ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଦେଶର ୧୦ ରାଜ୍ୟରେ ‘ନିପା’ ସଂକ୍ରମଣ, ଗ୍ରାଉଣ୍ଡ ଉପରେ ନଜର ରଖିବାକୁ ରାଜ୍ୟକୁ ବୈଜ୍ଞାନିକଙ୍କ ପରାମର୍ଶ

ନୂଆଦିଲ୍ଲୀ, ୧୪/୦୯: ଭାରତରେ ‘ନିପା’ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଜିନୋମ୍ ସିକ୍ୱେନ୍ସିଂରୁ ଜଣାପଡ଼ୁଛି ଭାରତରେ ଭୂତାଣରୁ ଷ୍ଟ୍ରେନ୍ ମାଲେସିଆ ଓ ବାଂଲାଦେଶରେ ବ୍ୟାପିଥିବା ଷ୍ଟ୍ରେନ୍ ସହ ସମାନ । କେରଳରେ ‘ନିପା’ରେ ଆକ୍ରାନ୍ତ ୨ ଜଣଙ୍କ ମୃତ୍ୟୁ ପରେ ସବୁ ରାଜ୍ୟକୁ ଆଲର୍ଟରେ ରଖା ଯାଇଛି । 

ତେବେ ଆଲର୍ଟ ପରିବର୍ତ୍ତେ ଗ୍ରାଉଣ୍ଡରେ ସରକାର ହସ୍ତକ୍ଷେପ କରିବାକୁ କହିଛନ୍ତି ବୈଜ୍ଞାନିକ । ଦେଶରେ ବାଦୁଡ଼ି ଠାରୁ ମଣିଷ ‘ନିପା’ ଭୂତାଣୁରେ ସଂକ୍ରମିତ ହୋଇଥିବା ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି । ଏବେ ସୁଦ୍ଧା ଦେଶର ୧୦ଟି ରାଜ୍ୟରେ ‘ନିପା’ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତଥାପି ୨ ରାଜ୍ୟକୁ ବାଦ୍ ଦେଲେ ସଂକ୍ରମଣ ରୋକିବାକୁ ଅନ୍ୟ ରାଜ୍ୟରେ ସେଭଳି କିଛି ପଦକ୍ଷେପ ନିଆଯାଇ ନାହିଁ ।

ନଡ଼ାରୁ ପ୍ରସ୍ତୁତ ଜୈବ ଇନ୍ଧନରେ ଉଡ଼ିବ ଉଡ଼ାଜାହାଜ, ଯୁଦ୍ଧବିମାନ ଓ ହେଲିକପ୍ଟର: ନୀତିନ ଗଡ଼କରୀ

ତଥ୍ୟ ଅନୁସାରେ, ୨୦୦୧ ମସିହାରେ ଦେଶର ପ୍ରଥମ ‘ନିପା’ ଆକ୍ରାନ୍ତ ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଥିଲେ । ୨୦୦୭ରେ ବି ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଥିଲେ ଦେଶର ଦ୍ୱିତୀୟ ‘ନିପା’ ସଂକ୍ରମିତ । ୨୦୧୮ରେ ତୃତୀୟ ଥର ଲାଗି ଦେଶରେ ‘ନିପା’ ସଂକ୍ରମିତ କେରଳରେ ଚିହ୍ନଟ ହୋଇଥିବା ବେଳେ ୧୬ ଜଣଙ୍କ ମୃତ୍ୟୁ ହୋଇଥିଲା । ସେବେଠୁ ଏବେ ଯାଏଁ କେରଳରେ ୪ ଥର ‘ନିପା’ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯ ଜଣଙ୍କ ଜୀବନ ଯାଇଛି ।

ତେବେ କେରଳ ବ୍ୟତୀତ ତାମିଲନାଡ଼ୁ, ଗୋଆ, କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ, ଆସାମ, ମେଘାଳୟ ଓ ପୁଡୁଚେରୀରୁ ବାଦୁଡ଼ି ଠାରୁ ମଣିଷ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ତେବେ ଭାରତର ‘ନିପା’ ସଂକ୍ରମଣ ନେଇ ୬ରୁ ୭ଟି ଅଧ୍ୟୟନ କରିଥିବା ପୁଣେ ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନ୍ଆଇଭି) ପ୍ରମୁଖ ଡାକ୍ତର ପ୍ରଜ୍ଞା ଯାଦବଙ୍କ ଅନୁସାରେ, କରୋନା ଠାରୁ ଏହା ଅଧିକ ବିପଜ୍ଜନକ ।

ଘନୀଭୂତ ହେଲା ଲଘୁଚାପ; ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼ ଆଦି ଜିଲ୍ଲାରେ ଛେଚିବ

‘ନିପା’ ସଂକ୍ରମିତଙ୍କ ଠାରେ ଏବେ ସୁଦ୍ଧା ୨ଟି ରୋଗ ଦେଖା ଦେଇଛି । ଗୋଟିଏ ହେଉଛି ଦ୍ରୁତ ଗତିରେ ଆରମ୍ଭ ହେଉଥିବା ଶ୍ୱାସ ରୋଗ । ଅନ୍ୟଟି ବିଳମ୍ବରେ ଆରମ୍ଭ ହେଉଥିବା ସ୍ନାୟୁ ସଂକେତ । କେରଳରେ ୨ ‘ନିପା’ ଆକ୍ରାନ୍ତଙ୍କ ମୃତ୍ୟୁ ପରେ କୋଝିକୋଡ ଜିଲ୍ଲାରେ ୪୦ରୁ ଅଧିକ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସ୍କୁଲ୍, କଲେଜ, ବ୍ୟାଙ୍କକୁ ବନ୍ଦ ରଖାଯାଇଥିବା ବେଳେ ଏକ ଘରୋଇ ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀଙ୍କ ସହ ୩ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

  • Nipah
  • Copyright © 2022 - Summa Real Media Private Limited. All Rights Reserved.