇ ମାସରେ ପାକିସ୍ତାନ ଯାଇଥିବା ଅଞ୍ଜୁ ଏବେ ଭାରତ ଫେରି ଆସିଛନ୍ତି। ସେ ନିଜ ସୋସିଆଲ ମିଡ଼ିଆରେ ବନ୍ଧୁ କରିଥିବା ନସରୁଲ୍ଲାହଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିଲେ। ପରେ ସେ ସେଠାରେ ଧର୍ମ ପରିବର୍ତ୍ତନ କରି ତାଙ୍କ ସହ (ନସରୁଲ୍ଲାହ) ବିବାହ କରିଥିଲେ। ଏବେ ଯେତେବେଳେ ସେ ଅନେକ ଦିନ ପରେ ଭାରତ ଫେରିଛନ୍ତି ତ , ତାଙ୍କୁ ନେଇ ବିଭିନ୍ନ ପ୍ରକାରରର ଚର୍ଚ୍ଚା ଜୋର ଧରିଛି। ତାଙ୍କର ପାକିସ୍ତାନୀ ସ୍ୱାମୀ ନସରୁଲ୍ଲାହ କହିଛନ୍ତି କି, ଅଞ୍ଜୁ ନିଜ ପିଲାଙ୍କୁ ନେଇ ପୁଣି ପାକିସ୍ତାନ ଫେରି ଆସିବେ। ସେ ପିଲାଙ୍କର ପୂରା ଖର୍ଚ୍ଚ ବହନ କରିବାକୁ ମଧ୍ୟ ପ୍ରସ୍ତୁତ। ନସରୁଲ୍ଲାହ ଅଞ୍ଜୁଙ୍କ ଭାରତ ଆସିବା ପରେ ଏବେ ଆଗାମୀ ପ୍ଲାନିଂ କଣ ରହିଛି , ସେ ବିଷୟରେ ଆଲୋଚନା କରିଛନ୍ତି।  

ନସରୁଲ୍ଲାଙ୍କୁ ଭାରତ ଡାକିବି, ଆମେ ପିଲାଙ୍କ ସହ ସବୁ କଥା ଆଲୋଚନା କରିବୁ, ତାପରେ ...

ନସରୁଲ୍ଲାହ ଏକ ସାକ୍ଷାତକାରରେ କହିଛନ୍ତି କି, ତାଙ୍କର ପୂରା ବିଶ୍ୱାସ କି ଅଞ୍ଜୁ ପୁଣି ପାକିସ୍ତାନ ଫେରି ଯିବେ। ସେ କହିଛନ୍ତି , ଅଞ୍ଜୁ ଯେବେ ନିଜ ପୂରା ମାମଲାକୁ ସମାଧାନ କରିବେ, ସେତେବେଳେ ମୋତେ ଭାରତକୁ ଡ଼ାକିବେ। ଏହାପରେ ମୁଁ ସଠିକ୍‌ ଉପାୟରେ ଭାରତ ଯିବି। ଜି-ନ୍ୟୁଜ୍‌ ସହ କଥାବାର୍ତ୍ତା ବେଳେ ନସରୁଲ୍ଲାହ କହିଛନ୍ତି କି, ଅଞ୍ଜୁଙ୍କ ନିଜ ସ୍ୱାମୀଙ୍କ ସହ ମାମଲା ଚାଲିଛି, ଏହାକୁ ପ୍ରଥମେ ସମାଧାନ କରିବେ। ଚାଇଲ୍ଡ ପ୍ରୋଟେକ୍ସନ କେସ୍‌ କରିବେ।

ଅଞ୍ଜୁଙ୍କ ପାକିସ୍ତାନର ନାଗରିକତାକୁ ନେଇ ନସରୁଲ୍ଲାହ କହିଛନ୍ତି କି, ପାକିସ୍ତାନର ନିୟମ ରହିଛି ଯେ, ଯେବେ ଆପଣ ୫ ବର୍ଷ ନ ବିତାନ୍ତି ତ ଆପଣଙ୍କୁ ଏଠାରେ ନାଗରିକତା ମିଳିବ ନାହିଁ। ଏତେ ସଜରେ କେମିତି କାହାକୁ ନାଗରିକତା ମିଳି ପାରେ ? ସେ ଆହୁରି କହିଛନ୍ତି , ଯେବେ ଅଞ୍ଜୁ ଭାରତ ଯାଉଥିଲେ , ସେତେବେଳେ ମୁଁ ତାଙ୍କୁ ସୀମା ପର୍ଯ୍ୟନ୍ତ ଛାଡ଼ିବାକୁ ଯାଇଥିଲି। ଇମିଗ୍ରେସନ ଡିପାର୍ଟମେଣ୍ଟ ଯାଏ ତାଙ୍କ ସହ ଯାଇଥିଲି।

ସେପଟେ, ଯେବେ ଅଞ୍ଜୁ ପାକିସ୍ତାନ ଯାଇ ଥିଲେ , ସେତେବେଳେ କଣ ତାଙ୍କୁ ପାକିସ୍ତାନର ଅଧିକାରୀମାନେ ପଚରାପଚରି କରିଥିଲେ ? ଏହା ଉପରେ ନସରୁଲ୍ଲାହ ମନା କରିଛନ୍ତି ,କହିଛନ୍ତି  ଏମିତି କିଛି ବି ହୋଇ ନଥିଲା। ଯେବେ ଯିଏ ଆଇନଗତ ଭାବେ ଆସିଥାଏ ତ ତାକୁ କାହିଁକି କିଏ ପଚରାପଚରି କରିବ। ସେ ଭିସା ନେଇ ଏଠାକୁ ଆସିଥିଲେ। 

ନସରୁଲ୍ଲାହ କହିଛନ୍ତି ଯେବେ ଅଞ୍ଜୁ ପାକିସ୍ତାନରେ ଥିଲେ , ସେତେବେଳେ ସେ ନିଜ ପିଲା ଓ ମାମାଙ୍କ ସହ ପ୍ରତିଦିନ କଥାବାର୍ତ୍ତା ହେଉଥିଲେ। ତାଙ୍କର ସାନ ପୁଅ ଚାରି ବର୍ଷର। ସେ ଏବେ ଜାଣିବାର ନୁହେଁ। ବଡ଼ ଝିଅର ଇଚ୍ଛା ସେ ଚାହିଁଲେ ଆସିପାରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.