ପ୍ରମୂଖ ଖବର
  • ସମ୍ବଲପୁର : ନୂଆଁଖାଇ ପାଇଁ ଲଗ୍ନ ନିର୍ଘଣ୍ଟ, ୨୮ରେ ଲାଗି ହେବ ନବାନ୍ନ
  • ||
  • ରବିବାର ଭାରତରେ ପହଞ୍ଚିବେ ମହକାଶଚାରୀ ଶୁଭାଂଶୁ ଶୁକ୍ଳା
  • ||
  • ଅଗଷ୍ଟ ୧୮ରେ ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି
  • ||
  • ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ , ପାସ୍‌ ହାର ୫୬.୨୩ ପ୍ରତିଶତ
  • ||
  • ବୌଦ୍ଧ ଗସ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଟକର ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ପରଲୋକ
  • ||
  • ନୂଆପଡ଼: ରାସ୍ତାରୁ ଗୋରୁଙ୍କୁ ଘଉଡ଼ାଇବା ବେଳେ ପିଟିଲା ପିକ୍ଅପ୍‌ ଭ୍ୟାନ୍; ଜଣେ ମୃତ, ଜଣେ ଗୁରୁତର
  • ||
  • ଦୟୀନଦୀରେ ନାବାଳକ ବୁଡ଼ିଯିବା ଘଟଣା, ୬ କିମି ଦୂରରୁ ଛାତ୍ରଙ୍କ ମୃତଦେହ ଠାବ
  • ||
  • କାଲିମେଳା : ଲଗାଣ ବର୍ଷାରେ ବୁଡ଼ିଲା ଏମ୍‌ଭି ୯୬ ପୋଲ, ଯାତାୟାତ ଠପ୍
  • ||
  • ଢେଙ୍କାନାଳ : ସୁଇମିଂ ପୁଲ୍‌ରୁ ଉତ୍ତରାଖଣ୍ଡ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍ : ଧରାପଡ଼ିଲେ ସ୍କର୍ପିଓ ଡ୍ରାଇଭର ଓ ସହଯୋଗୀ, ଥାର୍ ମାଲିକଙ୍କ ମିଳୁନି ପତ୍ତା
  • ||
  • ବାଲିପାଟଣାରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା: ବାପା ଏବଂ ସାବତ ଭାଇ ଗିରଫ, ପୁଲିସର ଖୋଳତାଡ଼
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||
  • ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ୩ ଘଣ୍ଟା ଧରି ଆଲୋଚନା,ବାହାରିଲାନି ନିଷ୍କର୍ସ, ବନ୍ଦ ହେବନି ଋଷ-ୟୁକେନ୍ ଯୁଦ୍ଧ
  • ||

'ଯଦି ୨୦୨୨ରେ ଟ୍ରମ୍ପ ରାଷ୍ଟ୍ରପତି ହୋଇଥାନ୍ତେ...୩ ଘଣ୍ଟା ବୈଠକରେ 'ଋଷ- ୟୁକ୍ରେନ୍ ଯୁଦ୍ଧକୁ ନେଇ ପୁଟିନ୍‌ଙ୍କ ବଡ଼ ବୟାନ

Published By : Ankita S | August 16, 2025 8:44 AM

ନୂଆଦିଲ୍ଲୀ,୧୬/୦୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ସ୍ଥାନ ଆଲାସ୍କାର ଆଙ୍କୋରେଜ । ଦୁଇ ୱାର୍ଲ୍ଡ ଲିଡରଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ଉପରେ ସାରା ବିଶ୍ୱର ନଜର ଥିଲା । ଦୀର୍ଘ ଦିନ ଧରି ଚାଲୁଥିଲା ୟୁକ୍ରେନ୍ -ଋଷ ଯୁଦ୍ଧ ବିରାମ ନେଇ ବୈଠକରେ କିଛି ନିଷ୍କର୍ସ ବାହାରିବା ନେଇ ଆକଳନ କରାଯାଉଥାଏ । ୨ ଘଣ୍ଟା ୪୫ ମିନିଟ୍‌ ରୁଦ୍ଧ ଦ୍ୱାର ବୈଠକ । ୯ ମିନିଟ୍‌ର ପ୍ରେସ୍‌ମିଟ୍ । ୧୭ ଡିଗ୍ରୀ ସେଲସିୟସ ତାମମାତ୍ରା ସତ୍ତ୍ୱେ ଦୁଇ ଶକ୍ତ ନେତାଙ୍କ ବୈଠକ ନେଇ ପାଣିପାଗ ଉଷ୍ମ ଥାଏ । ବିମାନବନ୍ଦରରେ ପହଞ୍ଚିବା ପରେ ପୁଟିନଙ୍କୁ ଲାଲ କାର୍ପେଟରେ ସ୍ୱାଗତ କରିଥିଲେ ଟ୍ରମ୍ପ । ୟୁକ୍ରେନ ଯୁଦ୍ଧର କ'ଣ ହେବ ସେ ବିଷୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ ଐତିହାସିକ ବୈଠକ ଆରମ୍ଭ କରିଥିଲେ । ସମସ୍ତେ ଜାଣିବାକୁ ଉତ୍ସାହିତ ଥିଲେ ଯେ, ୨୦୨୨ ଫେବୃଆରୀରେ ଆରମ୍ଭ ହୋଇଥିବା ଯୁଦ୍ଧ ୨୦୨୫ ରେ ଶେଷ ହେବ କି ନାହିଁ ? କିନ୍ତୁ ଏପରି କିଛି ହୋଇନଥିଲା, ବରଂ ଏବେ 'ମସ୍କୋ ସମ୍ମିଳନୀ' ବିଷୟରେ ଆଲୋଚନା ଆରମ୍ଭ ହୋଇଛି । ଯଦି ୨୦୨୨ରେ ଟ୍ରମ୍ପ ରାଷ୍ଟ୍ରପତି ହୋଇଥାନ୍ତେ ୟୁକ୍ରେନ୍ ସହ ଯୁଦ୍ଧ ହୋଇନଥାନ୍ତା ବୋଲି କହିଛନ୍ତି ପୁଟିନ୍‌ । ଟ୍ରମ୍ପ-ପୁଟିନ୍‌ଙ୍କ ମିଟିଂ ସକରାତ୍ମକ ସତ୍ତ୍ୱେ କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ । ତେବେ ବୈଠକରେ କ'ଣ କ'ଣ ଆଲୋଚନା ହେଲା କିଏ କଣ କହିଲେ ନଜର ପକାନ୍ତୁ ଏହି ରିପୋର୍ଟରେ ।

ଟ୍ରମ୍ପ-ପୁଟିନ୍ ମହାବୈଠକ- ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଭେଟଘାଟ ପରେ ବି ଯୁଦ୍ଧରେ ଲାଗିଲାନି ବ୍ରେକ୍ । ହାତ ମିଳାଇଲେ ପୁଟିନ୍ ହସି ହସି ସ୍ୱାଗତ କଲେ ଟ୍ରମ୍ପ । ଆମେରିକାର ଆଲାସ୍କାରେ ପ୍ରାୟ ୩ ଘଣ୍ଟା ଧରି ଚାଲିଲା ଟ୍ରମ୍ପ-ପୁଟିନ୍ ବୈଠକ । ହେଲେ ୟୁକ୍ରେନ୍ ଯୁଦ୍ଧରେ ବିରାମ ଲାଗି ସହମତି ହୋଇପାରିଲା ନାହିଁ । ଲମ୍ବା ମିଟିଂ ହେଲେ କୌଣସି ଫଳ ବାହାରିପାରିଲା ନାହିଁ ।

କଣ କହିଲେ ଡୋନାଲ୍ଡ ଟ୍ରମ୍ପ ? ଆଲାସ୍କାରେ ପୁଟିନ୍‌ଙ୍କ ସହ ବୈଠକକୁ ନେଇ ଆମୋରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ମିଟିଂ ଖୁବ୍‌ ସକାରାତ୍ମକ ହୋଇଛି । ଫଳପ୍ରଦ ଆଲୋଚନା ହୋଇଛି । ନିଷ୍କର୍ସରେ ପହଞ୍ଚିପାରିନାହୁଁ, କିନ୍ତୁ ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି । ଶାନ୍ତିର ବାଟ ଖୋଲିବ । ବିଭିନ୍ନ କଥା ଉପରେ ସହମତି ହୋଇଛି । ଅଳ୍ପ କିଛି ବାକି ରହିଛି । ନିଷ୍କର୍ସରେ ନପହଞ୍ଚିବା ପର୍ଯ୍ୟନ୍ତ କୌଣସି ଡିଲ୍ ହେବ ନାହିଁ । ବୈଠକରେ କେବଳ ୟୁକ୍ରେନ୍ ଯୁଦ୍ଧ ନୁହେଁ ଅନ୍ୟ ମୁଦ୍ଦା ଉପରେ ବି ଆଲୋଚନା ହୋଇଛି । ସୁରକ୍ଷା, ଶାନ୍ତି ବାର୍ତ୍ତା, ଆମେରିକାର ହିତ ବାବଦରେ ଚର୍ଚ୍ଚା ହୋଇଛି ।

ଏହା ବି ପଢନ୍ତୁ...ଟ୍ରମ୍ପ-ପୁଟିନଙ୍କ ବୈଠକ : ୟୁକ୍ରେନ୍ ଯୁଦ୍ଧ ବିରାମ ନେଇ ବାହାରିଲାନି ନିଷ୍କର୍ସ, ଭାରତ ପାଇଁ ବଢିବ କି ଅଡ଼ୁଆ ?

କଣ କହିଲେ ଭ୍ଲାଦିମିର ପୁଟିନ୍‌ ?ଟ୍ରମ୍ପଙ୍କ ସହ ବୈଠକକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି, ବୈଠକ ସକାରାତ୍ମକ ହୋଇଛି । ଯଦି ୨୦୨୨ରେ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହୋଇଥାନ୍ତେ ତେବେ ୟୁକ୍ରେନ୍‌ ସହ ଯୁଦ୍ଧା ହୋଇନଥାନ୍ତା । ମସ୍କୋରେ ପରବର୍ତ୍ତୀ ବୈଠକ ନେଇ ଟ୍ରମ୍ପଙ୍କୁ ଆମନ୍ତ୍ରଣ କରିଛନ୍ତି ପୁଟିନ୍ । ୟୁଏସ୍‌ରେ ନୂଆ ପ୍ରଶାସନର ଆଗମନ ସହିତ, ଋଷ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ୨୦ପ୍ରତିଶତ ବୃଦ୍ଧି ପାଇଛି । ଟ୍ରମ୍ପଙ୍କ ସହ ଆଲୋଚନା ୟୁକ୍ରେନ୍ ବିବାଦ ଶେଷ କରିବା ଦିଗରେ ଏକ ଆରମ୍ଭ । ଯୁଦ୍ଧ ଶେଷ କରିବାକୁ ଋଷ ପ୍ରକୃତରେ ଆଗ୍ରହୀ ଅଛି । ନିଷ୍କର୍ସରେ ପହଞ୍ଚିବା ପୂର୍ବରୁ ଏହାର ମୂଳ କାରଣ ଦୂର କରାଯିବା ଉଚିତ୍‌ । ଆଙ୍କରେଜ୍ ଶିଖର ସମ୍ମିଳନୀ ପରେ, ପୁଟିନ ଏବଂ ଟ୍ରମ୍ପ ହାତ ମିଳାଇ ସେମାନଙ୍କର ସାମ୍ବାଦିକ ସମ୍ମିଳନୀ ଶେଷ କରିଥିଲେ।


ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଏହି ବୈଠକରେ ସାମିଲ ନଥିଲା । ସେ ଭିଡିଓ ବାର୍ତ୍ତାରେ କହିଛନ୍ତି, ସମସ୍ତେ ସଚ୍ଚୋଟତାର ସହ ଯୁଦ୍ଧର ଅନ୍ତ ଚାହାନ୍ତି । ୟୁକ୍ରେନ୍ ଏ ନେଇ ପ୍ରସ୍ତୁତ ରହିଛି, ହେଲେ ଯୁଦ୍ଧ ଏଥିପାଇଁ ବଢୁଛି କାରଣ ମସ୍କୋରୁ କୌଣସି ସଂକେତ ମିଳୁନାହିଁ କି ସେ ଏହା ଶେଷ କରିବାକୁ ଚାହୁଁଛନ୍ତି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.