ପ୍ରମୂଖ ଖବର
  • ଢେଙ୍କାନାଳ : ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ, ଚାପି ହୋଇ ରହିଥିବା ଡ୍ରାଇଭର ଉଦ୍ଧାର
  • ||
  • ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ; ତଦନ୍ତ ରିପୋର୍ଟ ଦେବାକୁ ୨ ରେଞ୍ଜ ଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
  • ||
  • ଚାଷୀ ପଞ୍ଜୀକରଣ ହେଲା ସରଳ; ବଂଶାନୁକ୍ରମିକ ପ୍ରମାଣପତ୍ର ବଦଳରେ ସେଲ୍ଫ ଡିକ୍ଲାରେସନରେ ରେଜିଷ୍ଟ୍ରେସନ
  • ||
  • ସୁନ୍ଦରଗଡ଼ : ଜୁଆ ଆଡ୍ଡାରେ ରେଡ୍‌; ୧୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ
  • ||
  • ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ
  • ||
  • ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୪ ଜଣ ଗିରଫ
  • ||
  • ଶେରଗଡ ;ଦୁଇ ବସ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
  • ||
  • ଚମାଖଣ୍ଡି ଅଞ୍ଚଳର ଏକ ଗାଈ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ମାଓ ଲିଙ୍କ୍‌ ନେଇ ସନ୍ଦେହ
  • ||
  • କିସ୍ତୱାଡ଼ ପରେ କଠୁଆରେ ବାଦଳଫଟା ବର୍ଷା,୪ ମୃତ, ରେସ୍କ୍ୟୁ ଜାରି
  • ||
  • ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩ଶହ ପାର୍, ରେସ୍କ୍ୟୁ ହେଲିକପ୍ଟର କ୍ରାସରେ ୫ ମୃତ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ, ଆଜି ଚୂଡାନ୍ତ ହେବ NDA ପ୍ରାର୍ଥୀଙ୍କ ନାମ, ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ
  • ||
  • ଭାରତ ଫେରିଲେ ସୁନାପୁଅ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା,ଦିଲ୍ଲୀରେ ଭବ୍ୟ ସ୍ୱାଗତ
  • ||
  • ୧୮ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା; ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ
  • ||

ଚାଷୀ ପଞ୍ଜୀକରଣ ହେଲା ସରଳ; ବଂଶାନୁକ୍ରମିକ ପ୍ରମାଣପତ୍ର ବଦଳରେ ସେଲ୍ଫ ଡିକ୍ଲାରେସନରେ ରେଜିଷ୍ଟ୍ରେସନ

Published By : Manoj | August 17, 2025 11:10 AM

ଭୁବନେଶ୍ବର ୧୭/୦୮: ଚାଷୀ ପଞ୍ଜୀକରଣ ହେଲା ସହଜ । ଖରିଫ ଋତୁ ଚାଷୀ ପଞ୍ଜୀକରଣକୁ ସରଳୀକରଣ କରିଛନ୍ତି ରାଜ୍ୟ ସରକାର । ଏଣିକି ଆଉ ଦେବାକୁ ପଡ଼ିବ ନାହିଁ ବଂଶାନୁକ୍ରମିକ ପ୍ରମାଣପତ୍ର ବା ଲିଗାଲ୍ ହେୟାର ସାର୍ଟିଫିକେଟ୍ । ରାଜସ୍ବ ନିରୀକ୍ଷକଙ୍କ ଠାରୁ ରିପୋର୍ଟ ଆଣିବାକୁ ପଡ଼ିବ ନାହିଁ । ନିଜସ୍ବ ଘୋଷଣାପତ୍ରରେ ବା (ସେଲ୍ଫ ଜିକ୍ଲାରେସନ୍ ଫର୍ମ)ରେ ଚାଷୀ ମାନେ ପଞ୍ଜୀକରଣ କରିବେ । ଜଣେ ବି ଯୋଗ୍ୟ ଚାଷୀ ଏମ୍‌ଏସ୍‌ପିରୁ ବଞ୍ଚିତ ହେବେନାହିଁ । ଏନେଇ ଖାଦ୍ୟଯୋଗଣ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଳାପାଳମାନଙ୍କୁ ଚିଠି ଯୋଗ ଅବଗତ କରାଯାଇଛି।

ଚଳିତ ବର୍ଷ ଜମିର ଉତ୍ତରାଧିକାରୀ ଭାବେ ବଂଶାନୁକ୍ରମ  ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଥିଲା । ଯେଉଁ ପ୍ଲଟ୍‌ ବାପା,  ଜେଜେବାପାଙ୍କ ନାମରେ ରହିଛି, ତାହାର ଉତ୍ତରାଧିକାରୀ  କେଉଁମାନେ ରହିଛନ୍ତି ତାହାର ବଂଶାନୁକ୍ରମ ପ୍ରମାଣପତ୍ର  ପ୍ରଥମେ ଆର୍‌ଆଇଙ୍କ  ଠାରୁ ରିପୋର୍ଟ ଆଣିବାକୁ ପଡ଼ୁଥିଲା ଏହା ସହିତ ଲିଗ୍‌ ହେୟାରରେ ଥିବା  ସମସ୍ତ ସଦସ୍ୟଙ୍କ ଅନୁମତିପତ୍ର ବି ଦରକାର ପଡ଼ୁଥିଲା ଯାହାଫଳରେ ଭାଇ  ଭାଇ ବିବାଦ ଓ ଭଉଣୀଙ୍କ ଅନୁମତି ପାଇଁ ଚାଷୀ ନାକେଦମ ହେଉଥିଲେ।  ଭାଇ ବାହାରେ ରହୁଥିଲେ ହ୍ୱାଟ୍‌ସଆପରେ ଫର୍ମ  ପଠାଇବାକୁ ପଡୁଥିଲା । ମାତ୍ର ଏହାକୁ ସରଳ କରିଛନ୍ତି ରାଜ୍ୟ ସରକାର। ବଂଶାନୁକ୍ରମିକ ପ୍ରମାଣପତ୍ର ନଥିଲେ ସେଲ୍ପ ଡିକ୍ଳାରେସନ୍ ମାଧ୍ୟମରେ ଚାଷୀମାନେ ଜମି ପଞ୍ଜୀକରଣ କରିପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.