ଭୁବନେଶ୍ୱର ୧୫/୦୮: ଦେଶ ପାଳୁଛି ୭୯ତମ ସ୍ୱଧୀନତା ଦିବସ। ପଲ୍ଲୀରୁ ଦିଲ୍ଲୀ ସବୁଠି ଉତ୍ସବମୁଖର। ଶଙ୍ଖ ଭବନରେ ବିଜେଡ଼ି ପକ୍ଷରୁ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି। ବରିଷ୍ଠ ବିଜେଡ଼ି ନେତା ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଜେଡ଼ିକର୍ମୀମାନେ ସମୁହ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଭାତର ମାତା କି ଜୟ ସ୍ବୋଗାନରେ କମ୍ପିଥିଲା ଶଙ୍ଖ ଭବନ। ଏହି ଅବସରେ ଉପସଭାପତି ରାଜ୍ୟବାସୀଙ୍କୁ ସ୍ବାଧୀନତା ଦିବସ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ବୀର ପୁତ୍ରମାନଙ୍କ ବଳିଦାନକୁ ମନପକାଇଥିଲେ।

ନାଗାଲାଣ୍ଡ ରାଜ୍ୟପାଳ ଏଲ୍. ଗଣେଶନଙ୍କ ପରଲୋକ, ୮୦ ବର୍...