ପ୍ରମୂଖ ଖବର
  • ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ
  • ||
  • ନୂଆପଡା : ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବା ବେଳେ ଅଘଟଣ, ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
  • ||
  • ପ୍ରଳୟଙ୍କରୀ ବନ୍ୟାରେ ଅସ୍ତବ୍ୟସ୍ତ ପାକିସ୍ତାନ, ୪୮ ଦିନରେ ଗଲାଣି ୬୫୦ ଜୀବନ
  • ||
  • ଢେଙ୍କାନାଳ : ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ, ଚାପି ହୋଇ ରହିଥିବା ଡ୍ରାଇଭର ଉଦ୍ଧାର
  • ||
  • ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ; ତଦନ୍ତ ରିପୋର୍ଟ ଦେବାକୁ ୨ ରେଞ୍ଜ ଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
  • ||
  • ଚାଷୀ ପଞ୍ଜୀକରଣ ହେଲା ସରଳ; ବଂଶାନୁକ୍ରମିକ ପ୍ରମାଣପତ୍ର ବଦଳରେ ସେଲ୍ଫ ଡିକ୍ଲାରେସନରେ ରେଜିଷ୍ଟ୍ରେସନ
  • ||
  • ସୁନ୍ଦରଗଡ଼ : ଜୁଆ ଆଡ୍ଡାରେ ରେଡ୍‌; ୧୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ
  • ||
  • ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ
  • ||
  • ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୪ ଜଣ ଗିରଫ
  • ||
  • ଶେରଗଡ ;ଦୁଇ ବସ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
  • ||
  • ଚମାଖଣ୍ଡି ଅଞ୍ଚଳର ଏକ ଗାଈ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ମାଓ ଲିଙ୍କ୍‌ ନେଇ ସନ୍ଦେହ
  • ||
  • କିସ୍ତୱାଡ଼ ପରେ କଠୁଆରେ ବାଦଳଫଟା ବର୍ଷା,୪ ମୃତ, ରେସ୍କ୍ୟୁ ଜାରି
  • ||
  • ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩ଶହ ପାର୍, ରେସ୍କ୍ୟୁ ହେଲିକପ୍ଟର କ୍ରାସରେ ୫ ମୃତ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ, ଆଜି ଚୂଡାନ୍ତ ହେବ NDA ପ୍ରାର୍ଥୀଙ୍କ ନାମ, ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ
  • ||
  • ଭାରତ ଫେରିଲେ ସୁନାପୁଅ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା,ଦିଲ୍ଲୀରେ ଭବ୍ୟ ସ୍ୱାଗତ
  • ||
  • ୧୮ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା; ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ
  • ||

ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩ଶହ ପାର୍, ରେସ୍କ୍ୟୁ ହେଲିକପ୍ଟର କ୍ରାସରେ ୫ ମୃତ

Published By : Manoj | August 17, 2025 8:48 AM

ଇସ୍‌ଲାମାବାଦ,୧୭/୦୮: ପାକିସ୍ତାନ୍‌ରେ ପ୍ରକୃତିର ତାଣ୍ଡବ। ଦୁଇଦିନ ପ୍ରବଳ ବର୍ଷା ଏବଂ ବନ୍ୟା ବିତ୍ପାତ  ବିପର୍ଯ୍ୟୟ ଘଟାଇଛି । ୪୮ ଘଣ୍ଟା ମଧ୍ୟରେ ୩୪୪ ପ୍ରାଣ  ହରାଇଛନ୍ତି । ଅନେକ ନିଖୋଜ ହୋଇଛନ୍ତି । ଖାଇବର  ପଖ୍‌ତୁନ୍‌ଖ୍ୱା ପ୍ରଦେଶରେ ସର୍ବାଧିକ କ୍ଷୟକ୍ଷତି  ହୋଇଛି । ଏଠାରେ ବିଭିନ୍ନ ନଦୀରେ ଭୟଙ୍କର ବନ୍ୟା  ଆସିବାରୁ ଲୋକଙ୍କ ଘରଦ୍ୱାର ଭାସିଯାଇଛି । କେବଳ  ଏହି ପ୍ରଦେଶରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ  ହାନି ଘଟିଛି । ପାକିସ୍ତାନରେ ବର୍ଷା ବିତ୍ପାତ ଆସନ୍ତା  ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହିବା ନେଇ ପାଣିପାଗ  ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଫଳରେ  ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି । 

ପ୍ରବଳ ବର୍ଷା ଯୋଗୁ ଶୁକ୍ରବାର ପାକିସ୍ତାନର ବିଭିନ୍ନ  ଜିଲ୍ଲାରେ ଅଚାନକ ବନ୍ୟା ଆସିଥିଲା । ଏଥିରେ ୨୦୦ରୁ  ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ଅଧିକାରୀଙ୍କ  ମୁତାବକ, ୯ଟି ଜିଲ୍ଲାରେ ପ୍ରାୟ ୨ ହଜାର ଉଦ୍ଧାର  କର୍ମୀ ରେସ୍କ୍ୟୁ ଅପରେସନରେ ମୁତୟନ ହୋଇଛନ୍ତି ।  କିନ୍ତୁ ଏବେ ବି ଅନେକ ପ୍ରଭାବିତ ଅଞ୍ଚଳ ଅପହଞ୍ଚ  ରହିଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ଓ ବାଦଲ  ଫାଟିବା ଯୋଗୁ ଭୂସ୍ଖଳନ ଘଟିଛି । ଅନେକ ସଡ଼କ ବନ୍ୟା ଯୋଗୁ ନଷ୍ଟ ହୋଇଯାଇଛି । ଫଳରେ ପ୍ରଭାବିତ  ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚାଇବା ମୁସ୍କିଲ ହୋଇପଡ଼ିଛି । ଏମିତି କି ଆମ୍ବୁଲାନ୍ସ ସେବା ବି ପହଞ୍ଚି  ପାରୁନାହିଁ । ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଥିବା  ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପାଇଲଟ୍‌ଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.