ପ୍ରମୂଖ ଖବର
  • ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ
  • ||
  • ନୂଆପଡା : ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବା ବେଳେ ଅଘଟଣ, ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
  • ||
  • ପ୍ରଳୟଙ୍କରୀ ବନ୍ୟାରେ ଅସ୍ତବ୍ୟସ୍ତ ପାକିସ୍ତାନ, ୪୮ ଦିନରେ ଗଲାଣି ୬୫୦ ଜୀବନ
  • ||
  • ଢେଙ୍କାନାଳ : ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ, ଚାପି ହୋଇ ରହିଥିବା ଡ୍ରାଇଭର ଉଦ୍ଧାର
  • ||
  • ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ; ତଦନ୍ତ ରିପୋର୍ଟ ଦେବାକୁ ୨ ରେଞ୍ଜ ଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
  • ||
  • ଚାଷୀ ପଞ୍ଜୀକରଣ ହେଲା ସରଳ; ବଂଶାନୁକ୍ରମିକ ପ୍ରମାଣପତ୍ର ବଦଳରେ ସେଲ୍ଫ ଡିକ୍ଲାରେସନରେ ରେଜିଷ୍ଟ୍ରେସନ
  • ||
  • ସୁନ୍ଦରଗଡ଼ : ଜୁଆ ଆଡ୍ଡାରେ ରେଡ୍‌; ୧୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ
  • ||
  • ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ
  • ||
  • ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୪ ଜଣ ଗିରଫ
  • ||
  • ଶେରଗଡ ;ଦୁଇ ବସ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
  • ||
  • ଚମାଖଣ୍ଡି ଅଞ୍ଚଳର ଏକ ଗାଈ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ମାଓ ଲିଙ୍କ୍‌ ନେଇ ସନ୍ଦେହ
  • ||
  • କିସ୍ତୱାଡ଼ ପରେ କଠୁଆରେ ବାଦଳଫଟା ବର୍ଷା,୪ ମୃତ, ରେସ୍କ୍ୟୁ ଜାରି
  • ||
  • ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩ଶହ ପାର୍, ରେସ୍କ୍ୟୁ ହେଲିକପ୍ଟର କ୍ରାସରେ ୫ ମୃତ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ, ଆଜି ଚୂଡାନ୍ତ ହେବ NDA ପ୍ରାର୍ଥୀଙ୍କ ନାମ, ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ
  • ||
  • ଭାରତ ଫେରିଲେ ସୁନାପୁଅ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା,ଦିଲ୍ଲୀରେ ଭବ୍ୟ ସ୍ୱାଗତ
  • ||
  • ୧୮ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା; ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ
  • ||

କୋଚିରେ ମାଛଧରା ଡଙ୍ଗା ଓ କାର୍ଗୋ ଜାହାଜ ମଧ୍ୟରେ ଧକ୍କା: ଦୁଇ ମୃତ, ଜଣେ ନିଖୋଜ

Published By : Bijay Swain | August 17, 2025 11:54 AM

କୋଚି: କେରଳର କୋଚି ଉପକୂଳରେ ଏକ ବିଦେଶୀ କାର୍ଗୋ ଜାହାଜ ଏକ ଭାରତୀୟ ମାଛଧରା ଡଙ୍ଗାକୁ ଧକ୍କା ଦେବା ଫଳରେ ଦୁଇ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ନିଖୋଜ ଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା ମଙ୍ଗଳବାର ସକାଳେ ଘଟିଥିବା ଜଣାପଡ଼ିଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ମୃତକମାନଙ୍କ ମଧ୍ୟରୁ ଜଣେ ତାମିଲନାଡୁର କୋଲାଚେଲରୁ ଏବଂ ଅନ୍ୟ ଜଣେ ଆସାମରୁ ଥିବା ଜଣାଯାଇଛି।

ଖବର ମୁତାବକ, ପାନାମା ମାଲିକାନାରେ ଥିବା ଏକ ତୌଳ ରସାୟନ ବାହି କଣ୍ଟେନର ଜାହାଜ ମାୱ ନେଇ ଇଜିପ୍ଟ ଜାଇଥିଲା। ଏହି ସମୟରେ ନିଶନିୟା ନାମକ ଏତ ମାଛ ଧରା ଡଙ୍ଗା ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ବେଳେ ଜାହାଜ ସହ ଆମ୍ନାସାମ୍ନି ଧକ୍କା ହୋଇଥିଲା। ଯେଉଁଥିରେ ଙଙ୍ଗାଟି ସମ୍ପୂର୍ଣ୍ଣ ଧ୍ୱସଂ ହୋଇଯାଇଥିବା ବେଳେ ଜାହାଜଟିକୁ ଆଂଶିକ କ୍ଷତି ପହଞ୍ଚିଛି। 

ଦୁର୍ଘଟଣା ସମୟରେ ଉକ୍ତ ମାଛ ଧରା ବୋଟରେ ୧୨ ଜଣ ଉପସ୍ଥିତ ରହିଥିଲେ। ଦୁର୍ଘଟଣା ପୂର୍ବରୁ ୬ ଜଣ ଲୋକ ସମୁଦ୍ରକୁ ଡେଇଁ ପଡିଥିଲେ। କୋଷ୍ଟାଲ ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି।    

ଡାଇରେକ୍ଟର ଜେନେରାଲ (ସିପିଂ) ଏବଂ ମର୍କାଣ୍ଟାଇଲ ମେରାଇନ ବିଭାଗର ଅଧିକାରୀମାନେ ମଙ୍ଗଳବାର ଦିନ ଏହି ବିଦେଶୀ କାର୍ଗୋ ଜାହାଜର ସମସ୍ତ ରେକର୍ଡ, ଡିଜିଟାଲ ଡାଟା ସହିତ, ଜବତ କରିଛନ୍ତି। ଏହି ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି।

ଏହା ବ୍ୟତୀତ, କୋଚି ନିକଟରେ ଅନ୍ୟ ଏକ ଜାହାଜ ଦୁର୍ଘଟଣାରେ ଏକ କାର୍ଗୋ ଜାହାଜ ଡୁବିଯାଇଛି। ଯାହା ସମୁଦ୍ରରେ କଣ୍ଟେନର ଏବଂ ଇନ୍ଧନ ଲିକ୍ ହେବା ଆଶଙ୍କା ସୃଷ୍ଟି କରିଛି। ଏହି ଘଟଣା କେରଳ ଉପକୂଳରେ ସୁରକ୍ଷା ଏବଂ ପରିବେଶ ସମ୍ପର୍କିତ ଚିନ୍ତାକୁ ବଢ଼ାଇ ଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.