ପ୍ରମୂଖ ଖବର
  • ସମ୍ବଲପୁର : ନୂଆଁଖାଇ ପାଇଁ ଲଗ୍ନ ନିର୍ଘଣ୍ଟ, ୨୮ରେ ଲାଗି ହେବ ନବାନ୍ନ
  • ||
  • ରବିବାର ଭାରତରେ ପହଞ୍ଚିବେ ମହକାଶଚାରୀ ଶୁଭାଂଶୁ ଶୁକ୍ଳା
  • ||
  • ଅଗଷ୍ଟ ୧୮ରେ ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି
  • ||
  • ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ , ପାସ୍‌ ହାର ୫୬.୨୩ ପ୍ରତିଶତ
  • ||
  • ବୌଦ୍ଧ ଗସ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଟକର ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ପରଲୋକ
  • ||
  • ନୂଆପଡ଼: ରାସ୍ତାରୁ ଗୋରୁଙ୍କୁ ଘଉଡ଼ାଇବା ବେଳେ ପିଟିଲା ପିକ୍ଅପ୍‌ ଭ୍ୟାନ୍; ଜଣେ ମୃତ, ଜଣେ ଗୁରୁତର
  • ||
  • ଦୟୀନଦୀରେ ନାବାଳକ ବୁଡ଼ିଯିବା ଘଟଣା, ୬ କିମି ଦୂରରୁ ଛାତ୍ରଙ୍କ ମୃତଦେହ ଠାବ
  • ||
  • କାଲିମେଳା : ଲଗାଣ ବର୍ଷାରେ ବୁଡ଼ିଲା ଏମ୍‌ଭି ୯୬ ପୋଲ, ଯାତାୟାତ ଠପ୍
  • ||
  • ଢେଙ୍କାନାଳ : ସୁଇମିଂ ପୁଲ୍‌ରୁ ଉତ୍ତରାଖଣ୍ଡ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍ : ଧରାପଡ଼ିଲେ ସ୍କର୍ପିଓ ଡ୍ରାଇଭର ଓ ସହଯୋଗୀ, ଥାର୍ ମାଲିକଙ୍କ ମିଳୁନି ପତ୍ତା
  • ||
  • ବାଲିପାଟଣାରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା: ବାପା ଏବଂ ସାବତ ଭାଇ ଗିରଫ, ପୁଲିସର ଖୋଳତାଡ଼
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||
  • ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ୩ ଘଣ୍ଟା ଧରି ଆଲୋଚନା,ବାହାରିଲାନି ନିଷ୍କର୍ସ, ବନ୍ଦ ହେବନି ଋଷ-ୟୁକେନ୍ ଯୁଦ୍ଧ
  • ||

ସାମାନ୍ୟ ଆଘାତରେ ଅଧିକ ରକ୍ତ ସ୍ରାବ ହେଉଛି କି ? ସାବଧାନ..ଶରୀରରେ ରହିଛି ଏହି ଭିଟାମିନ୍‌ର ଅଭାବ

Published By : Manoj | August 16, 2025 9:37 AM

ଭୁବନେଶ୍ୱର ୧୬/୦୮: ପାଦରେ ସବୁ ବେଳେ ଯନ୍ତ୍ରଣା ରହୁଛି କି? ଯଦି ରହୁଛି ଏହାକୁ କେବଳ  ଥକ୍କାପଣ ଭାବି ଅଣଦେଖା କରନ୍ତୁନି । ଏହା ହୁଏତ ଭିଟାମିନ୍‌-କେ ଅଭାବର ଲକ୍ଷଣ ହୋଇଥାଇପାରେ । ଏମିତି କେତେକ ଲକ୍ଷଣ ରହିଛି,  ଯାହା ଭିଟାମିନ୍‌-କେ’ର ଅଭାବରୁ ଦେଖା ଦେଇଥାଏ । ଯାହାର ଅଭାବକୁ ଦୂର କରିବା ଦ୍ୱାରା ହିଁ ସମସ୍ୟା ଆପେ ଆପେ କମିଚାଲେ ।  

ସାରାଦିନ କାମ କରିବା ପରେ ଥକ୍କାପଣ ଯୋଗୁ ଯନ୍ତ୍ରଣା ଅନୁଭବ  ହୋଇଥାଏ, ଯାହାକୁ ଆମେ ସାଧାରଣ ଭାବି ଅଣଦେଖା କରି ଦେଇଥାଉ। କିନ୍ତୁ କେବେ ଭାବିଛନ୍ତି କି ଏହା କୌଣସି ଗୁରୁତର ସମସ୍ୟା ହୋଇଥାଇପାରେ । ଚାଲନ୍ତୁ ଦେଖିବା ଏମିତି କେତେକ ଲକ୍ଷଣ  ଯାହା ଜଣାଇଥାଏ ଯେ ଆପଣଙ୍କ ଶରୀରରେ ଭିଟାମିନ୍‌-କେ’ର ଅଭାବ  ରହିଛି । ଯେପରିକି 

ସାମାନ୍ୟ ଆଘାତରେ ଅଧିକ ରକ୍ତ ସ୍ରାବ 

ଯଦି କୌଣସି ବ୍ୟକ୍ତିଠାରେ ସାମାନ୍ୟ ଆଘାତ  ଲାଗିବା ପରେ ମାତ୍ରାଧିକ ରକ୍ତ ବାହାରୁଥାଏ,  ତେବେ ଏହା ଭିଟାମିନ୍‌-କେ’ ଅଭାବର  ସବୁଠାରୁ ବଡ଼ ଲକ୍ଷଣ । କାରଣ  ଏହି ଭିଟାମିନ୍‌ ରକ୍ତକୁ ଗାଢା  କରିବାରେ ସହାୟତା କରିଥାଏ ।  ଏହାର ଅଭାବରୁ ରକ୍ତ ପତଳା ହେବା ସହ ସାମାନ୍ୟ ଆଘାତରେ ମାତ୍ରାଧିକ  ରକ୍ତ ବାହାରିଥାଏ । 

ମାଢି ଓ ନାକରୁ ରକ୍ତ  ବାହାରିବା 

ବିନା କାରଣରେ ମାଢି ଓ ନାକରୁ ରକ୍ତ  ବାହାରିବା ହେଉଛି ଭିଟାମିନ୍‌-କେ’ ଅଭାବର  ଲକ୍ଷଣ । ଏହି ଭିଟାମିନ୍‌ର ଅଭାବ ଯୋଗୁ  ଶରୀରରେ ରକ୍ତ ପତଳା ହୋଇପଡେ ।  

ଶରୀରରେ ନୀଳ ଓ ବାଇଗଣୀ ଚିହ୍ନ ଦେଖାଦେବା 

ଯଦି ବିନା ଆଘାତରେ ଶରୀରରେ ନୀଳ ଓ ବାଇଗଣୀ  ଚିହ୍ନ ଦେଖା ଦେଉଛି, ତେବେ ଏହା ଭିଟାମିନ୍‌-କେ’  ଅଭାବର ଲକ୍ଷଣ । ଏହି ଚିହ୍ନ ସେତେବେଳେ ଆସିଥାଏ,  ଯେତେବେଳେ ରକ୍ତ ଛୋଟ ଛୋଟ ଶିରାପ୍ରଶିରାରେ  ପ୍ରବାହିତ ହୋଇଥାଏ ।  

ହାଡ଼ରେ ଯନ୍ତ୍ରଣା ଓ ଦୁର୍ବଳ ହେବା

ଭିଟାମିନ୍‌-କେ’ହାଡ଼କୁ ମଜଭୁତ କରୁଥିବା ପ୍ରୋଟିନ୍‌କୁ  ସକ୍ରିୟ ଭାବେ ସହଯୋଗ କରିଥାଏ । ଏହାର ଅଭାବରେ ହାଡ଼  ଦୁର୍ବଳ ହେବା ସହ ଗଣ୍ଠି ଓ ପାଦରେ ଯନ୍ତ୍ରଣା ଅନୁଭବ ହୋଇଥାଏ । 

ପରିସ୍ରାରେ ରକ୍ତ ପଡିବା

ଝାଡା କିମ୍ବା ପରିସ୍ରାରେ ରକ୍ତ ପଡିଲେ ତୁରନ୍ତ  ଡାକ୍ତର ପରାମର୍ଶ କରାଇ  ନିଅନ୍ତୁ । ଏହା ଭିଟାମିନ୍‌କେ ଅଭାବରୁ ହୋଇଥାଏ । କାରଣ ବ୍ୟକ୍ତିର ଅଜଣତାରେ ଶରୀର ଭିତରେ  କୌଣସି ଅଙ୍ଗରୁ ଅଚାନକ ରକ୍ତ  ବାହାରିଥାଏ ।  ଉପରୋକ୍ତ କୌଣସି ଲକ୍ଷଣ  ଅନୁଭବ ହେଉଥିଲେ, ଡାକ୍ତରଙ୍କ  ସହ ପରାମର୍ଶ କରି ଭିଟାମିନ-କେ’  ପରୀକ୍ଷା କରାଇ ନିଅନ୍ତୁ । ଡାଏଟ୍‌ରେ  ଏହି ଅଭାବକୁ ଦୂର କରିବା ପାଇଁ ସବୁଜ ପନିପରିବା, ବ୍ରୋକୋଲୀ, ସୋୟାବିନ୍‌ ଓ ଅଣ୍ଡା ପରି  ଖାଦ୍ୟକୁ ସାମିଲ୍‌ କରନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.