ଭଞ୍ଜନଗର,୧୭/୦୮: ଟଙ୍କା ଗଣୁ ଗଣୁ କ୍ୟାମେରାରେ ଧରାପଡ଼ିଗଲେ ବାବୁ । ଲାଞ୍ଚ କାରବାର ବେଳର ଦୃଶ୍ୟ କଏଦ । କାଠ ଗାଡି ଛାଡିବାକୁ ମାଫିଆଙ୍କଠାରୁ ଲାଞ୍ଚ ନେଉଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର । ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନା ମୁତାବକ, ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ଜଣେ କାଠ ମାଫିଆଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବାର ଭିଡ଼ିଓରେ ଭାଇରାଲ୍ ହୋଇଛି । ତେବେ ସରକାର ଜଙ୍ଗଲ ବୃଦ୍ଧି ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଏଠି କିନ୍ତୁ ବାବୁ ନିଜ ସ୍ୱାର୍ଥ ଲାଗି ଗଛ କାଟି ଚାଲାଣ କରିବା ପାଇଁ ମାଫିଆମାନଙ୍କୁ ପୂରା ସହଯୋଗ କରୁଛନ୍ତି । ଜଣେ ଅଧିକାରୀ କାର୍ଯ୍ୟାଳୟ ପରିସରରେ ମାଫିଆଙ୍କ ସହ ଲାଞ୍ଚ କାରବାରର ଭିଡ଼ିଓ ସାମ୍ନାକୁ ଆସିବା ପରେ ବନ ବିଭାଗର ଅସଲ ଗୁମର ଖୋଲିଯାଇଛି । ଅନ୍ୟପଟେ ଭିଡିଓ ବିଷୟରେ ସେ କିଛି ଜାଣିନଥିବା ଏବଂ କାହାଠାରୁ ଲାଞ୍ଚ ନେଇ ନାହାନ୍ତି ବୋଲି ସଫେଇ ଦେଇଛନ୍ତି ।