ପ୍ରମୂଖ ଖବର
  • ଢେଙ୍କାନାଳ : ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ, ଚାପି ହୋଇ ରହିଥିବା ଡ୍ରାଇଭର ଉଦ୍ଧାର
  • ||
  • ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ; ତଦନ୍ତ ରିପୋର୍ଟ ଦେବାକୁ ୨ ରେଞ୍ଜ ଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
  • ||
  • ଚାଷୀ ପଞ୍ଜୀକରଣ ହେଲା ସରଳ; ବଂଶାନୁକ୍ରମିକ ପ୍ରମାଣପତ୍ର ବଦଳରେ ସେଲ୍ଫ ଡିକ୍ଲାରେସନରେ ରେଜିଷ୍ଟ୍ରେସନ
  • ||
  • ସୁନ୍ଦରଗଡ଼ : ଜୁଆ ଆଡ୍ଡାରେ ରେଡ୍‌; ୧୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ
  • ||
  • ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ
  • ||
  • ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୪ ଜଣ ଗିରଫ
  • ||
  • ଶେରଗଡ ;ଦୁଇ ବସ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
  • ||
  • ଚମାଖଣ୍ଡି ଅଞ୍ଚଳର ଏକ ଗାଈ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ମାଓ ଲିଙ୍କ୍‌ ନେଇ ସନ୍ଦେହ
  • ||
  • କିସ୍ତୱାଡ଼ ପରେ କଠୁଆରେ ବାଦଳଫଟା ବର୍ଷା,୪ ମୃତ, ରେସ୍କ୍ୟୁ ଜାରି
  • ||
  • ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩ଶହ ପାର୍, ରେସ୍କ୍ୟୁ ହେଲିକପ୍ଟର କ୍ରାସରେ ୫ ମୃତ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ, ଆଜି ଚୂଡାନ୍ତ ହେବ NDA ପ୍ରାର୍ଥୀଙ୍କ ନାମ, ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ
  • ||
  • ଭାରତ ଫେରିଲେ ସୁନାପୁଅ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା,ଦିଲ୍ଲୀରେ ଭବ୍ୟ ସ୍ୱାଗତ
  • ||
  • ୧୮ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା; ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ
  • ||

୧୬୫୨ କ୍ୱିଣ୍ଟାଲ ଚାଉଳ ନିଲାମ କରିବ ପ୍ରଶାସନ, ସାଲସାର ଆଗ୍ରୋ ପ୍ରଡକ୍ଟ ରାଇସ ମିଲ୍‌ରୁ ହୋଇଥିଲା ଜବତ

Published By : Harapriya Sethi | August 17, 2025 2:20 PM

ଜଗତସିଂହପୁର,୧୭/୦୮: କିଛି ମାସ ତଳେ ବାଲିକୁଦାର ସାଲସାର ଆଗ୍ରୋ ପ୍ରଡକ୍ଟ ରାଇସ ମିଲ୍‌ରୁ ଜବତ ୧୬୫୨ କ୍ୱିଣ୍ଟାଲ ଚାଉଳ ନିଲାମ କରିବ ପ୍ରଶାସନ । ନିଲାମ ନିମନ୍ତେ ଆସନ୍ତାକାଲିର ସମୟ ଧାର୍ଯ୍ୟ ହୋଇଛି । ଜଗତସିଂହପୁର ଏଡିଏମ(ସାଧାରଣ)ଙ୍କ ଅଫିସରେ ଏହି ଚାଉଳ ନିଲାମ ହେବ । ଏନେଇ କିଛି ଦିନ ତଳୁ ପ୍ରଶାସନ ନୋଟିସ୍‌ ଜାରି କରିଥିଲେ । ନିଲାମ ପ୍ରକ୍ରିୟାରେ ପ୍ରଶାସନ ପକ୍ଷରୁ ଚାଉଳର ମୂଲ୍ୟ କ୍ୱିଣ୍ଟାଲ ପିଛା ୪,୨୩୮ ଟଙ୍କା ଧାର୍ଯ୍ୟ କରାଯାଇଛି । 

ସୂଚନା ଥାଉକି, ଚଳିତ ଧାନ ସଂଗ୍ରହରେ ସାଲସାର ମିଲକୁ ସାମିଲ କରାଯାଇଥିଲା । କିନ୍ତୁ ଉକ୍ତ ରାଇସ ମିଲ ମଣ୍ଡି ପରିବର୍ତ୍ତେ ସିଧା ସଳଖ ଚାଷୀଙ୍କ ଠାରୁ ଧାନ କିଣିଥିବା ଅଭିଯୋଗ ହୋଇଥିଲା । ଯାହା ପରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ କିଛି ଅନିୟମିତତା ହୋଇଥିବା ସନ୍ଦେହରେ ବାଲିକୁଦା ଥାନାରେ ଏତଲା ଦେଇଥିଲେ । ବର୍ତ୍ତମାନ ଉକ୍ତ ମିଲ୍‌ରୁ ଜବତ ଚାଉଳକୁ ପ୍ରଶାସନ ନିଲାମ କରିବାକୁ ଯାଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.