ପ୍ରମୂଖ ଖବର
  • ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ
  • ||
  • ନୂଆପଡା : ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବା ବେଳେ ଅଘଟଣ, ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
  • ||
  • ପ୍ରଳୟଙ୍କରୀ ବନ୍ୟାରେ ଅସ୍ତବ୍ୟସ୍ତ ପାକିସ୍ତାନ, ୪୮ ଦିନରେ ଗଲାଣି ୬୫୦ ଜୀବନ
  • ||
  • ଢେଙ୍କାନାଳ : ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ, ଚାପି ହୋଇ ରହିଥିବା ଡ୍ରାଇଭର ଉଦ୍ଧାର
  • ||
  • ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ; ତଦନ୍ତ ରିପୋର୍ଟ ଦେବାକୁ ୨ ରେଞ୍ଜ ଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
  • ||
  • ଚାଷୀ ପଞ୍ଜୀକରଣ ହେଲା ସରଳ; ବଂଶାନୁକ୍ରମିକ ପ୍ରମାଣପତ୍ର ବଦଳରେ ସେଲ୍ଫ ଡିକ୍ଲାରେସନରେ ରେଜିଷ୍ଟ୍ରେସନ
  • ||
  • ସୁନ୍ଦରଗଡ଼ : ଜୁଆ ଆଡ୍ଡାରେ ରେଡ୍‌; ୧୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ
  • ||
  • ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ
  • ||
  • ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୪ ଜଣ ଗିରଫ
  • ||
  • ଶେରଗଡ ;ଦୁଇ ବସ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
  • ||
  • ଚମାଖଣ୍ଡି ଅଞ୍ଚଳର ଏକ ଗାଈ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ମାଓ ଲିଙ୍କ୍‌ ନେଇ ସନ୍ଦେହ
  • ||
  • କିସ୍ତୱାଡ଼ ପରେ କଠୁଆରେ ବାଦଳଫଟା ବର୍ଷା,୪ ମୃତ, ରେସ୍କ୍ୟୁ ଜାରି
  • ||
  • ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩ଶହ ପାର୍, ରେସ୍କ୍ୟୁ ହେଲିକପ୍ଟର କ୍ରାସରେ ୫ ମୃତ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ, ଆଜି ଚୂଡାନ୍ତ ହେବ NDA ପ୍ରାର୍ଥୀଙ୍କ ନାମ, ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ
  • ||
  • ଭାରତ ଫେରିଲେ ସୁନାପୁଅ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା,ଦିଲ୍ଲୀରେ ଭବ୍ୟ ସ୍ୱାଗତ
  • ||
  • ୧୮ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା; ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ
  • ||

ନ୍ୟୁୟର୍କ ସହରର ଏକ ଜନଗହଳିପୂର୍ଣ୍ଣ କ୍ଲବରେ ଗୁଳିକାଣ୍ଡ, ୩ ମୃତ, ୮ ଆହତ...

Published By : Ladu Kishor | August 17, 2025 6:59 PM

ନୂଆଦିଲ୍ଲୀ: ରବିବାର ସକାଳେ ଆମେରିକାର ନ୍ୟୁୟର୍କ ସହରର ଏକ ଜନଗହଳିପୂର୍ଣ୍ଣ କ୍ଲବରେ ଗୁଳିକାଣ୍ଡ ଘଟଣା ଘଟିଛି। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୮ ଜଣ ଆହତ ହୋଇଛନ୍ତି। ନ୍ୟୁୟର୍କ ପୋଲିସ ବିଭାଗ କମିଶନର ଜେସିକା ଟିସ୍ ସାମ୍ବାଦିକ ମାନଙ୍କୁ ଏହି ସୂଚନା ଦେଇଛନ୍ତି । କହିଛନ୍ତି ଯେ, ତଦନ୍ତକାରୀ ମାନେ ବିଶ୍ୱାସ କରନ୍ତି ଯେ ଜଣେ କିମ୍ବା ଅଧିକ ଆକ୍ରମଣକାରୀ ଏହି ଘଟଣାରେ ସାମିଲ ଥାଇପାରନ୍ତି। ସ୍ଥାନୀୟ ସମୟ ଅନୁସାରେ ପ୍ରାୟ ୩.୩୦ ରେ ବିବାଦ ପରେ ଆକ୍ରମଣକାରୀ ମାନେ ବ୍ରୁକଲିନର କ୍ରାଉନ୍ ହାଇଟ୍ସରେ 'ଟେଷ୍ଟ ଅଫ୍ ଦି ସିଟି ଲାଉଞ୍ଜ'ରେ ଅନେକ ଅସ୍ତ୍ରଶସ୍ତ୍ର ସହିତ ଗୁଳି ଚଳାଇଥିଲେ। ଗୁଳିକାଣ୍ଡରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ଜେସିକା ଟିସ ସାମ୍ବାଦିକ ମାନଙ୍କୁ କହିଛନ୍ତି କି, "ଏହା ନ୍ୟୁୟର୍କ ସହରରେ ଏକ ଭୟଙ୍କର ଗୁଳିକାଣ୍ଡ ଘଟଣା। ଅଧିକାରୀ ମାନେ ଲାଉଞ୍ଜରୁ ମିଳିଥିବା ଅତି କମରେ ୩୬ ଟି ସେଲ୍ ଏବଂ ନିକଟବର୍ତ୍ତୀ ରାସ୍ତାରେ ମିଳିଥିବା ଏକ ବନ୍ଧୁକର ତଦନ୍ତ ମଧ୍ୟ କରୁଛନ୍ତି । ଟିସ୍‌ଙ୍କ ଅନୁଯାୟୀ, ଗୁଳିକାଣ୍ଡରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରେ ୩ ଜଣ ମହିଳା ମଧ୍ୟ ଅଛନ୍ତି, ଯାହାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ସ୍ପଷ୍ଟ କରିଛନ୍ତି ଯେ, ସମସ୍ତ ଆହତ ବିପଦମୁକ୍ତ ଏବଂ ସେମାନଙ୍କ ବୟସ ୨୭ ରୁ ୬୧ ବର୍ଷ ମଧ୍ୟରେ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ଆମେରିକାରେ ଗୁଳିକାଣ୍ଡ ଘଟଣା ସାଧାରଣ। ନିକଟରେ ଆମେରିକାର ଟେକ୍ସାସ ରାଜ୍ୟର ରାଜଧାନୀ ଅଷ୍ଟିନରେ ଗୁଳିକାଣ୍ଡ ଘଟିଥିଲା। ଏଠାରେ ଜଣେ ବନ୍ଧୁକଧାରୀ 'ଟାର୍ଗେଟ୍' କମ୍ପାନୀର ଏକ ଷ୍ଟୋରର ପାର୍କିଂ ଅଞ୍ଚଳରେ ଗୁଳିକାଣ୍ଡ କରି ୨ ଜଣ ବୟସ୍କ ଏବଂ ଜଣେ ଶିଶୁଙ୍କୁ ହତ୍ୟା କରିଥିଲେ। ଘଟଣା ଘଟାଇବା ପରେ, ଅଭିଯୁକ୍ତ ଏକ ଚୋରି କାରରେ ପଳାଇ ଯାଇଥିଲେ କିନ୍ତୁ ପରେ ପୋଲିସ ତାଙ୍କୁ ଧରିଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.