ପ୍ରମୂଖ ଖବର
  • ସମ୍ବଲପୁର : ନୂଆଁଖାଇ ପାଇଁ ଲଗ୍ନ ନିର୍ଘଣ୍ଟ, ୨୮ରେ ଲାଗି ହେବ ନବାନ୍ନ
  • ||
  • ରବିବାର ଭାରତରେ ପହଞ୍ଚିବେ ମହକାଶଚାରୀ ଶୁଭାଂଶୁ ଶୁକ୍ଳା
  • ||
  • ଅଗଷ୍ଟ ୧୮ରେ ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି
  • ||
  • ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ , ପାସ୍‌ ହାର ୫୬.୨୩ ପ୍ରତିଶତ
  • ||
  • ବୌଦ୍ଧ ଗସ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଟକର ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ପରଲୋକ
  • ||
  • ନୂଆପଡ଼: ରାସ୍ତାରୁ ଗୋରୁଙ୍କୁ ଘଉଡ଼ାଇବା ବେଳେ ପିଟିଲା ପିକ୍ଅପ୍‌ ଭ୍ୟାନ୍; ଜଣେ ମୃତ, ଜଣେ ଗୁରୁତର
  • ||
  • ଦୟୀନଦୀରେ ନାବାଳକ ବୁଡ଼ିଯିବା ଘଟଣା, ୬ କିମି ଦୂରରୁ ଛାତ୍ରଙ୍କ ମୃତଦେହ ଠାବ
  • ||
  • କାଲିମେଳା : ଲଗାଣ ବର୍ଷାରେ ବୁଡ଼ିଲା ଏମ୍‌ଭି ୯୬ ପୋଲ, ଯାତାୟାତ ଠପ୍
  • ||
  • ଢେଙ୍କାନାଳ : ସୁଇମିଂ ପୁଲ୍‌ରୁ ଉତ୍ତରାଖଣ୍ଡ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍ : ଧରାପଡ଼ିଲେ ସ୍କର୍ପିଓ ଡ୍ରାଇଭର ଓ ସହଯୋଗୀ, ଥାର୍ ମାଲିକଙ୍କ ମିଳୁନି ପତ୍ତା
  • ||
  • ବାଲିପାଟଣାରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା: ବାପା ଏବଂ ସାବତ ଭାଇ ଗିରଫ, ପୁଲିସର ଖୋଳତାଡ଼
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||
  • ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ୩ ଘଣ୍ଟା ଧରି ଆଲୋଚନା,ବାହାରିଲାନି ନିଷ୍କର୍ସ, ବନ୍ଦ ହେବନି ଋଷ-ୟୁକେନ୍ ଯୁଦ୍ଧ
  • ||

ଅପରାଧର ପୂର୍ବାନୁମାନ କରିବ ଏଆଇ ! ସମ୍ଭାବ୍ୟ ଚୋରି-ହତ୍ୟା ପୂର୍ବରୁ ପୁଲିସକୁ ମିଳିଯିବ ସୂଚନା

Published By : Tapas Panda | August 16, 2025 9:15 PM

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ)ର ବ୍ୟବହାର ବଢ଼ିବାରେ ଲାଗିଛି। ବ୍ୟାପକ କ୍ଷେତ୍ରରେ ଏହାର ପ୍ରୟୋଗ ହେଉଛି । ଏବେ ଅପରାଧ ରୋକିବାରେ ପ୍ରମୁଖ ଭୂମିକା ନେବ ଏଆଇ । ଏଥିପାଇଁ ବ୍ରିଟେନ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଚୋରି, ହତ୍ୟା ଭଳି ଅପରାଧ ଘଟିବା ପୂର୍ବରୁ ସତର୍କ କରାଇବ ଏଆଇ । ଏହି ଭଳି ଟେକନୋଲୋଜି ବା ପ୍ରଯୁକ୍ତି ବିକଶିତ କରିବାକୁ ଲାଗିଛନ୍ତି ବୈଜ୍ଞାନିକ । ଏଥିରେ କେତେକାଂଶରେ ସଫଳତା ମଧ୍ୟ ମିଳିଛି । ରିୟଲ ଟାଇମ୍‌ ଇଣ୍ଟର ଆକ୍ଟିଭ୍‌ ମ୍ୟାପ୍‌ ମାଧ୍ୟମରେ କୌଣସି ସ୍ଥାନ‌ରେ ହେବାକୁ ଥିବା ସମ୍ଭାବ୍ୟ ଚୋରି, ଆକ୍ରମଣ ଏବଂ ହତ୍ୟା ଭଳି ଅପରାଧର ସୂଚନା ମିଳିପାରିବ । 

ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, ଏହି AI ଆଧାରିତ ସିଷ୍ଟମ୍ ଅପରାଧକୁ ରୋକିବ ଏବଂ ଏହା ଘଟଣାର ପୂର୍ବାନୁମାନ କରିବ । ଏହାର ପ୍ରୋଟୋଟାଇପ୍ ଏପ୍ରିଲ୍ ୨୦୨୬ ସୁଦ୍ଧା ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି । ଏହି ପ୍ରଯୁକ୍ତିବିଦ୍ୟା ଇଂଲଣ୍ଡ ଏବଂ ୱେଲ୍ସର ଅଞ୍ଚଳରେ କାମ କରିବ । ଆକ୍ରମଣ, ଚୋରି କିମ୍ବା ଅସାମାଜିକ ଆଚରଣ ଭଳି ଘଟଣା ଘଟିପାରେ ବୋଲି ପୁଲିସକୁ ସୂଚନା ଦେବ ଏହି ସିଷ୍ଟମ । ଏହା ସାହାଯ୍ୟରେ ପୁଲିସ ପୂର୍ବରୁ ସତର୍କ ହୋଇ ବିପଦପୂର୍ଣ୍ଣ ପରିସ୍ଥିତିର ମୁକାବିଲା କରିପାରିବ । ଏହି ସିଷ୍ଟମଟି ୟୁକେ ସରକାରଙ୍କ 'ସେଫର୍ ଷ୍ଟ୍ରିଟ୍ସ ମିଶନ'ର ଏକ ଅଂଶ । ଏହା ଦ୍ବାରା ସହରଗୁଡ଼ିକରେ ଅପରାଧ ହ୍ରାସ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । 

ଏହି ପ୍ରୋଟୋଟାଇପ୍ ମଡେଲ୍ ପାଇଁ ସରକାର ପ୍ରାଥମିକ ପର୍ଯ୍ୟାୟରେ ୪୦ ଲକ୍ଷ ପାଉଣ୍ଡ ଅର୍ଥାତ୍ ପ୍ରାୟ ୪୩ କୋଟି ଟଙ୍କା ବିନିଯୋଗ କରିବେ । ଏହାର ସମ୍ପୂର୍ଣ୍ଣ ସିଷ୍ଟମ ୨୦୩୦ ସୁଦ୍ଧା ପ୍ରସ୍ତୁତ ହେବ। ଏହି ଏଆଇ ସିଷ୍ଟମ ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ମଧ୍ୟରେ ସେୟାର ହୋଇଥିବା ତଥ୍ୟ ବିଶ୍ଳେଷଣ କରିବ। ଏହା ପୁରୁଣା ଘଟଣାର ସ୍ଥାନ ଏବଂ ଅପରାଧୀଙ୍କ ଆଚରଣଗତ ଢାଞ୍ଚାକୁ ଦେଖି ଭବିଷ୍ୟତରେ ଅପରାଧ କେଉଁଠାରେ ଘଟିବାର ସମ୍ଭାବନା ଅଛି ତାହା ପୂର୍ବାନୁମାନ କରିବ । ଅପରାଧକୁ ରୋକିବା ପାଇଁ AIର ଭୂମିକା ଏକ ଚଳଚ୍ଚିତ୍ର କାହାଣୀ ପରି ଲାଗିପାରେ, କିନ୍ତୁ ବିଶ୍ୱର କିଛି ସ୍ଥାନରେ ଏହାର ସଫଳର ପରୀକ୍ଷଣ ହୋଇଥିବା କୁହାଯାଉଛି । 

ଆମେରିକାର ଲସ୍ ଆଞ୍ଜେଲସ୍ ଏବଂ ଚିକାଗୋରେ ବ୍ୟବହୃତ ଏପରି ସିଷ୍ଟମଗୁଡ଼ିକୁ ଜାତିଗତ ଭେଦଭାବର ଅଭିଯୋଗ ପରେ ବନ୍ଦ କରିଦିଆଯାଇଥିଲା । କାରଣ ସେଗୁଡ଼ିକ ସଫଳ ହୋଇନଥିଲା। ନେଦରଲାଣ୍ଡରେ, କ୍ରାଇମ୍ ଆଣ୍ଟିସିପେସନ୍ ସିଷ୍ଟମ୍ (CAS) ନାମକ ଏକ ପ୍ରକଳ୍ପ ଚୋରି ଘଟଣା ହ୍ରାସ କରିବାରେ କିଛି ସଫଳତା ହାସଲ କରିଛି । ଡେନମାର୍କ ପୁଲିସ ମଧ୍ୟ ଠକେଇ ତଦନ୍ତ ପାଇଁ AI ବ୍ୟବହାର କରିଥିଲା ଏବଂ ଭଲ ଫଳାଫଳ ପାଇଥିଲା। ଏସବୁ ପରୀକ୍ଷଣ ବ୍ରିଟେନକୁ ନୂଆ ଆଶା ଦେଇଛି । ଦେଶ ନୂତନ ବ୍ୟବସ୍ଥା ଅପରାଧ ରୋକିବାରେ ମଧ୍ୟ ସାହାଯ୍ୟ କରିବ ବୋଲି ସରକାର ବିଶ୍ବାସ କରୁଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.