ପ୍ରମୂଖ ଖବର
  • ଢେଙ୍କାନାଳ : ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ, ଚାପି ହୋଇ ରହିଥିବା ଡ୍ରାଇଭର ଉଦ୍ଧାର
  • ||
  • ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ; ତଦନ୍ତ ରିପୋର୍ଟ ଦେବାକୁ ୨ ରେଞ୍ଜ ଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
  • ||
  • ଚାଷୀ ପଞ୍ଜୀକରଣ ହେଲା ସରଳ; ବଂଶାନୁକ୍ରମିକ ପ୍ରମାଣପତ୍ର ବଦଳରେ ସେଲ୍ଫ ଡିକ୍ଲାରେସନରେ ରେଜିଷ୍ଟ୍ରେସନ
  • ||
  • ସୁନ୍ଦରଗଡ଼ : ଜୁଆ ଆଡ୍ଡାରେ ରେଡ୍‌; ୧୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ
  • ||
  • ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ
  • ||
  • ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୪ ଜଣ ଗିରଫ
  • ||
  • ଶେରଗଡ ;ଦୁଇ ବସ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
  • ||
  • ଚମାଖଣ୍ଡି ଅଞ୍ଚଳର ଏକ ଗାଈ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ମାଓ ଲିଙ୍କ୍‌ ନେଇ ସନ୍ଦେହ
  • ||
  • କିସ୍ତୱାଡ଼ ପରେ କଠୁଆରେ ବାଦଳଫଟା ବର୍ଷା,୪ ମୃତ, ରେସ୍କ୍ୟୁ ଜାରି
  • ||
  • ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩ଶହ ପାର୍, ରେସ୍କ୍ୟୁ ହେଲିକପ୍ଟର କ୍ରାସରେ ୫ ମୃତ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ, ଆଜି ଚୂଡାନ୍ତ ହେବ NDA ପ୍ରାର୍ଥୀଙ୍କ ନାମ, ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ
  • ||
  • ଭାରତ ଫେରିଲେ ସୁନାପୁଅ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା,ଦିଲ୍ଲୀରେ ଭବ୍ୟ ସ୍ୱାଗତ
  • ||
  • ୧୮ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା; ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ
  • ||

ତେଜିଲା ‘ଭୋଟ ଚୋରି’ ବିବାଦ: ଆଜିଠୁ ୧୬ ଦିନିଆ ଭୋଟର ଅଧିକାର ଯାତ୍ରା, ପ୍ରେସମିଟ୍‌ରେ ଉତ୍ତର ଦେବେ ଇସି

Published By : Manoj | August 17, 2025 8:30 AM

ନୂଆଦିଲ୍ଲୀ,୧୭/୦୮: କଂଗ୍ରେସ ସାଂସଦ  ରାହୁଲ ଗାନ୍ଧୀ ପୁଣିଥରେ ‘ଭୋଟ ଚୋରି’କୁ ନେଇ  ନିର୍ବାଚନ କମିଶନଙ୍କୁ ଘେରିଛନ୍ତି । ସେ ନିଜ ସୋସିଆଲ ମିଡିଆ ଏକ୍ସରେ ‘ଲାପତା ଭୋଟ’ଲେଖି  ଏକ ଭିଡିଓ ସେୟାର କରିଛନ୍ତି । ତେବେ ସେଥିରେ  ସେ ନିର୍ବାଚନ କମିଶନଙ୍କ କଥା ଉଲ୍ଲେଖ କରିନାହାନ୍ତି । 

ସେହି ଭିଡିଓରେ ରାହୁଲ ଲେଖିଛନ୍ତି ‘ଚୋରି  ଚୋରି, ଲୁଚି ଲୁଚି’ ଆଉ ଚଳିବ ନାହିଁ । ଜନତା  ଜାଣିଗଲେଣି । ଏହା ପରେ କଂଗ୍ରେସ ନିଜ  ସୋସିଆଲ ମିଡିଆ ଏକ୍ସରେ ଲେଖିଛି ଯେ ଆପଣଙ୍କ  ଭୋଟ ଚୋରି ଅର୍ଥ ହେଉଛି ଆପଣଙ୍କ ଅଧିକାରର  ଚୋରି । ଆସନ୍ତୁ ଆମେ ସମସ୍ତେ ମିଶି ଭୋଟ  ଚୋରି ବିରୋଧରେ ସ୍ୱର ଉଠାଇବା ଏବଂ ନିଜ  ଅଧିକାରକୁ ବଞ୍ଚାଇବା । ରାହୁଲ ସେୟାର କରିଥିବା  ସେହି ୧ ମିନିଟର ଭିଡିଓରେ ଦେଖିବାକୁ ମିଳିଛି  କି ଜଣେ ବ୍ୟକ୍ତି ଥାନାରେ ପହଞ୍ଚୁଛନ୍ତି । ସେଠାରେ  ଚୌକି ଉପରେ ବିଶ୍ରାମ ନେଉଥିବା ଜଣେ ପୁଲିସ  ଅଧିକାରୀଙ୍କୁ କହୁଛନ୍ତି ସାହେବ ମୋତେ ରିପୋର୍ଟ  ଲେଖିବାର ଅଛି । ପୁଲିସ ଅଧିକାରୀ ଜଣକ କହୁଛନ୍ତି  ଆବେ ଏଠାରେ ଯଦି ରିପୋର୍ଟ ଲେଖା ନଯିବ କଣ  କରିବୁ । ଏହା ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ କହୁଛନ୍ତି  ସେ ଚୋରି ରିପୋର୍ଟ ଲେଖାଇବେ । ଏହା ପରେ  ପୁଲିସ ଅଧିକାରୀ ଜଣକ ପଚାରୁଛନ୍ତି ତୋର କ’ଣ  ଚୋରି ହୋଇଛି । ଜବାବରେ ଉକ୍ତ ବ୍ୟକ୍ତି ଜଣକ  କହୁଛନ୍ତି ସାହେବ ଭୋଟ ଚୋରି ହୋଇଯାଇଛି ।  ତାଙ୍କ ଭୋଟକୁ ଚୋରି କରିନିଆଯାଇଛି । ଏହା  ପରେ ପୁଲିସ ଅଧିକାରୀ ଚିନ୍ତାରେ ପଡିଯାଇଛନ୍ତି ।  ସତରେ କଣ ତାଙ୍କର ଚୋରି ହୋଇଯାଇଛି । 

ସୂଚନାଯୋଗ୍ୟ ଯେ ଭୋଟର ତାଲିକାରେ  ଅନିୟମିତତାକୁ ନେଇ ରାହୁଲ ଲଗାତାର ଭାବେ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଆସୁଛନ୍ତି । ଗତ ୧୨ ତାରିଖରେ ରାହୁଲ କହିଥିଲେ ପିକ୍‌ଚର  ଅଭି ବାକି ହୈ । ସେ ଅଭିଯୋଗ କରିଥିଲେ ଯେ କେବଳ ଗୋଟିଏ ଦୁଇଟି ଆସନ ନୁହେଁ ଜାତୀୟ  ସ୍ତରରେ ଭୋଟର ତାଲିକାରେ ବ୍ୟାପକ ଅନିୟମିତତା  କରାଯାଇଛି । ଏହା ବ୍ୟବସ୍ଥାଗତ ଢ଼ଙ୍ଗରେ ଜାଣିଶୁଣି ହୋଇଛି । ସେପଟେ ରବିବାରଠାରୁ ରାହୁଲ ୧୬  ଦିନିଆ ଭୋଟର ଅଧିକାର ଯାତ୍ରା ଆରମ୍ଭ କରିବେ । ବିହାରର ସାସାରାମରୁ ଏହି ଯାତ୍ରା ଆରମ୍ଭ ହୋଇ ୧୩୦୦ କି.ମି. ଅତିକ୍ରମ କରିବା ପରେ ସେପ୍ଟେମ୍ବର  ୧ରେ ପାଟନାରେ ଶେଷ ହେବ । ଏହି ଯାତ୍ରାରେ  ରାହୁଲଙ୍କ ସହ ଆରଜେଡି ନେତା ତେଜସ୍ୱୀ ଯାଦବ  ଓ ଇଣ୍ଡି ମେଣ୍ଟର ବହୁ ନେତା ସାମିଲ ହେବେ  ବୋଲି ସୂଚନା ମିଳିଛି । ଗୟା, ନାଳନ୍ଦା, ମୁଙ୍ଗେର,  ଭାଗଲପୁର, କଟିହାର, ପୁର୍ଣ୍ଣିଆ, ଦରଭଙ୍ଗା, ଚମ୍ପାରଣ  ଓ ସିୱାନ ଆଦି ଜିଲ୍ଲା ଦେଇ ଏହି ଭୋଟର ଅଧିକାର  ଯାତ୍ରା ଅନୁଷ୍ଠିତ ହେବ । 

ଅନ୍ୟପକ୍ଷରେ ରାହୁଲଙ୍କ ଭୋଟ ଚୋରି  ଅଭିଯୋଗକୁ ନିର୍ବାଚନ କମିଶନ ଖଣ୍ଡନ କରିଛନ୍ତି । କହିଛନ୍ତି ପୁରୁଣା ଭୋଟର ତାଲିକାରେ ଅନିୟମିତତାକୁ ନେଇ ଏବେ ପ୍ରଶ୍ନ ଉଠାଇବା ଭୁଲ । ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି  ଏକ ପ୍ରେସନୋଟରେ କୁହାଯାଇଛି ଯେ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାରେ ରାଜନୈତିକ  ଦଳମାନେ ସାମିଲ ହୋଇଥାନ୍ତି । କିନ୍ତୁ କୌଣସି ରାଜନୈତିକ ଦଳ କିମ୍ବା ସେମାନଙ୍କର ବୁଥସ୍ତରୀୟ ଏଜେଣ୍ଟମାନେ ଡ୍ରାଫ୍ଟ ଭୋଟର ତାଲିକାକୁ ଠିକ୍‌ ଭାବେ ଦେଖିନାହାନ୍ତି । କିମ୍ବା ସମୟ ପୂର୍ବରୁ ସେଥିରେ ଅନିୟମିତତା ଥିବାର କୌଣସି ଆପତ୍ତି ଅଭିଯୋଗ  ବି କରିନାହାନ୍ତି । 

ରବିବାର ଅପରାହ୍ନ ୩ଟାରେ ନିର୍ବାଚନ କମିଶନ ପ୍ରେସମିଟ୍‌ ଡାକିଛନ୍ତି ।  ନ୍ୟାସନାଲ ମିଡିଆ ସେଣ୍ଟରରେ ହେବାକୁ ଥିବା ଏହି  ପ୍ରେସମିଟ୍‌ରେ ରାହୁଲ ଓ ଅନ୍ୟ ବିରୋଧୀ ଦଳମାନେ କରିଥିବା ଭୋଟ ଚୋରି ଅଭିଯୋଗ ଉପରେ ନିର୍ବାଚନ  କମିଶନ ପ୍ରତିକ୍ରିୟା ରଖିବେ । ବିହାରରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ  (ଏସ୍‌ଆଇଆର) ପରେ ଏହା ନିର୍ବାଚନ କମିଶନଙ୍କ  ପ୍ରଥମ ପ୍ରେସ୍‌ମିଟ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.