ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ପୃଥିବୀ ଭଳି ଆଉ ଏକ ଗ୍ରହର ସନ୍ଧାନ ପାଇଛି ନାସା, ଏଥିରେ ସମୁଦ୍ର ଏବଂ ଜୀବନ ଥିବା ନେଇ ଚର୍ଚ୍ଚା

ଫ୍ଲୋରିଡା, ୧୨/୦୯: ଆମେରିକା ମହାକାଶ ଗବେଷଣା ସଂସ୍ଥା-ନାସା ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦିଆଯାଇଛି । ଆମ ସୌରଜଗତ ବାହାରେ ଏକ ପୃଥିବୀ ଭଳି ଗ୍ରହର ସନ୍ଧାନ ପାଇଛି ନାସା । ଏହି ଗ୍ରହ ପୃଥିବୀଠାରୁ ୮.୬ ଗୁଣ ବଡ଼   । ଏହି ଏକଜୋପ୍ଲାନେଟରେ ମହାସାଗର ଥିବା ନେଇ ନାସା ପକ୍ଷରୁ କୁହାଯାଇଛି । କେବଳ ସେତିକି ନୁହେଁ ଜୀବନ ଥିବା ନେଇ ସଂକେତ ଦେଉଥିବା ଏକ କେମିକାଲ୍‌ ସଂପର୍କରେ ସୂଚନା ମିଳିଛି । ଜେମ୍ସ ଓ୍ବେବ ଟେଲିସ୍କୋପ ଦ୍ବାରା ଏହି ଗ୍ରହକୁ ଖୋଜି ବାହାର କରାଯାଇଛି । 

ସହରରେ ହଠାତ ପ୍ରବାହିତ ହେଲା ମଦର ବନ୍ୟା, କେମିତି ଘଟିଗଲା ଏତେବଡ଼ ଦୁର୍ଘଟଣା ?

K2-18b ଗ୍ରହରେ ମିଥେନ୍‌ ଏବଂ ଅଙ୍ଗାଳକାମ୍ଳ ସମେତ କାର୍ବନ ସମ୍ବନ୍ଧିତ ଅନ୍ୟ ଏଲିମେଣ୍ଟ ସମ୍ପର୍କରେ ଜଣାପଡ଼ିଛି । ଜେମ୍ସ ଓ୍ବେବ ଟେଲିସ୍କୋପ ଦ୍ବାରା ଖୋଜି ବାହାର କରାଯାଇଥିବା K2-18b ଗ୍ରହରେ ହାଇଡ୍ରୋଜେନ ସମୃଦ୍ଧ ବାତାବରଣ ଥିବା ବେଳେ ଗ୍ରହରେ ମହାସାଗର ଥିବା ନେଇ ସମ୍ଭାବନା ରହିଛି । ରହିବା ଯୋଗ୍ୟ ଏହି ଗ୍ରହ ସଂପର୍କରେ ଜଣାପଡ଼ିବା ପରେ ନାସା ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି । ଏନେଇ ଆହୁରି ଗବେଷଣା କରିବାକୁ ନାସାର ବୈଜ୍ଞାନିକମାନେ ଅଧିକ ଉତ୍ସାହିତ ଥିବା ଜଣାପଡ଼ିଛି । 

K2-18b ଗ୍ରହର ପରିକ୍ରମା କରୁଛି ଛୋଟ ଛୋଟ ତାରା । ପୃଥିବୀପୃଷ୍ଠରୁ ୧୨୦ ଆଲୋକବର୍ଷ ଦୂରତାରେ ଥିବା ଏହି ଗ୍ରହ ପୃଥିବୀଠାରୁ ବହୁତ ବଡ଼ ।  ଏହାକୁ ମିି ନେପଚୁନ୍‌ ବୋଲି କୁହାଯାଉଛି । ଏହାର ଆକାର ଏବଂ ପ୍ରକାରଭେଦ ବିଲକୁଲ ଅଲଗା ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଅନ୍ୟପଟେ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟ ଗବେଷକଙ୍କ ଅନୁସାରେ, ଏଭଳି ଗ୍ରହରେ ମିଥେନ ଏବଂ କାର୍ବନ ଡାଇଅକ୍ସାଇଡର ଉପସ୍ଥିତି ଏବଂ ଆମୋନିଆର ଅଭାବ ଏହି ଅନୁମାନକୁ ସମର୍ଥନ କରେ ଯେ K2-18 bରେ ଏକ ସମୁଦ୍ର ଥାଇପାରେ ।

You can also read: ନିର୍ବାସିତ ନଓ୍ବାଜ ଶରିଫଙ୍କ ଦାବି: ‘ଆମ ସରକାର ଥିଲେ ଜି-୨୦ ଆୟୋଜନ କରିଥାନ୍ତା ପାକିସ୍ତାନ’

  • K2-18
  • Copyright © 2022 - Summa Real Media Private Limited. All Rights Reserved.