ପ୍ରମୂଖ ଖବର
  • ସମ୍ବଲପୁର : ନୂଆଁଖାଇ ପାଇଁ ଲଗ୍ନ ନିର୍ଘଣ୍ଟ, ୨୮ରେ ଲାଗି ହେବ ନବାନ୍ନ
  • ||
  • ରବିବାର ଭାରତରେ ପହଞ୍ଚିବେ ମହକାଶଚାରୀ ଶୁଭାଂଶୁ ଶୁକ୍ଳା
  • ||
  • ଅଗଷ୍ଟ ୧୮ରେ ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି
  • ||
  • ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ , ପାସ୍‌ ହାର ୫୬.୨୩ ପ୍ରତିଶତ
  • ||
  • ବୌଦ୍ଧ ଗସ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଟକର ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ପରଲୋକ
  • ||
  • ନୂଆପଡ଼: ରାସ୍ତାରୁ ଗୋରୁଙ୍କୁ ଘଉଡ଼ାଇବା ବେଳେ ପିଟିଲା ପିକ୍ଅପ୍‌ ଭ୍ୟାନ୍; ଜଣେ ମୃତ, ଜଣେ ଗୁରୁତର
  • ||
  • ଦୟୀନଦୀରେ ନାବାଳକ ବୁଡ଼ିଯିବା ଘଟଣା, ୬ କିମି ଦୂରରୁ ଛାତ୍ରଙ୍କ ମୃତଦେହ ଠାବ
  • ||
  • କାଲିମେଳା : ଲଗାଣ ବର୍ଷାରେ ବୁଡ଼ିଲା ଏମ୍‌ଭି ୯୬ ପୋଲ, ଯାତାୟାତ ଠପ୍
  • ||
  • ଢେଙ୍କାନାଳ : ସୁଇମିଂ ପୁଲ୍‌ରୁ ଉତ୍ତରାଖଣ୍ଡ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍ : ଧରାପଡ଼ିଲେ ସ୍କର୍ପିଓ ଡ୍ରାଇଭର ଓ ସହଯୋଗୀ, ଥାର୍ ମାଲିକଙ୍କ ମିଳୁନି ପତ୍ତା
  • ||
  • ବାଲିପାଟଣାରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା: ବାପା ଏବଂ ସାବତ ଭାଇ ଗିରଫ, ପୁଲିସର ଖୋଳତାଡ଼
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||
  • ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ୩ ଘଣ୍ଟା ଧରି ଆଲୋଚନା,ବାହାରିଲାନି ନିଷ୍କର୍ସ, ବନ୍ଦ ହେବନି ଋଷ-ୟୁକେନ୍ ଯୁଦ୍ଧ
  • ||

ୟୁକ୍ରେନକୁ ଯୁଦ୍ଧବିରାମ ନୁହେଁ, ସ୍ଥାୟୀ ଶାନ୍ତି ଚୁକ୍ତି ଦରକାର; ଟ୍ରମ୍ପଙ୍କ ସହ ଆଲୋଚନା ପରେ ଏଭଳି କହିଲେ ଜେଲେନ୍ସକି

Published By : Tapas Panda | August 16, 2025 7:36 PM

Image Courtesy: ndtv

ନୂଆଦିଲ୍ଲୀ: ଆଲାସ୍କାରେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ବୈଠକ ଶେଷ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କ ସହ ଫୋନରେ କଥା ହୋଇଛନ୍ତି । ହ୍ବାଇଟ ହାଉସ୍‌ ଫେରିବା  ବେଳେ ବିମାନରେ ଜେଲେନ୍ସକିଙ୍କ ସହ କଥା ହୋଇଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ସହ କଥା ହେବା ପରେ, ଜେଲେନ୍ସକି ଅନ୍ୟ ୟୁରୋପୀୟ ନେତାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଯୁଦ୍ଧବିରାମ ନୁହେଁ, ସମ୍ପୂର୍ଣ୍ଣ ଶାନ୍ତି ପ୍ରତିଷ୍ଠା ପାଇଁ ସେ ଦାବି କରିଛନ୍ତି । 

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଶନିବାର  ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଜେଲେନ୍ସକି କହିଛନ୍ତି ଯେ, ହତ୍ୟାକାଣ୍ଡ ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହେବା ଉଚିତ । ଯୁଦ୍ଧକ୍ଷେତ୍ର, ଆକାଶ ଏବଂ ୟୁକ୍ରେନ ବନ୍ଦର ଉପରେ ଆକ୍ରମଣ ତୁରନ୍ତ ବନ୍ଦ ହେବା ଦରକାର । ରୁଷ ଦ୍ୱାରା ଅପହୃତ ସମସ୍ତ ଯୁଦ୍ଧବନ୍ଦୀ ଏବଂ ପିଲାମାନଙ୍କୁ ଫେରାଇ ଦିଆଯିବା ଉଚିତ । ଆମର ହଜାର ହଜାର ଲୋକ ଏବେ ବି ବନ୍ଦୀ ଅବସ୍ଥାରେ ଅଛନ୍ତି, ଯେଉଁମାନଙ୍କୁ ଯଥାଶୀଘ୍ର ଘରକୁ ଫେରାଇ ଆଣିବାକୁ ପଡିବ । ଯେପର୍ଯ୍ୟନ୍ତ ରୁଷ ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣ ଏବଂ ଦଖଲ ଜାରି ରହିଛି, ସେପର୍ଯ୍ୟନ୍ତ ରୁଷ ଉପରେ ଚାପ ବଜାୟ ରଖିବା ଆବଶ୍ୟକ। ।

ଜେଲେନସ୍କି କହିଛନ୍ତି, ‘ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଆଲୋଚନା ସମୟରେ ମୁଁ କହିଥିଲି ଯେ, ଯଦି ତ୍ରିପାକ୍ଷିକ ଆଲୋଚନା ହୁଏ ନାହିଁ କିମ୍ବା ରୁଷ ଶାନ୍ତି ପ୍ରତିଷ୍ଠା ପାଇଁ ରାଜି ନହୁନ୍ତି ତେବେ ରୁଷ ଉପରେ କଟକଣା କଡ଼ାକଡ଼ି କରାଯିବା  ଦରକାର । କଟକଣା ଏକ ପ୍ରଭାବଶାଳୀ ଅସ୍ତ୍ର । ସୁରକ୍ଷାର ଗ୍ୟାରେଣ୍ଟି ଦୀର୍ଘକାଳୀନ ଏବଂ ନିର୍ଭରଯୋଗ୍ୟ ହେବା ଉଚିତ ।’

ସେ ଜୋର ଦେଇ କହିଛନ୍ତି ଯେ, ୟୁକ୍ରେନ ସହିତ ଜଡିତ ସମସ୍ତ ପ୍ରସଙ୍ଗରେ ୟୁକ୍ରେନ ବିନା କୌଣସି ନିଷ୍ପତ୍ତି ନିଆଯାଇପାରିବ ନାହିଁ, ସେତେବେଳେ ୟୁକ୍ରେନର ଅଂଶଗ୍ରହଣ ଆବଶ୍ୟକ। ଏହି ଯୁଦ୍ଧରେ ସାହାଯ୍ୟ କରୁଥିବା ମୋର ସମସ୍ତ ଅଂଶୀଦାରଙ୍କ ପ୍ରତି ମୁଁ କୃତଜ୍ଞ । ଆଜି ୟୁରୋପର ନେତାମାନଙ୍କଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ଏହା ଆମର ସ୍ଥିତିକୁ ଆହୁରି ମଜଭୁତ କରିଛି । ୟୁରୋପୀୟ ନାଗରିକ, ଆମେରିକୀୟ ଏବଂ ବିଶ୍ୱର ସମସ୍ତ ଲୋକ ଯେଉଁମାନେ ଅନ୍ତର୍ଜାତୀୟ ସମ୍ପର୍କରେ ଶାନ୍ତି ଏବଂ ସ୍ଥିରତା ଚାହାଁନ୍ତି  ଆମେ ସମସ୍ତଙ୍କ ପାଇଁ ଏକାଠି କାମ କରିବୁ।

ସେପଟେ ଓ୍ବାଶିଂଟନ ଯିବା ଲାଗି ଟ୍ରମ୍ପ ତାଙ୍କୁ ନିମନ୍ତ୍ରଣ କରିଥିବା କହିଛନ୍ତି ଜେଲେନ୍ସକି । ଏପରିକି ସେ ସୋମବାର ଆମେରିକା ଗସ୍ତ କରିପାରନ୍ତି ।  ରୁଷ ରାଷ୍ଟ୍ରପତିଙ୍କ ସହ କଣ ସବୁ ଆଲୋଚନା ହୋଇଛି, ସେନେଇ ଟ୍ରମ୍ପ ତାଙ୍କୁ ବିସ୍ତୃତ ଭାବରେ କହିଛନ୍ତି । ସ୍ଥିତିରେ ସୁଧାର ଆଣିବା ଲାଗି ଆମେରିକାର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ଏସବୁ ମଧ୍ୟରେ, ରୁଷ, ୟୁକ୍ରେନ ଏବଂ ଆମେରିକା ମଧ୍ୟରେ ଖୁବଶୀଘ୍ର ତ୍ରିପାକ୍ଷିକ ଆଲୋଚନା ହୋଇପାରେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.