ପ୍ରମୂଖ ଖବର
  • ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ; ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୧୮ ଗିରଫ
  • ||
  • ହବିଷ୍ୟାଳିଙ୍କୁ ମିଳିବ ସୁରକ୍ଷା, ମାର୍ଗଶୀର ମାସରୁ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ
  • ||
  • ଆଠମଲ୍ଲିକରେ ଆଖି ବୁଜିଲା ଆଉ ଏକ ହାତୀ, ୫ ଦିନରେ ୨ ହାତୀଙ୍କ ମୃତ୍ୟୁ
  • ||
  • ରାଜଧାନୀର ୭ ପୂଜା ମଣ୍ଡପକୁ ରାବଣ ପୋଡ଼ି ଲାଗି ଅନୁମତି, ପ୍ରଶାସନର ନିୟମ ମାନିବାକୁ ନିର୍ଦ୍ଦେଶ
  • ||
  • ନୟାଗଡ଼ : ଥାନାରୁ ଅଭିଯୁକ୍ତ ଫେରାର, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
  • ||
  • ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଯୁବକ ମୃତ, ଅପମୃତ୍ୟୁ ମାମଲା ରୁଜୁ
  • ||
  • ପାଟଣା ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ, ଲୋକେ ଆତଙ୍କିତ
  • ||
  • ଆଜି ମା’ଙ୍କ ବିଜୟାଦଶମୀ, ମା’ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼
  • ||
  • ଆସ୍କା : ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୧୫ ରୁ ଉର୍ଦ୍ଧ୍ବ ଦୋକାନ
  • ||

ସୌରଭ ଗାଙ୍ଗୁଲି ମଧ୍ୟ ଭିନେଶଙ୍କ ସପକ୍ଷରେ ବାହାରିଲେ ; କହିଲେ , ତାଙ୍କୁ ରୌପ୍ୟ ପଦକ ତ ଦିଆଯାଉ

ନୂଆଦିଲ୍ଲୀ – ଭାରତୀୟ ଟିମ୍‌ର ପ୍ରସିଦ୍ଧ କ୍ରିକେଟର ସୌରଭ ଗାଙ୍ଗୁଲୀ ମଧ୍ୟ ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ କଲେ ସମର୍ଥନ। ପ୍ୟାରିସ୍‌ ଅଲିମ୍ପିକ ୨୦୨୪ରେ ୧୦୦ଗ୍ରାମ୍‌ ଓଜନ ଅଧିକ ହେବା କାରଣରୁ ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷିତ କରାଯାଇ ଥିଲା, ଯେଉଁଥି ପାଇଁ ସେ ଗୋଲ୍ଡ/ସିଲଭର ଜିତିବାରୁ ବଞ୍ଚିତ ହୋଇଛନ୍ତି। ଭିନେଶଙ୍କ ସ୍ଥାନରେ ଫାଇନାଲରେ କ୍ୟୁବାର କୁସ୍ତିଯୋଦ୍ଧା ୟୁସ୍ନେଲିସ୍‌ ଗୁଜମାନ ଲୋପେଜ ଓହ୍ଲାଇ ଥିଲେ , ଯିଏ ସେମି ଫାଇନାଲରେ ତାଙ୍କ ଠାରୁ ହାରି ଯାଇଥିଲେ। ମାମଲାର ଶୁଣାଣି ଶୁକ୍ରବାର ଶେଷ ହୋଇଛି।  

ଭିନେଶ ଫୋଗାଟଙ୍କ ବିବାଦରେ ସଚିନଙ୍କ ପ୍ରତିକ୍ରିୟା , କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଦେଇ କହିଲେ ....

ଭାରତୀୟ ଅଲିମ୍ପିକ ସଂଘ ପ୍ରଥମେ କହିଥିଲେ ରାୟ ରବିବାର ଆସିବ , ହେଲେ ପୁଣି ସେ ସ୍ପଷ୍ଟୀକରଣ ଜାରି କରି କହିଛନ୍ତି , ଫଳଫଳା ୧୩ ଅଗଷ୍ଟରେ ହିଁ ଜଣାପଡ଼ିବ। ଏହି ପୂରା ବିବାଦ ମଧ୍ୟରେ ଗାଙ୍ଗୁଲି ମଧ୍ୟ ଫୋଗାଟଙ୍କ ସମର୍ଥନରେ ବାହାରିଛନ୍ତି ଏବଂ କହିଛନ୍ତି ,ତାଙ୍କୁ ଫାଇନାଲ ପାଇଁ କ୍ୱାଲିଫାଏ କରିବାରେ ଅତି କମ୍‌ରେ ରୌପ୍ୟ ପଦକ ମିଳିବା ଉଚିତ୍‌। 

ସୌରଭ ଗାଙ୍ଗୁଲି କହିଛନ୍ତି , ମୋତେ ସଠିକ୍‌ ନିୟମ ଜଣା ନାହିଁ , କିନ୍ତୁ ମୋର ବିଶ୍ୱାସ କି ଯେବେ ସେ ଫାଇନାଲରେ ପହଞ୍ଚିଲେ ,ସେ ଭଲ ଭାବେ କ୍ୱାଲିଫାଏ  କରିଛନ୍ତି। ଏଥିପାଇଁ ଆପଣ ଫାଇନାଲକୁ ଗଲେ ଗୋଲ୍ଡ କି ସିଲଭର ଥାଏ । ତାଙ୍କୁ ଭୁଲ ଉପାୟରେ ଅଯୋଗ୍ୟ ସାବ୍ୟସ୍ତ କରାଯାଇଛି ନା ନାହିଁ , ଏହା ମୋତେ ଜଣା ନାହିଁ , କିନ୍ତୁ ଅତି କମ୍‌ରେ ସେ ସିଲଭରର ହକଦାର। 


  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.