ପ୍ରମୂଖ ଖବର
  • ଢେଙ୍କାନାଳ : ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ, ଚାପି ହୋଇ ରହିଥିବା ଡ୍ରାଇଭର ଉଦ୍ଧାର
  • ||
  • ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ; ତଦନ୍ତ ରିପୋର୍ଟ ଦେବାକୁ ୨ ରେଞ୍ଜ ଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
  • ||
  • ଚାଷୀ ପଞ୍ଜୀକରଣ ହେଲା ସରଳ; ବଂଶାନୁକ୍ରମିକ ପ୍ରମାଣପତ୍ର ବଦଳରେ ସେଲ୍ଫ ଡିକ୍ଲାରେସନରେ ରେଜିଷ୍ଟ୍ରେସନ
  • ||
  • ସୁନ୍ଦରଗଡ଼ : ଜୁଆ ଆଡ୍ଡାରେ ରେଡ୍‌; ୧୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ
  • ||
  • ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ
  • ||
  • ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୪ ଜଣ ଗିରଫ
  • ||
  • ଶେରଗଡ ;ଦୁଇ ବସ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
  • ||
  • ଚମାଖଣ୍ଡି ଅଞ୍ଚଳର ଏକ ଗାଈ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ମାଓ ଲିଙ୍କ୍‌ ନେଇ ସନ୍ଦେହ
  • ||
  • କିସ୍ତୱାଡ଼ ପରେ କଠୁଆରେ ବାଦଳଫଟା ବର୍ଷା,୪ ମୃତ, ରେସ୍କ୍ୟୁ ଜାରି
  • ||
  • ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩ଶହ ପାର୍, ରେସ୍କ୍ୟୁ ହେଲିକପ୍ଟର କ୍ରାସରେ ୫ ମୃତ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ, ଆଜି ଚୂଡାନ୍ତ ହେବ NDA ପ୍ରାର୍ଥୀଙ୍କ ନାମ, ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ
  • ||
  • ଭାରତ ଫେରିଲେ ସୁନାପୁଅ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା,ଦିଲ୍ଲୀରେ ଭବ୍ୟ ସ୍ୱାଗତ
  • ||
  • ୧୮ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା; ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ
  • ||

ଭୋଟର ଅଧିକାର ଯାତ୍ରାଲେ ବର୍ଷିଲେ ରାହୁଲ, କହିଲେ ଅରବପତିଙ୍କ ସହ ସରକାର ଚଳାଉଛି ଏନ୍‌ଡିଏ, ଆମେ SIR ସତ ସାମ୍ନାକୁ ଆଣିବୁ...

Published By : Ankita S | August 17, 2025 2:56 PM

ପାଟନା,୧୭/୦୮: ଆଜିଠୁ ୧୬ ଦିନିଆ ଭୋଟର ଅଧିକାର ଯାତ୍ରା ଆରମ୍ଭ ହୋଇଛି । ବିହାରର ସାସାରାମରୁ ଏହି ଯାତ୍ରା ଆରମ୍ଭ ହୋଇ ୧୩ ହଜାର କିମି ଅତିକ୍ରମ କରିବା ପରେ ସେପ୍ଟେମ୍ବର ୧ରେ ପାଟନାରେ ଶେଷ ହେବ । ଏହି ଯାତ୍ରାରେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଆରଜେଡ଼ି ନେତା ତେଜସ୍ୱୀ ଯାଦବ ଓ ଇଣ୍ଡି ମେଣ୍ଟର ବହୁ ନେତା ସାମିଲ ହୋଇଛନ୍ତି । ସାସାରାମର ସଭାକୁ ସମ୍ବୋଧନ କରି ନିର୍ବାଚନ କମିଶନ ଶାସକ ଦଳ ଉପରେ ବର୍ଷିଛନ୍ତି ।

'ଭୋଟର ଅଧିକାର ଯାତ୍ରା' କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, "ମୁଁ ଆପଣଙ୍କୁ ଏହି ମଞ୍ଚରୁ କହୁଛି ସମଗ୍ର ଦେଶରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଚୋରି ହେଉଛି । ସେମାନଙ୍କର ସଦ୍ୟତମ ଷଡ଼ଯନ୍ତ୍ର ହେଉଛି ବିହାରରେ SIR ପରିଚାଳନା କରିବା ଏବଂ ବିହାର ନିର୍ବାଚନ ମଧ୍ୟ ଚୋରି କରିବା । ଆମେ ସେମାନଙ୍କୁ ଏହି ନିର୍ବାଚନ ଚୋରି କରିବାକୁ ଦେବୁ ନାହିଁ । ନିର୍ବାଚନ କମିଶନ କଣ କରୁଛନ୍ତି ତାହା ଦୁନିଆକୁ ଜଣା । ପୂର୍ବରୁ ଭୋଟ କିପରି ଚୋରି ହେଉଥିଲା ଲୋକ ଜାଣିପାରୁନଥିଲେ । ଏବେ ଏହା ସ୍ପଷ୍ଟ ଯେ କିପରି ଭୋଟ ଚୋରି ହେଉଛି । ଯେଉଁଠି ବି ଏ ଚୋରି ହେଉଛି ଚୋରି ଧରି ଜନତାଙ୍କ ସାମ୍ନାକୁ ଆଣିବୁ । "

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି, ମୁଁ ଜାଣିଛି ପ୍ରଧାନମନ୍ତ୍ରୀ ମୋଦି ପ୍ରକୃତ ଜାତି ଜନଗଣନା କରିବେ ନାହିଁ । କିନ୍ତୁ ଇଣ୍ଡିଆ ବ୍ଲକ ଦେଶରେ ପ୍ରକୃତ ଜାତି ଜନଗଣନା ସୁନିଶ୍ଚିତ କରିବ । ଆମେ ଭୋଟ ଚୋରି ବନ୍ଦ କରିବୁ ଏବଂ SIR ର ସତ୍ୟକୁ ସାମ୍ନାକୁ ଆଣିବୁ । ପ୍ରଧାନମନ୍ତ୍ରୀ ମୋଦି ଓ ଏନ୍‌ଡିଏ ବ୍ଲକ ଆରବପତିଙ୍କ ସହ ମିଶି ସରକାର ଚଳାଉଛି । ତୁମ ଭୋଟ ଦିଅ ତାକୁ ଚୋରି କରି ତୁମ  ଧନକୁ ୫-୬ ଜଣ ଅରବପତିଙ୍କୁ ଦିଆଯାଉଛି । ମହାରାଷ୍ଟ୍ରରେ ନିର୍ବାଚନ କମିଶନ ୧କୋଟି ନୂଆ ଭୋଟର ଜନ୍ମ ଦେଇଛନ୍ତି । "


ସେହିପରି 'ଭୋଟର ଅଧିକାର ଯାତ୍ରା' ସଭାକୁ ସମ୍ବୋଧନ କରି ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି,'' ମୋଦିଙ୍କ ଇସାରରେ ନର୍ବାଚନ କମିଶନ ବେଇମାନ କରୁଛନ୍ତି । ଭାଜପା ଲୋକ ଯେଉଁ କାମ ନିଜେ କରୁନାହାନ୍ତି ନିର୍ବାଚନ କମିଶନଙ୍କ ଦ୍ୱାରା କରାଉଛନ୍ତି । ଜୀବିତ ଲୋକଙ୍କ ନାମ କାଟି ଦିଆଯାଇଛି ସେମାନଙ୍କୁ ମୃତ ବୋଲି ଦର୍ଶାଯାଇଛି । ତୁମମାନଙ୍କ ଭୋଟ ଚୋରି ହେଉନାହିଁ ଡକାୟତି ହେଉଛି । ଇସି ଯେଉଁମାନଙ୍କୁ ମୃତ ଘୋଷଣା କରିଥିଲେ ରାହୁଲ ଗାନ୍ଧୀ ସେମାନଙ୍କୁ ଘରକୁ ଡାକି ଚା ପିଇଥିଲେ । ବିହାର ଲୋକତନ୍ତ୍ରର ଜନନୀ । ଭାଜପା ଲୋକ ପିଏମ୍‌ ମୋଦି ଏବଂ  ଗୃହମନ୍ତ୍ରୀ ଅମିତ୍‌ ଶାହ, ନିର୍ବାଚନ କମିଶନ ଲୋକ କାନ ଖୋଲି ଶୁଣିନିଅ ଲୋକତନ୍ତ୍ର ଜନନୀଠୁ ଲୋକତନ୍ତ୍ରକୁ ରାହୁଲ ଜୀ ଓ ତେଜସ୍ୱୀ ମେଣ୍ଟର ଲୋକ ଖତମ ହେବାକୁ ଦେବେ ନାହିଁ । ତୁମ ଅଧିକାର ନୁହେଁ ତୁମ ଅସ୍ତିତ୍ୱକୁ ଛଡାଇ ନିଆଯାଉଛି ।''

ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି, ''ଚୋରଙ୍କୁ ହଟାଅ, ବିଜେପି ଭଗାଓ ଆଉ ଆମକୁ ଜିତାଅ । ଚୋର ବିଜେପିକୁ କ୍ଷମତାକୁ ଆସିବାକୁ ଦିଅ ନାହିଁ । ରାହୁଲ ଗାନ୍ଧୀ, ତେଜସ୍ୱୀ ଯାଦବ, ମଲ୍ଲିକାର୍ଜୁନ ଖାର୍ଗେ, ଏବଂ ତୁମେ ସମସ୍ତେ ଏକତ୍ର ହୁଅ, ସେମାନଙ୍କୁ ଉପାଡ଼ି ଫିଙ୍ଗି ଦିଅ। ଗଣତନ୍ତ୍ରକୁ ବଞ୍ଚାଅ ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.