ପ୍ରମୂଖ ଖବର
  • ଢେଙ୍କାନାଳ : ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ, ଚାପି ହୋଇ ରହିଥିବା ଡ୍ରାଇଭର ଉଦ୍ଧାର
  • ||
  • ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ; ତଦନ୍ତ ରିପୋର୍ଟ ଦେବାକୁ ୨ ରେଞ୍ଜ ଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
  • ||
  • ଚାଷୀ ପଞ୍ଜୀକରଣ ହେଲା ସରଳ; ବଂଶାନୁକ୍ରମିକ ପ୍ରମାଣପତ୍ର ବଦଳରେ ସେଲ୍ଫ ଡିକ୍ଲାରେସନରେ ରେଜିଷ୍ଟ୍ରେସନ
  • ||
  • ସୁନ୍ଦରଗଡ଼ : ଜୁଆ ଆଡ୍ଡାରେ ରେଡ୍‌; ୧୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ
  • ||
  • ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ
  • ||
  • ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୪ ଜଣ ଗିରଫ
  • ||
  • ଶେରଗଡ ;ଦୁଇ ବସ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
  • ||
  • ଚମାଖଣ୍ଡି ଅଞ୍ଚଳର ଏକ ଗାଈ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ମାଓ ଲିଙ୍କ୍‌ ନେଇ ସନ୍ଦେହ
  • ||
  • କିସ୍ତୱାଡ଼ ପରେ କଠୁଆରେ ବାଦଳଫଟା ବର୍ଷା,୪ ମୃତ, ରେସ୍କ୍ୟୁ ଜାରି
  • ||
  • ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩ଶହ ପାର୍, ରେସ୍କ୍ୟୁ ହେଲିକପ୍ଟର କ୍ରାସରେ ୫ ମୃତ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ, ଆଜି ଚୂଡାନ୍ତ ହେବ NDA ପ୍ରାର୍ଥୀଙ୍କ ନାମ, ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ
  • ||
  • ଭାରତ ଫେରିଲେ ସୁନାପୁଅ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା,ଦିଲ୍ଲୀରେ ଭବ୍ୟ ସ୍ୱାଗତ
  • ||
  • ୧୮ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା; ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ
  • ||

ଉପରାଷ୍ଟ୍ରପତି ନିର୍ବାଚନ; ଆଜି ଚୂଡ଼ାନ୍ତ ହେବ ଏନ୍‌ଡିଏ ପ୍ରାର୍ଥୀଙ୍କ ନାମ, କାଲି ବସିପାରେ ଇଣ୍ଡିଆ ବ୍ଲକ ବୈଠକ

Published By : Manoj | August 17, 2025 8:12 AM

ନୂଆଦିଲ୍ଲୀ,୧୭/୦୮: ଆଜି ଉପରାଷ୍ଟ୍ରପତି  ନିର୍ବାଚନ ପାଇଁ ଏନ୍‌ଡିଏ ପ୍ରାର୍ଥୀଙ୍କ ନାମ ଉପରେ ମୋହର ଲାଗିବ ।  ରବିବାର ଏନ୍‌ଡିଏ ସଂସଦୀୟ ବୋର୍ଡର  ବୈଠକ ବସିବ । ଏହି ବୈଠକରେ ପ୍ରାର୍ଥୀ ଚୂଡାନ୍ତ  କରାଯିବ । ଆସନ୍ତା ୨୧ ତାରିଖରେ ଏନ୍‌ଡିଏ ପ୍ରାର୍ଥୀ  ତାଙ୍କର ନାମାଙ୍କନପତ୍ର ଦାଖଲ କରିବେ । ଏହି  ଅବସରରେ ଏନଡିଏ ଶାସିତ ସମସ୍ତ ରାଜ୍ୟର  ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । 

ଏନ୍‌ଡିଏ ପକ୍ଷରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଏହି କ୍ରମରେ ସବୁଠାରୁ ଆଗରେ ରହିଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା ଓ ବିହାର  ରାଜ୍ୟପାଳ ଆରିଫ ମହମ୍ମଦ ଖାନ । ସେହିଭଳି ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, କର୍ଣ୍ଣାଟକ ରାଜ୍ୟପାଳ ଥାୱର ଚନ୍ଦ ଗେହଲଟ,  ସିକ୍କିମ ରାଜ୍ୟପାଳ ଓମ୍‌ ମାଥୁର, ଜମ୍ମୁ-କାଶ୍ମୀର  ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ନାମ ମଧ୍ୟ ଚର୍ଚ୍ଚାରେ  ରହିଛି । ଆରଏସ୍‌ଏସ୍‌ ବିଚାରକ ଶେଷାଦ୍ରି ଚାରି  ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ନାମ ମଧ୍ୟ  ଏନ୍‌ଡିଏର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ରହିଛି ।  ନିକଟରେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ କେନ୍ଦ୍ର  ଶାସିତ ଅଞ୍ଚଳର ଉପରାଜ୍ୟପାଳ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ  ଶାହଙ୍କୁ ଭେଟିଛନ୍ତି । ତେବେ ବିଜେପି ନେତାମାନେ  ପୂର୍ବରୁ କହିଛନ୍ତି ଯେ ଉପରାଷ୍ଟ୍ରପତି ପ୍ରାର୍ଥୀ ତାଙ୍କ  ଦଳରୁ ହିଁ ବଛାଯିବେ । ଯେଉଁମାନଙ୍କର ଦଳ ଓ  ଆରଏସ୍‌ଏସ୍‌ର ବିଚାରଧାରା ସହ ସମ୍ପର୍କ ଥିବ । 

ସେପଟେ ବିରୋଧୀ ଇଣ୍ଡିଆ ବ୍ଲକ ପକ୍ଷରୁ  ଉପରାଷ୍ଟ୍ରପତି ପ୍ରାର୍ଥୀ ଦେବା ଉଦ୍ଦେଶ୍ୟରେ ଆସନ୍ତା  ୧୮ ତାରିଖ (ସୋମବାର)ରେ ଏକ ବୈଠକ ବସିବାର ସମ୍ଭାବନା ରହିଛି । କଂଗ୍ରେସ ଅଧ୍ୟକ୍ଷ  ମଲିକାର୍ଜୁନ ଖଡ୍‌ଗେ ଇଣ୍ଡିଆ ବ୍ଲକର ନେତାମାନଙ୍କ  ସହ ପ୍ରାର୍ଥୀ ଚୟନ ଉପରେ ଆଲୋଚନା ଜାରି  ରଖିଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଆସନ୍ତା  ସେପ୍ଟେମ୍ବର ୯ରେ ଭୋଟ ହେବ । ସେହିଦିନ ହିଁ  ଭୋଟ ଶେଷ ହେବା ପରେ ଗଣତି କରାଯିବ ଏବଂ  ଫଳାଫଳ ପ୍ରକାଶ ପାଇବ । ଉପରାଷ୍ଟ୍ରପତି ନିର୍ବାଚନ  ଲାଗି ନାମାଙ୍କନ ଦାଖଲର ଶେଷ ତାରିଖ ଅଗଷ୍ଟ ୨୧ ରହିଥିଲା ବେଳେ ୨୫ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର  କରାଯାଇପାରିବ । ଗତ ଜୁଲାଇ ୨୧ ତାରିଖ ରାତିରେ  ଜପଦୀପ ଧନଖଡ ହଠାତ୍‌ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ  ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ୭୪  ବର୍ଷୀୟ ଧନଖଡଙ୍କ କାର୍ଯ୍ୟକାଳ ୨୦୨୭ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ରହିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.