ପ୍ରମୂଖ ଖବର

୫ ରାଜ୍ୟ ନିର୍ବାଚନ ସରୁ ସରୁ ମହଙ୍ଗା ମାଡ଼, ବଢ଼ିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ

ନୂଆଦିଲ୍ଲୀ, ୦୧/୧୨: ତେଲଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ମିଜୋରାମ ୫ ରାଜ୍ୟ ନିର୍ବାଚନ ସରିବା କ୍ଷଣି ବଢ଼ିଛି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ । ୧୯ କିଲୋଗ୍ରାମର କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦାମ ବଢ଼ିଛି । ବାଣିଜ୍ୟିକ ସିଲିଣ୍ଡର ପିଛା ଦାମ ୨୧ ଟଙ୍କା ବଢ଼ିଛି ।

ଡିସେମ୍ବର ୧ରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡର ପାଇଁ ୧୭୯୬.୫୦ ଟଙ୍କା ଦେବାକୁ ପଡ଼ିବ । ଏହା ପୂର୍ବରୁ ଗତ ମାସରେ କମର୍ସିଆଲ୍ ସିଲିଣ୍ଡର ପିଛା ୧୭୭୫.୫୦ ଟଙ୍କା ଦେବାକୁ ପଡ଼ୁଥିଲା । ତେବେ ସବସିଡ୍ ଯୁକ୍ତ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।

ବାୟଜୁସକୁ ଝଟକା, ୨୨ ବିଲିୟନ୍ ଡଲାରରୁ ବର୍ଷକରେ ୩ ବିଲିୟନ୍ ଡଲାରକୁ ଖସିଲା ସମ୍ପତ୍ତି

କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ପରେ ଦିଲ୍ଲୀରେ ସିଲିଣ୍ଡର ପିଛା ୧୭୯୬.୫୦ ଟଙ୍କା, କୋଲକାତାରେ ୧୯୦୮ ଟଙ୍କା, ମୁମ୍ବାଇରେ ୧୭୪୯ ଟଙ୍କା ଓ ଚେନ୍ନାଇରେ ୧୯୬୮.୫୦ ଟଙ୍କା ଦେବାକୁ ପଡ଼ିବ ।

ଗତମାସରେ ଅର୍ଥାତ୍ ନଭେମ୍ବର ୧ରେ ମଧ୍ୟ କମର୍ସିଆଲ୍ ଗ୍ୟାସ୍ ଦର ବୃଦ୍ଧି ପାଇଥିଲା । ସିଲିଣ୍ଡର ପିଛା ୧୦୦ ଟଙ୍କା ବଢ଼ିଥିଲା ଦର । ଅକ୍ଟୋବର ୧ରେ କମର୍ସିଆଲ୍ ସିଲିଣ୍ଡର ମୂଲ୍ୟ ୧୭୩୧.୫୦ ଟଙ୍କା ଥିଲା । ନଭେମ୍ବର ୧ରେ ଦର ୧୦୧.୫୦ ଟଙ୍କା ବୃଦ୍ଧି ପାଇ ସିଲିଣ୍ଡର ଦର ୧୮୩୩ ଟଙ୍କା ହୋଇଥିଲା । ନଭେମ୍ବର ୧୬ରେ କମର୍ସିଆଲ୍ ସିଲିଣ୍ଡର ଦର ୫୭.୦୫ ଟଙ୍କା ହ୍ରାସ ପାଇ ୧୭୭୫.୫୦ ଟଙ୍କା ରହିଥିଲା ।

୫୦,୦୦୦ କୋଟି ବଢ଼ିବ ସବ୍‌ସିଡି ବିଲ୍, ୪.୫୩ ଲକ୍ଷ କୋଟିକୁ ବୃଦ୍ଧି ପାଇପାରେ ମୋଟ୍ ବ୍ୟୟ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.