ଗଞ୍ଜାମ, ୧୩/୮ : ଗଞ୍ଜାମ ଜିଲ୍ଲାରେ ଅପରାଧ କମିବାର ନାଁ ନେଉନି । ଆଜି ପୁଣି ଅଶାନ୍ତ ହୋଇପଡ଼ିଛି ଗଞ୍ଜାମ ଜିଲ୍ଲା । ବେଗୁନିଆପଡ଼ା ଥାନା ଚନ୍ଦନପୁର ପଞ୍ଚାୟତ ସୋରଡ଼ାପଲ୍ଲୀରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ୩ ଜଣ ଦୁର୍ବୃତ୍ତଙ୍କ ସଙ୍ଘବଧ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ସାଙ୍ଗ ହୋଇ ୩ଜଣ ମଦ ପିଈ କୋଦାଳ ଓ ଅନ୍ୟାନ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସେହି ଗ୍ରାମର କୈଳାଶ ଶବର ନାମକ ଯୁବକଙ୍କୁ ହତ୍ୟା କରିଛନ୍ତି । ପ୍ରଥମେ କୋଦାଳରେ ମୁଣ୍ଡକୁ ହାଣିବା ପରେ ଧାରୁଆ ଅସ୍ତ୍ରରେ ବେକକୁ କାଟି ଦେଇଛନ୍ତି ଦୁର୍ବୃତ୍ତ । ଜଣେ ଅଭିଯୁକ୍ତ ଶ୍ରୀକ୍ଷେତ୍ର ଶବର ବେଗୁନିଆପଡ଼ା ଥାନାରେ ଆତ୍ମ ସମର୍ପଣ କରିଥିବାବେଳେ ଅନ୍ୟ ଦୁଇ ଜଣ ଫେରାର ଥିବା ଜଣାପଡ଼ିଛି । କାରଣ ଅସ୍ପଷ୍ଟ ଥିଲାବେଳେ ବେଗୁନିଆପଡ଼ା ପୋଲିସ ଘଟଣାର ଛାନଭିନ ଜାରି ରଖିଛି ।