କଟକ ୧୬/୦୮: ସ୍ପେସାଲ୍ ଓଟିଇଟି ପରୀକ୍ଷାକୁ ଦ୍ବନ୍ଦ୍ବ ଦୂର କଲେନି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ଅଗଷ୍ଟ ୩୧ ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବ କି ନାହିଁ ସ୍ପଷ୍ଟ ହୋଇନାହିଁ। ଯଦି ୩୧ ତାରିଖରେ ପରୀକ୍ଷା ନ ହେବ ତେବେ ଅତି ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛି।
ସୂଚନା ଅନୁଯାୟୀ, ଅଗଷ୍ଟ ୩୧ ତାରିଖ ସ୍ପେସାଲ୍ ଓଟିଇଟିର ସାନି ପରୀକ୍ଷା କରିବାକୁ ନେଇ ବୋର୍ଡ ପକ୍ଷରୁ ଗତ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଏବେ ୩୧ ତାରିଖରେ ପରୀକ୍ଷା କରାଇବାକୁ ନେଇ ଦ୍ବନ୍ଦ୍ବ ରହିଛି। ବର୍ତ୍ତମାନ ଓଟିଇଟି ପରୀକ୍ଷାକୁ ସଠିକ ଭାବେ ପରିଚାଳନା ପାଇଁ କମିଟି ତର୍ଜମା ଚଳାଇଛନ୍ତି। ପ୍ରଶ୍ନପତ୍ର ପ୍ରସ୍ତୁତ କରିବା, ଓଟିଇଟି ପ୍ରଶ୍ନପତ୍ରକୁ ଛାପିବା, ପୁଣି ପରୀକ୍ଷା କେନ୍ଦ୍ର ପ୍ରଶ୍ନପତ୍ର ପଠାଇବାକୁ ନେଇ ବହୁ ପ୍ରକ୍ରିୟା ରହିଛି। ଏହାକୁ କିପରି ଠିକ୍ ରୂପରେ ପରିଚାଳନା କରିଯିବା ତାହାକୁ ନେଇ ଆଲୋଚନା ଚାଲିଛି। କମିଟି ସୁପାରିସ ଅନୁଯାଇ ଖୁବ୍ଶୀଘ୍ର ନିଷ୍ପତ୍ତି ନିଆଯିବ। ଏହା ପରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ବୋର୍ଡ ସଭାପତି କହିଛନ୍ତି।