ପ୍ରମୂଖ ଖବର
  • ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ
  • ||
  • ନୂଆପଡା : ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବା ବେଳେ ଅଘଟଣ, ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
  • ||
  • ପ୍ରଳୟଙ୍କରୀ ବନ୍ୟାରେ ଅସ୍ତବ୍ୟସ୍ତ ପାକିସ୍ତାନ, ୪୮ ଦିନରେ ଗଲାଣି ୬୫୦ ଜୀବନ
  • ||
  • ଢେଙ୍କାନାଳ : ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ, ଚାପି ହୋଇ ରହିଥିବା ଡ୍ରାଇଭର ଉଦ୍ଧାର
  • ||
  • ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ; ତଦନ୍ତ ରିପୋର୍ଟ ଦେବାକୁ ୨ ରେଞ୍ଜ ଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
  • ||
  • ଚାଷୀ ପଞ୍ଜୀକରଣ ହେଲା ସରଳ; ବଂଶାନୁକ୍ରମିକ ପ୍ରମାଣପତ୍ର ବଦଳରେ ସେଲ୍ଫ ଡିକ୍ଲାରେସନରେ ରେଜିଷ୍ଟ୍ରେସନ
  • ||
  • ସୁନ୍ଦରଗଡ଼ : ଜୁଆ ଆଡ୍ଡାରେ ରେଡ୍‌; ୧୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ
  • ||
  • ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ
  • ||
  • ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୪ ଜଣ ଗିରଫ
  • ||
  • ଶେରଗଡ ;ଦୁଇ ବସ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
  • ||
  • ଚମାଖଣ୍ଡି ଅଞ୍ଚଳର ଏକ ଗାଈ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ମାଓ ଲିଙ୍କ୍‌ ନେଇ ସନ୍ଦେହ
  • ||
  • କିସ୍ତୱାଡ଼ ପରେ କଠୁଆରେ ବାଦଳଫଟା ବର୍ଷା,୪ ମୃତ, ରେସ୍କ୍ୟୁ ଜାରି
  • ||
  • ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩ଶହ ପାର୍, ରେସ୍କ୍ୟୁ ହେଲିକପ୍ଟର କ୍ରାସରେ ୫ ମୃତ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ, ଆଜି ଚୂଡାନ୍ତ ହେବ NDA ପ୍ରାର୍ଥୀଙ୍କ ନାମ, ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ
  • ||
  • ଭାରତ ଫେରିଲେ ସୁନାପୁଅ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା,ଦିଲ୍ଲୀରେ ଭବ୍ୟ ସ୍ୱାଗତ
  • ||
  • ୧୮ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା; ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ
  • ||

ରୁଷରେ ଇଲାଷ୍ଟିକ୍ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ; ୧୧ ମୃତ, ୧୩୦ରୁ ଅଧିକ ଆହତ

Published By : Bijay Swain | August 17, 2025 11:16 AM

Image courtesy: freepic

ମସ୍କୋ: ରୁଷର ରୟାଜାନ ଅଞ୍ଚଳରେ ଥିବା ଏକ ଇଲାଷ୍ଟିକ୍ ଫ୍ୟାକ୍ଟ୍ରୀରେ ଶୁକ୍ରବାର ଦିନ ଏକ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ଶିଲୋଭସ୍କୀ ଜିଲ୍ଲାରେ ଅବସ୍ଥିତ ଇଲାଷ୍ଟିକ୍ ପ୍ଲାଣ୍ଟରେ ଘଟିଥିଲା। ଯାହା ମସ୍କୋଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଅବସ୍ଥିତ। 

ଏନେଇ ରୁଷୀୟ ଅଧିକାରୀମାନେ କହିଛନ୍ତି ଯେ ଫ୍ୟାକ୍ଟ୍ରୀର ଗନପାଉଡର ଓ୍ଵାର୍କସପରେ ଲାଗିଥିବା ନିଆଁ ହିଁ ଏହି ବିସ୍ଫୋରଣର କାରଣ ହୋଇଛି। ଏହି ଦୁର୍ଘଟଣାରେ ଆହତ ୨୯ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଥିରୁ ୧୩ ଜଣଙ୍କୁ ରୟାଜାନରେ ଏବଂ ୧୬ ଜଣଙ୍କୁ ମସ୍କୋର ମେଡିକାଲ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ରୁଷୀୟ ଜରୁରୀକାଳୀନ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଶନିବାର ସକାଳ ସୁଦ୍ଧା ମାଟିତଳେ ପୋତି ହୋଇଯାଇଥିବା ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ତିନି ଜଣଙ୍କୁ ମାଟିତଳୁ ଜୀବିତ ଉଦ୍ଧାର କରାଯାଇଛି।

ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ରୟାଜାନ ଅଞ୍ଚଳରେ ସୋମବାରକୁ ଶୋକ ଦିବସ ଘୋଷଣା କରାଯାଇଛି। ଏହି ଦିନ ପତାକା ଅଧା ଝୁଙ୍କି ରହିବ ଏବଂ ସମସ୍ତ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ବାତିଲ ରହିବ। ଉଲ୍ଲେଖଯୋଗ୍ୟ ଯେ, ଏହି ଫ୍ୟାକ୍ଟ୍ରୀରେ ୨୦୨୧ ଅକ୍ଟୋବରରେ ମଧ୍ୟ ଏକ ବଡ଼ ବିସ୍ପୋରଣ ହୋଇଥିଲା। ଯେଉଁଥିରେ ୧୭ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.