ବାଲିପାଟଣା ୧୬/୦୮: ବାଲିପାଟଣାରେ ଯୁବକ ପୋଡ଼ି ଘଟଣା। ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଯୁବକ ଜ୍ୟୋତି ମାଠିଆ। ମୃତ୍ୟୁ ପୂର୍ବରୁ ପୁଲିସ ଜ୍ୟୋତିଙ୍କ ବୟାନ ରେକର୍ଡ କରିଥିଲା। ଦୀର୍ଘ ଦିନର ପାରିବାରିକ କଳହ ଓ ସମ୍ପତ୍ତି ପାଇଁ ବାପା-ସାନ ଭାଇ ପେଟ୍ରୋଲ ଢ଼ାଳି ଜଳାଇ ଦେଇଥିବା ସେ କହିଥିଲେ। ଜ୍ୟୋତିଙ୍କ ବୟାନ ଆଧାରରେ ସାବତ ଭାଇ ପ୍ରଶାନ୍ତ ମାଠିଆ ଏବଂ ବାପା ସୁରେନ୍ଦ୍ର ମାଠିଆଙ୍କୁ ବାଲିପାଟଣା ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି ପୁଲିସ।
ସୂଚନା ଅନୁଯାଇ, ଦୀର୍ଘ ଦିନର ପାରିବାରିକ କଳହ ଏବଂ ସମ୍ପତ୍ତି ପାଇଁ ଗତକାଲି ବାଲିପାଟଣା ଥାନା ଅଞ୍ଚଳରେ ଜ୍ୟୋତି ମାଠିଆଙ୍କୁ ତାଙ୍କ ସାବତ ଭାଇ ପ୍ରଶାନ୍ତ ମାଠିଆ ଏବଂ ବାପା ସୁରେନ୍ଦ୍ର ମାଠିଆ ପେଟ୍ରୋଲ ଢ଼ାଳି ଜାଳି ଦେଇଥିଲେ। ଜ୍ୟୋତିଙ୍କ ଶରୀରର ୮୦ରୁ ୯୦ ଭାଗ ପୋଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବାଲିପାଟଣଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠରେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତରନ୍ତୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍ସ ବର୍ଣ୍ଣ ଓ୍ବାର୍ଡରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଜ୍ୟୋତି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।